Below header

ନିର୍ବାଚନ ପୂର୍ବରୁ ଅଟୋରୁ ମିଳିଲା କୋଟିଏ ଟଙ୍କା

ଗୋଟିଏ ଅଟାରିକ୍ସାରୁ ଜବତ ହୋଇଛି କୋଟିଏ ଟଙ୍କା । ଗତକାଲି ବେଙ୍ଗାଲୁରୁ ସିଟି ମର୍କେଟରୁ ଏହି ଅଟୋକୁ ଜବତ କରିଛି ସ୍ଥାନୀୟ ପୋଲିସ୍‌ ।

ଗାଡ଼ି ଦାମ ସେତିକି ନୁହେଁ ଯେତିକି ଟଙ୍କା ମିଳିଲା ସେଥିରୁ । ଗୋଟିଏ ଅଟାରିକ୍ସାରୁ ଜବତ ହୋଇଛି କୋଟିଏ ଟଙ୍କା । ଗତକାଲି ବେଙ୍ଗାଲୁରୁ ସିଟି ମର୍କେଟରୁ ଏହି ଅଟୋକୁ ଜବତ କରିଛି ସ୍ଥାନୀୟ ପୋଲିସ୍‌ । ଏହି ଘଟଣାରେ ସୁରେଶ ଓ ପ୍ରବୀଣ ନାମକ ଦୁଇ ଜଣଙ୍କୁ ପୋଲିସ୍‌ ଗିରଫ କରି ତଦନ୍ତ ଚଳାଇଛି । ଜବତ ଟଙ୍କାର କୌଣସି ତଥ୍ୟ ଏମାନେ ଦେଇ ପାରିନଥିଲେ । ସେହି ୧ କୋଟି ଟଙ୍କାକୁ ପୋଲିସ୍‌ ଆୟକର ବିଭାଗ ନିକଟରେ ଜମା କରିଛି ।

ସପ୍ତାହେ ପୂର୍ବରୁ ଡୁନଡୁର ଠାରେ ଏକ କାର୍‌ରୁ ସନ୍ଦିଗଧ ଅବସ୍ଥାରେ ପୋଲିସ୍‌ ୫୦ ଲକ୍ଷ ଟଙ୍କା ଜବତ କରିଥିଲା । କର୍ଣ୍ଣାଟକରେ ଆଗାମୀ ବିଧାନସଭା ନିର୍ବାଚନ ପୂର୍ବରୁ ପୋଲିସ୍‌ର ଧରପଗଡ଼ ବଢ଼ିଥିବା ବେଳେ ଏଭଳି ବିପୁଳ ପରିମରଣର ନଗଦ ଟଙ୍କା ଜବତ ହେବାରେ ଲାଗିଛି । ଆସନ୍ତା ମେ ମାସ ୧୦ ତାରିଖରେ କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ଭୋଟ୍‌ ଗ୍ରହଣ ହେବ । ଫଳାଫଳ ୧୩ ତାରିଖ ଦିନ ପ୍ରକାଶ ପାଇବ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.