Below header

କେବଳ କାବୁଲ ସିରିଜ୍ ବିସ୍ଫୋରଣ ନୁହେଁ , ପୂର୍ବରୁ ବି ISIS ବୁହାଇଛି ରକ୍ତର ନଦୀ

ନୂଆଦିଲ୍ଲୀ: ଆଫଗାନିସ୍ତାନର କାବୁଲ ବିମାନବନ୍ଦରରେ ଏକ ମାରାତ୍ମକ ଆତ୍ମଘାତୀ ଆକ୍ରମଣ ହୋଇଛି। ଏହି ଆକ୍ରମଣ ପାଇଁ ଇସଲାମିକ୍ ଷ୍ଟେଟ୍ ଖୋରାସାନ୍ (isis) କୁ ଦାୟୀ କରାଯାଇଛି। ଗୁରୁବାର ସନ୍ଧ୍ୟାରେ କାବୁଲ ବିମାନବନ୍ଦର ନିକଟରେ ଦୁଇଟି ସିରିଏଲ ବିସ୍ଫୋରଣ ହୋଇଥିଲା। ଏଥିରେ ୬୦ ଜଣଙ୍କ ମୃତ୍ୟୁ ବିଷୟରେ ସୂଚନା ସାମ୍ନାକୁ ଆସିଛି। ଏହି ଆକ୍ରମଣରେ ମହିଳା, ଆମେରିକାର ସୁରକ୍ଷା କର୍ମୀ ଏବଂ ତାଲିବାନ ଗାର୍ଡଙ୍କ ସମେତ ୧୪୦ ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଏହି ବିସ୍ଫୋରଣ ପରେ ବର୍ତ୍ତମାନ କାବୁଲ ବିମାନବନ୍ଦରରୁ ଚାଲିଥିବା ଉଦ୍ଧାର କାର୍ଯ୍ୟ ବିପଦରେ ପଡିପାରେ ବୋଲି ଜଣାପଡିଛି ।

ସୂଚନା ଅନୁସାରେ ବୁଧବାର ସନ୍ଧ୍ୟାରେ କାବୁଲରେ ଥିବା ଆମେରିକା ଦୂତାବାସ ଦ୍ୱାରା ଜାରି କରାଯାଇଥିବା ଏକ ଆଲର୍ଟରେ ନାଗରିକମାନଙ୍କୁ ବିମାନବନ୍ଦର ଆଡକୁ ନ ଯିବାକୁ ପରାମର୍ଶ ଦିଆଯାଥିଲା । ଯେଉଁମାନେ ବିମାନବନ୍ଦର ଫାଟକରେ ପୂର୍ବରୁ ଉପସ୍ଥିତ ଅଛନ୍ତି ସେମାନେ ମଧ୍ୟ ତୁରନ୍ତ ଯିବା ପାଇଁ ପରାମର୍ଶ ଦିଆଯାଇ ଥିଲା । ଏଥିସହ ବ୍ରିଟେନର ସଶସ୍ତ୍ର ବାହିନୀର ମନ୍ତ୍ରୀ ଜେମ୍ସ ହାପି କହିଛନ୍ତି ଯେ ଏକ ବଡ଼ ଆକ୍ରମଣର ଅତ୍ୟନ୍ତ ବିଶ୍ୱସନୀୟ ଖବର ଆସିଛି। ସେଥିପାଇଁ ଲୋକମାନେ ବିମାନବନ୍ଦରରୁ ଦୂରେଇ ଯିବା ଉଚିତ୍ ବୋଲି କୁହାଯାଇଥିଲା ।

ତେବେ ପୂର୍ବରୁ ISISଙ୍କ ସହିତ ଜଡିତ କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ବିଷୟରେ ଜାଣିବା 

୨୦୧୪ ଶେଷରେ ପ୍ରଥମ ଥର ପାଇଁ ISIS ଆଫଗାନିସ୍ତାନ ସମ୍ମୁଖକୁ ଆସିଥିଲା।

ବିଶେଷଜ୍ଞ ମାନେ କହିଛନ୍ତି ଯେ ଏହା ପାକିସ୍ତାନରୁ ପଳାୟନ କରିଥିବା ତାଲିବାନମାନଙ୍କ ଦ୍ୱାରା ଏହା ଗଠନ ହୋଇଥିଲା ।

ଏହି ଆତଙ୍କବାଦୀମାନେ ବହୁ ଜନଗହଳିପୂର୍ଣ୍ଣ ଅଞ୍ଚଳରେ ଗ୍ରାମବାସୀ ଏବଂ ରେଡକ୍ରସ ସଦସ୍ୟଙ୍କ ନିର୍ମମ ହତ୍ୟା ଏବଂ ଆତ୍ମଘାତୀ ବିସ୍ଫୋରଣ ମଧ୍ୟ କରିଛନ୍ତି।

