ପୁଣି ଫେରିବ ଏମପିଲାଡ୍‌ସ, ପ୍ରତି ସାଂସଦଙ୍କୁ ଗୋଟିଏ କିସ୍ତିରେ ଦିଆଯିବ ୨କୋଟି ଟଙ୍କା

ନୂଆଦିଲ୍ଲୀ(କେ ନ୍ୟୁଜ): ଏମପିଲାଡ୍‌ସର ପୁନଃ କାର୍ଯ୍ୟକ୍ଷମ କରି ଜାରି ରଖିବାକୁ କେନ୍ଦ୍ର କ୍ୟାବେନିଟର ଅନୁମୋଦନ । ୨୦୨୧-୨୨ ଆର୍ଥିକ ବର୍ଷର ଅବଶିଷ୍ଟ ଭାଗ ସହ ୨୦୨୫-୨୬ ପର୍ଯ୍ୟନ୍ତ ଜାରି ରଖିବାକୁ କେନ୍ଦ୍ର କ୍ୟାବିନେଟ ଅନୁମୋଦନ କରିଛନ୍ତି । ଚଳିତ ଆର୍ଥିକ ବର୍ଷର ଅବଶିଷ୍ଟ ଭାଗ ପାଇଁ ପ୍ରତି ସାଂସଦଙ୍କୁ ୨କୋଟି ଟଙ୍କାର ପାଣ୍ଠି ପ୍ରଦାନ କରାଯିବ। ଏହାକୁ ଗୋଟିଏ ଇନ୍‌ଷ୍ଟଲମେଣ୍ଟରେ ଯୋଗାଇ ଦିଆଯିବ।

୨୦୨୨-୨୩ ଆର୍ଥିକ ବର୍ଷରୁ ୨୦୨୫-୨୬ ଯାଏ ପାଣ୍ଠିକୁ ଦୁଇଟି ଇନଷ୍ଟଲମେଣ୍ଟରେ ୫କୋଟି ଟଙ୍କା ପ୍ରଦାନ କରାଯିବ। ପ୍ରତି ଇନଷ୍ଟଲମେଣ୍ଟରେ ଅଢେଇ କୋଟି ଟଙ୍କା ପ୍ରଦାନ କରାଯିବ ବୋଲି କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର ସୂଚନା ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.