Below header

ଏକ ତରଫା ପ୍ରେମ : ବିବାହ ବେଳେ ମଣ୍ଡପରେ ପ୍ରେମିକାକୁ ଗୁଳି ମାରିଲା ପରେ ନିଜକୁ ଗୁଳି କରି ହତ୍ୟା କଲା ପ୍ରେମିକ

ପ୍ରେମକୁ ନେଇ ପ୍ରତିଦିନ କିଛି ନା କିଛି ଅଘଟଣ ଘଟୁଛି । କେଉଁଠି ପ୍ରେମିକା ନିଜର ପ୍ରେମିକକୁ ନପାଇ ଆତ୍ମହତ୍ୟା କରୁଛି ତ କେଉଁଠି ପ୍ରେମିକ ପ୍ରେମିକା ବିରହରେ ପ୍ରତିଶୋଧ ପରାୟଣ ହୋଇଯାଉଛି । ଏପରି ଏକ ଘଟଣା ଦେଖାଯାଇଛି ଗୁରୁଗ୍ରାମରେ । ଏଠାରେ ଜଣେ ପ୍ରେମିକ ତା’ର ପ୍ରେମିକାକୁ ନପାଇ ପାରିବାରୁ ପ୍ରେମିକାକୁ ମଣ୍ଡପରେ ଗୁଳି ମାରିବା ସହ ନିଜକୁ ଗୁଳି କରି ହତ୍ୟା କରିଛି । ତେବେ ଉଭୟଙ୍କ ମଧ୍ୟରେ ଏକ ତରଫା ପ୍ରେମ ଥିଲା ବୋଲି ପୋଲିସ ତଦନ୍ତରୁ ଜଣାପଡ଼ିଛି ।

ଏକ ତରଫା ପ୍ରେମର ବିଷମ ପରିଣତି । ପ୍ରେମିକାର ଅନ୍ୟତ୍ର ବିବାହ ଠିକ ହେବାରୁ ମଣ୍ଡପକୁ ଆସି ପ୍ରେମିକା ଉପରକୁ ଗୁଳି ଚଳାଇଲା ପ୍ରେମିକ । ପରେ ନିଜକୁ ଗୁଳିମାରି ହତ୍ୟା କରିଥିବା ଏମିତି ଜଣେ ହତାଶ ପ୍ରେମିକ ହେଉଛନ୍ତି ବିକ୍କି (୨୫) । ସେ ଗୁରୁଗ୍ରାମ ସୋହନାରେ ରୁହନ୍ତି । ଭିକ୍କି ହେଉଛନ୍ତି ଉକ୍ତ ଝିଅର ଚାଚିଙ୍କର ନିଜ ଭାଇ । ଭିକ୍କି ଏକ ପ୍ରାଇଭେଟ କମ୍ପାନୀରେ କାମ କରନ୍ତି ।

ପୋଲିସ ସୂଚନାନୁଯାୟୀ, ଭିକ୍କି ଉକ୍ତ ଝିଅକୁ ଏକ ତରଫା ପ୍ରେମ କରୁଥିଲେ । ହେଲେ ଝିଅ ଜଣକ ଭିକ୍କିଙ୍କୁ ଭଲ ପାଉନଥିଲେ । ପରିବାର ଲୋକେ ଝିଅର ବିବାହ ଅନ୍ୟତ୍ର ଠିକ୍‌ କରିଦେବାରୁ ଭିକ୍କି ପ୍ରତିଶୋଧ ପରାୟଣ ହୋଇଯାଇଥିଲେ । ମଙ୍ଗଳବାର ଦିନ ପ୍ରାୟ ୩ଟାବେଳେ ଭିକ୍କି ପୂଜା ମଣ୍ଡପରେ ପହଞ୍ଚି ଅଚାନକ ଝିଅର ଗୋଡ଼କୁ ଗୁଳି ମାରିଥିଲେ ।

ପରେ ନିଜ ଉପରକୁ ଗୁଳି ମାରିଥିଲେ । ପରିବାର ଲୋକେ ଭିକ୍କିକୁ ହସପିଟାଲରେ ଭର୍ତ୍ତି କରିଥିଲେ ହେଁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ ଝିଅଟିର ଗୋଡ଼ରେ ଗୁଳି ବାଜିଥିବାରୁ ସେ ଅଳ୍ପକେ ମୃତ୍ୟୁ ମୁଖରୁ ବଞ୍ଚିଯାଇଛନ୍ତି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ବିଭିନ୍ନ ଦିଗରୁ ତଦନ୍ତ ଜାରି ରଖିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.