ଏପ୍ରିଲ୍ ୨୦୧୭ ରେ, ଆମେରିକା ଆଫଗାନିସ୍ତାନର ପୂର୍ବ ଅଖିନ ଜିଲ୍ଲାର ଏକ ଆଇଏସ୍-କେକୁ ଟାର୍ଗେଟ କରିବା ପାଇଁ ମଦର ଅଫ୍ ଅଲ୍ ବମ୍ ନାମକ ୨୦୦୦୦ ପାଉଣ୍ଡ ବୋମା ପକାଇ ଦେଇଥିଲା।

ଏହା ସହିତ ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁସାରେ, ଗୋଟିଏ ବୋମା ବିମାନବନ୍ଦରର ଆବି ଗେଟ୍ ଏବଂ ଅନ୍ୟଟି ବିମାନବନ୍ଦର ବାହାରେ ଥିବା ବାରୋନ ହୋଟେଲ ନିକଟରେ ବିସ୍ଫୋରଣ ହୋଇଥିଲା | ଏହି ଆକ୍ରମଣରେ ଅନେକ ଆଫଗାନିସ୍ତାନ ନାଗରିକ ପ୍ରାଣ ହରାଇଥିଲେ।

ଗତ ୧୨ ମାସ ମଧ୍ୟରେ ଆଫଗାନିସ୍ତାନରେ ISISର ଆକ୍ରମଣ

ମଇ ୧୫ , ୨୦୨୧

କାବୁଲ ଉପକଣ୍ଠରେ ଥିବା ଏକ ମସଜିଦ ଭିତରେ ଶୁକ୍ରବାର ପ୍ରାର୍ଥନା ବେଳେ ବିସ୍ଫୋରଣରେ ୧୨ ଜଣଙ୍କର ମୃତ୍ୟୁ ହୋଇଥିଲା ।

ମଇ ୦୮, ୨୦୨୧

କାବୁଲର ଏକ ସ୍କୁଲ ବାହାରେ ଏକ କାର ବୋମା ଏବଂ ମୋର୍ଟାର ଆକ୍ରମଣରେ ୮୦ ଜଣଙ୍କର ମୃତ୍ୟୁ ଘଟିଥିଲା, ଏଥିରେ ଅଧିକାଂଶ ମହିଳା ଛାତ୍ର ଥିଲେ।

ଅଗଷ୍ଟ ୦୨ , ୨୦୨୦

ବନ୍ଧୁକଧାରୀମାନେ ଜାଲାଲାବାଦରେ ଜେଲ ଉପରେ ଆକ୍ରମଣ କରିଥିଲେ, ୨୯ ଜଣ ପ୍ରାଣ ହରାଇଥିଲେ, ୩୦୦ ରୁ ଅଧିକ କଏଦୀ ମୁକ୍ତ ହୋଇଥିଲେ।

ମାର୍ଚ୍ଚ ୦୨, ୨୦୨୧

ଆଫଗାନିସ୍ତାନର ପୂର୍ବ ଜାଲାଲାବାଦ ସହରରେ ତିନିଜଣ ମହିଳା ଗଣମାଧ୍ୟମ କର୍ମଚାରୀଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା।

ଡିସେମ୍ବର ୧୦, ୨୦୨୦

ଟିଭି ଉପସ୍ଥାପିକା ତଥା ମହିଳା ଅଧିକାର କର୍ମୀଙ୍କୁ ହତ୍ୟା କରାଯାଇଥିଲା।

ନଭେମ୍ବର ୦୨; ୨୦୨୦

କାବୁଲ ବିଶ୍ୱବିଦ୍ୟାଳୟ ଉପରେ ଆକ୍ରମଣରେ ୩୫ ଜଣଙ୍କର ମୃତ୍ୟୁ ଘଟିଥିଲା , ଏଥିରେ ଅଧିକାଂଶ ଛାତ୍ରଙ୍କ ମୃତ୍ୟୁ ଘଟିଥିଲା ।

ଅକ୍ଟୋବର ୨୪ , ୨୦୨୦

କାବୁଲର ଏକ ଶିକ୍ଷା କେନ୍ଦ୍ରରେ ଆତ୍ମଘାତୀ ଆକ୍ରମଣରେ ୨୪ ଜଣଙ୍କର ମୃତ୍ୟୁ ହୋଇଥିଲା , ସେମାନଙ୍କ ମଧ୍ୟରୁ ଅଧିକାଂଶ ଛାତ୍ର ଥିଲେ ।

ଅଗଷ୍ଟ ୦୨ , ୨୦୨୦

ବନ୍ଧୁକଧାରୀମାନେ ଜାଲାଲାବାଦରେ ଜେଲ ଉପରେ ଆକ୍ରମଣ କରିଥିଲେ, ୨୯ ଜଣ ପ୍ରାଣ ହରାଇଥିଲେ, ୩୦୦ ରୁ ଅଧିକ କଏଦୀ ମୁକ୍ତ ହୋଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.