Below header

ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୦୬ ଶିଶୁଙ୍କ ସମେତ ୮୧୬ ନୂଆ ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର(କେନ୍ୟୁଜ୍‌) : ଚିନ୍ତା ବଢାଉଛନ୍ତି ୦ରୁ ୧୮ ବର୍ଷୀୟ ବର୍ଗ । ରାଜ୍ୟରେ ୮୧୬ ସଂକ୍ରମିତଙ୍କ ମଧ୍ୟରୁ ୧୦୬ ପଜିଟିଭ୍ ୦ ରୁ ୧୮ ବର୍ଷ ମଧ୍ୟରେ ଥିବା ଜଣାଯାଇଛି । ରାଜ୍ୟରେ ଗତ ୨୪ ଘଣ୍ଟାରେ ୮୧୬ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

ଏମାନଙ୍କ ଭିତରେ ୦ରୁ ୧୮ ବର୍ଷ ଭିତରେ ଅଛନ୍ତି ୧୦୬ ଜଣ । ଖୋର୍ଦ୍ଧାରୁ ସର୍ବାଧିକ ୨୯୧ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କଟକରୁ ୧୧୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ତେବେ ଅନ୍ୟ ସମସ୍ତ ଜିଲ୍ଲାରେ ୧୦୦ ତଳେ ରହିଛି ସଂକ୍ରମଣ । ୨୪ ଘଣ୍ଟାରେ ୬୯ ହଜାର ୫୮୫ କୋଭିଡ୍ ଟେଷ୍ଟିଂ ହୋଇଛି । ପଜିଟିଭ ହାର ରହିଛି ୧.୧୭ ପ୍ରତିଶତ । ଏବେ ଆକ୍ଟିଭ୍ କେସ୍ ରହିଛି ୮ ହଜାର ୨୭୧।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.