ମା’ ସହ ରୋଷେୟାର ସମ୍ପର୍କକୁ ସହିପାରିଲାନି ପୁଅ, ଛୁରି ମାରି କରିଦେଲା ଶେଷ

ମା’କୁ ଅନ୍ୟ ସହ ଖରାପ ସମ୍ପର୍କରେ ଦେଖି ପାରିଲାନି ପୁଅ । ଶେଷରେ ଛୁରି ମାରି ଶେଷ କରିଦେଲା ରୋଷେୟାର ଜୀବନ । ଗତ ଶୁକ୍ରବାର ରାତିରେ ଏମିତି ଏକ ଅଭାବନୀୟ ଘଟଣା ଘଟିଛି ବେଙ୍ଗାଲୁର ରାଜାଜୀନଗରରେ ।

ବେଙ୍ଗାଲୁର : ମା’କୁ ଅନ୍ୟ ସହ ଖରାପ ସମ୍ପର୍କରେ ଦେଖି ପାରିଲାନି ପୁଅ । ଶେଷରେ ଛୁରି ମାରି ଶେଷ କରିଦେଲା ରୋଷେୟାର ଜୀବନ । ଗତ ଶୁକ୍ରବାର ରାତିରେ ଏମିତି ଏକ ଅଭାବନୀୟ ଘଟଣା ଘଟିଛି ବେଙ୍ଗାଲୁର ରାଜାଜୀନଗରରେ ।

ମୃତକ ରବି ଭଣ୍ଡାରୀ (୪୪) ବୋଲି ଜଣାପଡିଛି । ରବି ରାଜାଜୀନଗରରେ ରହୁଥିଲେ ଓ ରୋଷେୟା ଭାବେ କାମ କରୁଥିଲେ । ଅଭିଯୁକ୍ତ ଗୋପାଳପୁର ଟେମ୍ପଲ ରୋଡରେ ରହୁଥିଲା । ଅଭିଯୁକ୍ତ ଓ ତା’ର ପ୍ରେମିକା ଫେରାର ହୋଇଯାଇଛନ୍ତି ।

ପୁଲିସ ସୂଚନାନୁଯାୟୀ, ରାହୁଳ ନିଜ ମା’ ସହ ରବିର ନକଟତର ହେବା ଦେଖି ଅସନ୍ତୁଷ୍ଟ ଥିଲା । ଏଥିପାଇଁ ସେ ରବିକୁ ବାରଣ କରିବା ସହ ଧମକ ମଧ୍ୟ ଦେଇଥିଲା । ରାହୁଳ ଟ୍ୟାକ୍ସି ଚଳାଇବା ସହ ଭଡାରେ ନିଜ ପ୍ରେମିକ ସହ ରହୁଥିଲା । ରାହୁଳ ଶୁକ୍ରବାର ରବିକୁ ଫୋନ କରି ନିଜ ଘରକୁ ଡାକିବା ପରେ ହତ୍ୟା କରିଥିଲା ।

ଏକଥା ନିଜ ଭଉଣୀକୁ ଜଣାଇବା ପରେ ମା’ ଓ ଭଉଣୀ ସେଠାରେ ପହଞ୍ଚିଥିଲେ । ରାହୁଳଙ୍କ ମା’ ପୋଲିସରେ ଅଭିଯୋଗ କରିବା ପରେ ପୋଲିସ ଘଟଣାର ତଦନ୍ତ କରୁଛି । ରାହୁଳକୁ ଖୋଜିବା ପାଇଁ ଏକ ଟିମ ଗଠନ କରିଛି ପୋଲିସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.