ସାଂସଦଙ୍କୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଫିଟନେସ୍ ମନ୍ତ୍ର

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଜେପିର ଅନୁସୂଚିତ ଜାତି ଓ ଜନଜାତି ସାଂସଦଙ୍କୁ ଫିଟ୍ ତଥା ସୁସ୍ଥ ରହିବାକୁ ପରାମର୍ଶ ଦେଇଛନ୍ତି। ମୋଦି ୪୦ରୁ ଊର୍ଦ୍ଧ୍ବ ବୟସର ସାଂସଦମାନଙ୍କୁ ନିୟମିତ ସ୍ବାସ୍ଥ୍ୟ ଯାଞ୍ଚ କରିବାକୁ କହିଛନ୍ତି। ସୂଚନା ମୁତାବକ, ଗୁରୁବାର ଅନୁଷ୍ଠିତ ବିଜେପିର ଅନୁସୂଚିତ ଜାତି ଓ ଜନଜାତି ସାଂସଦଙ୍କ ବୈଠକରେ ସେ ଏଭଳି ପରାମର୍ଶ ଦେଇଛନ୍ତି। ଉକ୍ତ ବୈଠକରେ ୪୪ଜଣ ସାଂସଦ ଉପସ୍ଥିତ ଥିଲେ। ମୋଦି ଆହୁରି କହିଥିଲେ, ଦେଶର ସେବା ପାଇଁ ସୁସ୍ଥ ଶରୀର ନିହାତି ଆବଶ୍ୟକ। କେତେଜଣ ସାଥୀ ଆମକୁ ଅସମୟରେ ଛାଡ଼ି ଚାଲିଯାଇଛନ୍ତି। ସେ ସାଂସଦମାନଙ୍କୁ ବିସ୍ତ୍‌ତ ଭାବେ ନିଜ ନିଜର ପରିଚୟ ଦେବାକୁ କହିଥିଲେ। ଏଥିସହିତ ସେମାନଙ୍କ କ୍ଷେତ୍ରରେ କରାଯାଇଥିବା ସାମାଜିକ କାର୍ଯ୍ୟର ତଥ୍ୟ ମାଗିଥିଲେ।

ତେବେ ଏହା ପୂର୍ବରୁ ମୋଦି ଦଳର ଓବିସି ସାଂସଦମାନଙ୍କୁ ଭେଟିଥିଲେ। ଆଗାମୀ ସପ୍ତାହରେ ମହିଳା, ଯୁବ ଏବଂ ନୂଆ ସାଂସଦମାନଙ୍କ ସହିତ ସାକ୍ଷାତ କରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.