Below header

ଶିକ୍ଷକ-ଶିକ୍ଷୟିତ୍ରୀଙ୍କ ପାଇଁ ଅଦ୍ଭୁତ ନିୟମ, ଦାଢ଼ି ରଖିଲେ କିମ୍ବା ଚମକଦାର ଶାଢ଼ି ପିନ୍ଧିଲେ କଟିବ ଦରମା

ଏଠାକାର ଏକ ଶିକ୍ଷା ଜିଲ୍ଲାରେ ଶିକ୍ଷକ-ଶିକ୍ଷୟିତ୍ରୀମାନଙ୍କ ପାଇଁ ଏମିତି ଅଦ୍ଭୁତ ନିୟମ ହୋଇଛି ଯାହାକୁ ଶୁଣିଲେ ଯେ କେହି ଆଶ୍ଚର୍ଯ୍ୟ ହେବେ । ନୂଆଦିଲ୍ଲୀ ବେଗୁସରାଏ ଶିକ୍ଷା ଜିଲ୍ଲାରେ ଘୋଷଣା ହୋଇଛି ଏପରି ନୂଆ ନିୟମ ।

ନୂଆଦିଲ୍ଲୀ : ଏଠାକାର ଏକ ଶିକ୍ଷା ଜିଲ୍ଲାରେ ଶିକ୍ଷକ-ଶିକ୍ଷୟିତ୍ରୀମାନଙ୍କ ପାଇଁ ଏମିତି ଅଦ୍ଭୁତ ନିୟମ ହୋଇଛି ଯାହାକୁ ଶୁଣିଲେ ଯେ କେହି ଆଶ୍ଚର୍ଯ୍ୟ ହେବେ । ନୂଆଦିଲ୍ଲୀ ବେଗୁସରାଏ ଶିକ୍ଷା ଜିଲ୍ଲାରେ ଘୋଷଣା ହୋଇଛି ଏପରି ନୂଆ ନିୟମ ।

ଏଠାରେ ଶିକ୍ଷକମାନେ ଦାଢ଼ି ରଖି ଆସିପାରିବେ ନାହିଁ କିମ୍ବା ଶିକ୍ଷୟିତ୍ରୀମାନେ ଚମକଦାର କିମ୍ବା ଅପରିସ୍କାର ଶାଢ଼ି ପିନ୍ଧି ଆସି ପାରିବେ ନାହିଁ । ଯଦି ଏହି ନିୟମ କେହି ଉଲଂଘନ କରନ୍ତି ତେବେ ତାଙ୍କର ଗୋଟିଏ ଦିନର ଦରମା କଟିବ ବୋଲି ଶିକ୍ଷା ବିଭାଗ ପକ୍ଷରୁ ଘୋଷଣା ହୋଇଛି ।

ଖାଲି ସେତିକି ନୁହେଁ ଏହି ନିୟମ କଡ଼ାକଡି ଭାବେ ପାଳନ କରାଯିବ ବୋଲି କୁହାଯାଇଛି । ଏହାକୁ ନେଇ ଶିକ୍ଷକ ମହଲରେ ଅସନ୍ତୋଷ ଦେଖାଦେଇଛି । ଶିକ୍ଷା ବିଭାଗରେ ଏପରି ଦାଢ଼ି ଓ ପୋଷାକକୁ ନେଇ ଏପରି ନିୟମ କରାଯିବା ଉଚିତ ନୁହେଁ ବୋଲି ଶିକ୍ଷକ ମହଲରେ ଆଲୋଚନା ଚାଲିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.