ଅଟା ପାଇଁ ହାହାକାର: ସବସିଡି ଯୁକ୍ତ ଅଟା ପାଇବା ପାଇଁ ଦଳାଚକଟା, ଜଣେ ମୃତ

ପାକିସ୍ତାନରେ ଅଟାକୁ ନେଇ ହାହାକାର ପରିସ୍ଥିତି ଦେଖିବାକୁ ମିଳିଛି। ଅଟାର ଦାମ୍‌ ପଡୋଶୀ ଦେଶରେ ଏପର୍ଯ୍ୟନ୍ତ ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି । ବଜାରରୁ ଅଟା କିଣିବା ଲୋକଙ୍କ ପାଇଁ ମୁସ୍କିଲ ହୋଇପଡିଛି । ପାକିସ୍ତାନ ବଜାରରେ ସବସିଡିଯୁକ୍ତ ଅଟାର ଷ୍ଟକ୍‌ ଶେଷ ହୋଇସାରିଛି । ସ୍ଥିତି ଏପରି ରହିଛି ଯେ, ସବସିଡି ଯୁକ୍ତ ଅଟା କମ୍‌ ଦାମରେ ନାଗରିକଙ୍କୁ ପ୍ରଦାନ କରାଯାଉଛି ।

ରବିବାର ଦିନ ପାକିସ୍ତାନର ଭିନ୍ନ ଭିନ୍ନ ପ୍ରାନ୍ତରେ ସରକାରଙ୍କ ପକ୍ଷରୁ ସବସିଡିଯୁକ୍ତ ଅଟା ପ୍ୟାକେଟକୁ ବଜାର ତୁଳାନରେ କମ୍‌ ଦାମରେ ନାଗରିକଙ୍କୁ ପ୍ରଦାନ କରାଯାଇଥିଲା। ଏହାକୁ ନେବା ପାଇଁ ଶହଶହ ଲୋକେ ଏକାଠି ହୋଇଥିଲେ। ଦେଶରେ ସବସିଡିଯୁକ୍ତ ଅଟା ପ୍ୟାକେଟ ନେବା ପାଇଁ ଲୋକେ ଏତେ ମାତ୍ରାରେ ରୁଣ୍ଡ ହୋଇଥିଲେ ଯେ, ସେମାନଙ୍କ ମଧ୍ୟରେ ଦଳାଚକଟା ହୋଇଥିଲା। ଆଉ ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି ।

ଲୋକେ ଅଟା ଗାଡି ପଛେ ପଛେ ଦୌଡୁଥିବା ନଜର ଆସିଛନ୍ତି । ଅଟା ପ୍ୟାକେଟକୁ କମ୍‌ ଦାମରେ ପାଇବା ପାଇଁ ସମସ୍ତେ ଚେଷ୍ଟା କରୁଥିଲେ । କିନ୍ତୁ ଗାଡିରେ ସୀମିତ ପରିମାଣର ଅଟା ରହିଥିଲା । ଆଉ ଏହି ଦୌଡଣେ ଜଣେ ବ୍ୟକ୍ତି ପଡିଯିବାରୁ ତାଙ୍କୁ ସମସ୍ତେ ଦଳି ଦେଇଥିଲେ । ଘଟଣାସ୍ଥଳରେ ସେହି ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିଲା । ମୃତକଙ୍କ ବୟସ ୪୫ ବର୍ଷ । ତାଙ୍କର ୬ଟି ପିଲା ରହିଛନ୍ତି। ଆଉ ନିଜ ପରିବାର ପାଇଁ କମ୍‌ ଦାମରେ ଅଟା ଯୋଗାଡ କରିବା ପାଇଁ ଚେଷ୍ଟା କରୁଥିବା ବେଳେ ଜୀବନ ଚାଲିଯାଇଛି ।

ପାକିସ୍ତାନର କିଛି ଅଞ୍ଚଳରେ ସବସିଡି ଅଟା ଷ୍ଟକ୍‌ ମାର୍କେଟରୁ ଶେଷ ହୋଇଯାଇଛି । ପଖତୁନଖ୍ଵାରେ ଲୋକେ ଅଟା ପାଇଁ ସରକାରୀ ଦୋକାନ ଖୋଜୁଛନ୍ତି । ଏଠାରେ ଅଟା ପ୍ୟାକେଟର ଦାମ୍‌ ୧୨୦୦ ଟଙ୍କା ରହିଛି। ଖୋଲା ବଜାରରେ ଅଟା ଦାମ୍‌ ୧୫୦ ଟଙ୍କା ଏବଂ ପ୍ୟାକେଟ ଅଟା ଦାମ୍‌ ୩୧୦୦ ଟଙ୍କା ରହିଛି ।

ଏହାକୁ ଦେଇ ସରକାର ସବିସିଡିଯୁକ୍ତ ଅଟା ପ୍ୟାକେଟ ଦାମ୍‌ ୧୨୦୦ ଟଙ୍କା ନିର୍ଦ୍ଧାରିତ କରିଛନ୍ତି। ବେଲୁଚିସ୍ତାନରେ ଅବସ୍ଥା କିଛି ଏଭଳି ରହିଛି। ଏଠାରେ ସବସିଡି ଅଟା ପାଇବା ପାଇଁ ଲୋକେ ମାରପିଟ୍‌ କରୁଛନ୍ତି। ପାକିସ୍ତାନ ସରକାର ପାଇଁ ମହଙ୍ଗା ଦର ଉପରେ ନିୟନ୍ତ୍ରଣ ଆଣିବା କଷ୍ଟକର ହୋଇପଡିଛି । ଅଟା ସହିତ ଅନ୍ୟ ସବୁ ଜିନିଷ ଦାମ୍‌ ମଧ୍ୟ ମହଙ୍ଗା ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.