Below header

ଗିରଫ ହେଲେ OPHAWC ଡେପୁଟି ମ୍ୟାନେଜର ପ୍ରତାପ ସାମଲ, ସମ୍ପତ୍ତି ଦେଖି ଭିଜିଲାନ୍ସ ଟିମ ତାଯୁବ

ଭୁବନେଶ୍ୱର(କେ ନ୍ୟୁଜ): ରାଜ୍ୟ ପୋଲିସ ହାଉସିଂ ଆଣ୍ଡ ୱେଲଫେୟାର କର୍ପୋରେସନର କୁବେର ଅଫିସର ତଥା ଡେପୁଟି ମ୍ୟାନେଜର ପ୍ରତାପ ସାମଲ ଗିରଫ । ଭିଜିଲାନ୍ସ ଟିମ୍‌ ତାଙ୍କୁ ଗିରଫ କରିଛି । ତାଙ୍କ ସମ୍ପତ୍ତି ଦେଖି ଭିଜିଲାନ୍ସ ଟିମ୍‌ ବି ତାଯୁବ ହୋଇଯାଇଛନ୍ତି । ରେଡ୍‌ ବେଳେ ଜବତ ହୋଇଛି ୧୪ କୋଟି ୮୪ ଲକ୍ଷ ୪୧ହଜାର ଟଙ୍କାର ସମ୍ପତ୍ତି । ଯାହାକି ତାଙ୍କ ଆୟଠାରୁ ୧୦୨୧ ପ୍ରତିଶତ ଅଧିକ। ଏହା ଭିଜିଲାନ୍ସ ଇତିହାସରେ ସବୁଠୁ ବଡ଼ ଧରଣର ରେଡ୍‌ ବୋଲି ଜଣାଯାଇଛି । ତଦନ୍ତ ବେଳେ ପ୍ରତାପ ସାମଲ ଓ ତାଙ୍କ ପତ୍ନୀ ବିପୁଳ ପରିମାଣର ଆୟ ବର୍ହିଭୂତ ସମ୍ପତ୍ତି ଠୁଳ କରିଥିବା ଜଣାପଡ଼ିଛି । ଯାହାର ସେମାନେ ସନ୍ତୋଷଜନକ ଉତ୍ତର ଦେଇ ପାରିନଥିଲେ ।

ପୂର୍ବରୁ ଭିଜିଲାନ୍ସ ଟିମ୍‌ ପ୍ରତାପ ସାମଲଙ୍କ ୨୫ଟି ପ୍ଲଟ୍‌ ଠାବ କରିଥିଲା । ଯାହାର RSD ମୂଲ୍ୟ ପାଖାପାଖି ୩ କୋଟି ୪୧ ଲକ୍ଷ ଟଙ୍କା ହେବ ବୋଲି ଆକଳନ କରାଯାଉଛି। କିନ୍ତୁ ପ୍ରକୃତ ମୂଲ୍ୟ ଏହାଠାରୁ ଅନେକ ଗୁଣା ଅଧିକ ହେବ । ଗୋଠପାଟଣା ସ୍ଥିତ ୫ ମହଲା କୋଠାର ମୂଲ୍ୟ ୩ କୋଟି ୮୯ ଲକ୍ଷ ୬୦ହଜାର । ୧ କୋଟି ୬୧ ଲକ୍ଷ ୩୫ହଜାର ଟଙ୍କାର ବ୍ୟାଙ୍କ୍‌ ଜମା ଠାବ କରିଛି ଭିଜିଲାନ୍ସ । ସେହିଭଳି ୫୭ ଲକ୍ଷ ୭୨ ହଜାର ଟଙ୍କାର ଜୀବନବୀମା ପ୍ରିମିୟମ ଦେଇଛନ୍ତି ପ୍ରତାପ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.