ନୂଆ ଇଂଜିନ ସହ ଲଞ୍ଚ ହେଲା Maruti Suzuki Celerio, କମ ତେଲରେ ଦେବ ଅଧିକ ମାଇଲେଜ

ଦେଶର ସର୍ବବୃହତ କାର ନିର୍ମାତା କମ୍ପାନୀ ମାରୁତି ସୁଜୁକି ନିକଟରେ ବହୁ ପ୍ରତିକ୍ଷିତ ହ୍ୟାଚବ୍ୟାକ ମାରୁତି ସୁଜୁକି ସିଲେରିଓ ଗାଡି ଲଂଚ କରିଛି । ଏହି ମଡେଲର କାରକୁ ଦୀର୍ଘଦିନ ହେବ ଲଂଚ କରିବାକୁ ଯୋଜନା ରଖିଥିଲା କମ୍ପାନୀ । ତେଣୁ କରି ବୋଧ ହୁଏ ଅନେକ ସମୟ ହେବ କମ୍ପାନୀ ପକ୍ଷରୁ କାରର କୌଣସି ଅପଡେଟ କରାଯାଇନଥିଲା । ଏଇ ନିକଟରେ ନୂଆ ଗାଡିର ମୂଲ୍ୟ ଓ ଫିଚର ଗୁଡିକୁ କମ୍ପାନୀ ତରଫରୁ ଜାରି କରାଯାଇଛି । ତେବେ ଆସନ୍ତୁ ଏହି କାରର ବିଶେଷତା କଣ ରହିଛି ଜାଣିରଖିବା । କହିରଖିବା ଉଚିତ ହେବକି, ମାରୁତି ସିଲେରିଓ ହେଉଛି ପ୍ରଥମ କାର ଯାହାକି କମ୍ପାନୀର ନେକ୍ସଟ ଜେନେରେସନ K10C ପେଟ୍ରୋଲ ଇଂଜିନ ସହ ବଜାରକୁ ଛଡ଼ାଯିବ । ମାରୁତି ଦ୍ୱାରା ପ୍ରସ୍ତୁତ ଅନ୍ୟ ଗାଡି ଗୁଡିକରେ ବି ଆଗକୁ ଏହି ଇଂଜିନର ବ୍ୟବହାର କରାଯିବ । ଆଉ ମଧ୍ୟ ଏହି ଇଂଜିନ 65bhp ପାୱାର ଓ 89Nm ଟର୍କ ସହିତ ବଜାରରେ ଲଂଚ କରାଯିବ | ଆଉ ମଧ୍ୟ ଏହି କାରରେ ୫ ସ୍ପୀଡ ମାନୁଆଲ ଗିୟର ବକ୍ସ ସହିତ ଏଏମଟିର ସୁବିଧାମାନ ବି ରହିବ । ଏହି କାରରେ 5th HEARTEC ଟେକ୍ନୋଲୋଜିର ସୁବିଧା ବି ଉପଲବ୍ଧ ହେବ ।

ଆଉ ମଧ୍ୟ ଏହି ସ୍ୱତନ୍ତ୍ର କାରରେ କମ ଇନ୍ଧନ ଖର୍ଚ କରିବାର ଅତ୍ୟାଧୁନିକ ଟେକ୍ନୋଲୋଜି ମାନ ରହିଛି । କମ୍ପାନୀ ପକ୍ଷରୁ K10C ପେଟ୍ରୋଲ ଇଂଜିନକୁ ଭାରତର ସବୁଠୁ କମ ଇନ୍ଧନ ଖର୍ଚ୍ଚକାରୀ ଇଂଜିନ ବୋଲି ଦାବି କରାଯାଉଛି । ଅନ୍ୟ ମଡେଲ ଗୁଡିକ ଅପେକ୍ଷା ଏହି ଇଂଜିନ ୧୫ରୁ ୨୩ ପ୍ରତିଶତ ପର୍ଯ୍ୟନ୍ତ ଅଧିକ ମାଇଲେଜ ଦେବ । ଦାବି ହୋଇଛିଯେ ଲିଟର ପିଛା ଏହା ୨୬.୬୮ କିମି ପର୍ଯ୍ୟନ୍ତ କାଇପାରିବ ଏହି ଗାଡି । ଯଦି ସତରେ ଏମିତି ହୁଏ ତେବେ ଏହି ଗାଡିକୁ ଦେଶର ସର୍ବାଧିକ ମାଇଲେଜ ଯୁକ୍ତ କାର ଭାବେ ଧରାଯିବ ।

ମାରୁତିର ଏହି ନୂଆ ଗାଡ଼ିରେ ଜବରଦସ୍ତ ଫିଚର୍ସ ଯେମିତିକି ପୁଷ ବଟନ ଷ୍ଟାର୍ଟ ଷ୍ଟପ, ହାଇଟ ଆଡ଼ଜ୍ଵାଷ୍ଟେବଳ ଡ୍ରାଇଭର ସିଟ, ଷ୍ଟିଅରିଂ ମାଉଂଣ୍ଟେଡ କଣ୍ଟ୍ରୋଲ, ଇଲେକ୍ଟ୍ରକା କଲି ଫୋଲଡ଼େବଲ ଓଆରଭିଏମଏସ, ବ୍ଲାକ ଫିନିସ୍ଡ ୧୫
ଇଞ୍ଚ ଆଲୟ ହ୍ୱିଲସ ଆଦି ରହିଛି । ସୁରକ୍ଷା ଦୃଷ୍ଟିରୁ ଫ୍ରଣ୍ଟରେ ଦୁଇଟି ଏୟାରବ୍ୟାଗ, ଇବିଡ଼ି ସହିତ ଏବିଏସ, ରିୟର ପାର୍କିଙ୍ଗ ସେନ୍ସର, ସ୍ଟାନଡର୍ଡ କିଟ ପରି ଅତ୍ୟାଧୁନିକ ସୁବିଧା ମାନ ମହଜୂତ ଅଛି । କମ୍ପାନୀ ପକ୍ଷରୁ ୪.୯୯
ଲକ୍ଷ ଟଙ୍କାର ପ୍ରାରମ୍ଭିକ ଦର ସହିତ ଏହାକୁ ବଜାରରେ ଛଡ଼ାଯାଇଛି । କିନ୍ତୁ ଏହି ମଡେଲର ଟପ ଭେରିୟାଣ୍ଟର ମୂଲ୍ୟ ୬.୯୪ ଲକ୍ଷ ପର୍ଯ୍ୟନ୍ତ ରହିବ ବୋଲି ଆଶା କରାଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.