ଓଡ଼ିଶୀ ନୃତ୍ୟ ଗୁରୁ ପଦ୍ମଶ୍ରୀ ମାୟାଧର ରାଉତଙ୍କ ଦିଲ୍ଲୀ ସ୍ଥିତ ଘରକୁ ଉଚ୍ଛେଦ, ବିନା ନୋଟିସ୍‌ରେ ଇଷ୍ଟେଟ୍‌ ବିଭାଗ କର୍ମଚାରୀ ଘରୁ ବାହାର କରିଦେଲେ

କେନ୍ୟୁଜ୍(ବ୍ୟୁରୋ): ୯୨ ବର୍ଷୀୟ ଓଡ଼ିଶୀ ନୃତ୍ୟ ଗୁରୁ ପଦ୍ମଶ୍ରୀ ମାୟାଧର ରାଉତଙ୍କୁ ଦିଲ୍ଲୀ ଓସିଆଡ୍‌ ଭିଲେଜ୍‌ ସ୍ଥିତ ସରକାରୀ ଘରୁ ଉଚ୍ଛେଦ । ଗତକାଲି ତାଙ୍କୁ ବିନା ନୋଟିସ୍‌ରେ ଇଷ୍ଟେଟ୍‌ ବିଭାଗ କର୍ମଚାରୀ ଘରୁ ବାହାର କରିଥିଲେ । ଏନେଇ ସୂଚନା ଦେଇଛନ୍ତି ତାଙ୍କ ଝିଅ ମଧୁମିତା ରାଉତ। ପଦ୍ମଶ୍ରୀ ମାୟାଧର ରାଉତଙ୍କୁ ୧୯୯୦ରେ ସରକାରୀ ଘର ଆବଣ୍ଟନ କରାଯାଇଥିଲା । ଶିଳ୍ପୀ, କଳାକାର, ସଂସ୍କୃତି ଓ କଳା କ୍ଷେତ୍ରରେ ପ୍ରତିଷ୍ଠିତ ବ୍ୟକ୍ତିଙ୍କୁ କେନ୍ଦ୍ର ସରକାର ବିବେକାଧୀନ କୋଟାରେ ସରକାରୀ ଗୃହ ଆବଣ୍ଟନ କରିଥାନ୍ତି । ହେଲେ ୨୦୦୮ରେ ଆବଣ୍ଟନ ନୀତି ବଦଳା ଯାଇଥିବା ଦର୍ଶାଇ ୨୦୨୦ରେ କେନ୍ଦ୍ର ସରକାର ଘର ଖାଲି କରିବାକୁ ନିର୍ଦ୍ଦେଶ ଜାରି କରିଥିଲେ ।

ପଦ୍ମଶ୍ରୀ ମାୟାଧର ରାଉତଙ୍କ ସମେତ ୨୦ ଜଣଙ୍କୁ ଘର ଖାଲି କରିବାକୁ ନିର୍ଦ୍ଦେଶ ଜାରି ହୋଇଥିଲା । ଏହାପରେ ଶିଳ୍ପୀମାନେ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ମନ୍ତ୍ରାଳୟର କାରଣ ଦର୍ଶାଇ ନୋଟିସ୍‌ ଉପରେ ଦିଲ୍ଲୀ ହାଇକୋର୍ଟରେ ଚାଲେଞ୍ଜ କରାଯାଇଥିଲା । ଚଳିତ ବର୍ଷ ଫେବ୍ରୁଆରି ୨ରେ ଦିଲ୍ଲୀ ହାଇକୋର୍ଟଙ୍କ ଜଣିକିଆ ଖଣ୍ଡପୀଠ ଉଚ୍ଛେଦ ଆଦେଶକୁ କାଏମ ରଖିଥିଲେ । ଏହି ଆଦେଶକୁ ଡିଭିଜନ୍‌ ବେଞ୍ଚ୍‌ରେ ଚାଲେଞ୍ଜ କରାଯାଇଥିଲେ ମଧ୍ୟ ଶିଳ୍ପୀ ଓ କଳାକାରମାନଙ୍କୁ କୌଣସି ଆଶ୍ୱସ୍ତି ମିଳିନଥିଲା ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.