ୟୁକ୍ରେନ୍‌-ରୋମାନିଆ ସୀମାରେ ଫସି ରହିଛନ୍ତି ଅନେକ ଭାରତୀୟ, ଓଡ଼ିଆ ଛାତ୍ର ପଠାଇଲେ ଭିଡିଓ ବାର୍ତ୍ତା

ଭୁବନେଶ୍ୱର (କେନ୍ୟୁଜ୍‌) : ୟୁକ୍ରେନ୍‌ ଓ ରୋମାନିଆ ସୀମାରେ ଫସି ରହିଛନ୍ତି ଅନେକ ଭାରତୀୟ । ସେମାନଙ୍କୁ ରୋମାନିଆକୁ ଯିବାକୁ ଦିଆଯାଉ ନଥିବା ସେଠାରେ ଫସି ରହିଥିବା ଜଣେ ଓଡ଼ିଆ ଡାକ୍ତରୀ ଛାତ୍ର ଭିଡିଓ ଜରିଆରେ ଜଣାଇଛନ୍ତି । ଏହି ଛାତ୍ରଙ୍କ ନାଁ ହେଉଛି ସ୍ୱରୂପାନନ୍ଦ ସୁବୁଦ୍ଧି । ସେ ୟୁକ୍ରେନ୍‌ର ଭିନିତସିଆ ନେସନାଲ ମେଡିକାଲ ୟୁନିଭର୍ସିଟିରେ ପଢୁଛନ୍ତି ।

SWRUPANANDA_IMAGE
ସ୍ୱରୂପାନନ୍ଦ ସୁବୁଦ୍ଧି

 

ଯଦିଓ ସେମାନଙ୍କ ଭାରତୀୟ ଦୂତାବାସ ପକ୍ଷରୁ ୟୁକ୍ରେନ୍‌-ରୋମାନିଆ ସୀମାରେ ପହଞ୍ଚିବାକୁ କୁହାଯାଇଥିଲା । ସେଠାରୁ ସେମାନଙ୍କୁ ରୋମାନିଆ ବିମାନ ବନ୍ଦରକୁ ନିଆଯାଇଥାନ୍ତା ଏବଂ ବିମାନ ବନ୍ଦରରୁ ସେମାନେ ଭାରତ ଆସିଥାନ୍ତେ । ତେବେ ସୀମାରେ ସେମାନଙ୍କୁ ରୋକା ଯାଇଥିବା ସ୍ୱରୂପାନନ୍ଦ ସୂଚନା ଦେଇଛନ୍ତି । ୟୁକ୍ରେନ୍‌ର ସେନା ସେମାନଙ୍କୁ ସୀମା ପାରି ହେବାକୁ ଦେଉନଥିବା ସେ ଭିଡିଓ ବାର୍ତ୍ତାରେ କହିଛନ୍ତି ।

ୟୁକ୍ରେନ୍‌ ସେନା ପ୍ରଥମେ ନିଜ ଦେଶ ଏବଂ ଅନ୍ୟଦେଶର ଲୋକଙ୍କୁ ସୀମା ପାର କରାଉଛନ୍ତି । ପରେ ଭାରତୀୟଙ୍କ କଥା ଚିନ୍ତା କରିବେ ବୋଲି କହୁଛନ୍ତି । ତେଣୁ ମାଇନସ୍‌ ଫୋର ଡିଗ୍ରୀ ଶୀତରେ ଭାରତୀୟମାନେ ସେଠାରେ ପଡ଼ଇ ରହିଥିବା ସ୍ୱରୂପାନନ୍ଦ କହିଛନ୍ତି । ତାଙ୍କ ସହିତ ଆଉ କିଛି ଓଡ଼ିଆ ମଧ୍ୟ ରହିଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.