୧୦ମ୍‌ ପାସ୍‌ କରିଥିଲେ ତୁରନ୍ତ ମିଳିବ ରେଲୱେ ଚାକିରି, ଖାଲିପଡିଛି ୪୦୦୦ରୁ ଅଧିକ ପଦବୀ

ପାଠପଢି ବେରୋଜଗାର ହୋଇ ବସିଛନ୍ତି । ଯଦି ଆପଣ ଡିଗ୍ରୀ ଧରି କିଛି ଚାକିରି କରିନାହାନ୍ତି, ତେବେ ଆପଣଙ୍କ ପାଇଁ ଖୁସି ଖବର । ଆଉ ଯଦି ଆପଣ ରେଳବାଇ ଚାକିରି ଖୋଜୁଛନ୍ତି, ତେବେ ଆପଣଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ । ଦକ୍ଷିଣ ମଧ୍ୟ ରେଳବାଇ ପକ୍ଷରୁ ୪୧୦୩ ପଦବୀ ଖାଲିପଡିଛି । ମେକାନିକ, କାରପେଣ୍ଟର, ଇଲ୍ଟ୍ଯେିସିଆନ, ଇଲେକ୍ଟ୍ରୋନିକ୍ସ ମେକାନିକ, ଫିଟର, ପେଣ୍ଟର ପଦବୀ ଖାଲିପଡିଛି । ଆବେଦନ କରିବାକୁ ଇଚ୍ଛୁକ ଥିବା ପ୍ରାର୍ଥୀ scr.indianrailways.gov.in କୁ ଯାଇ ଆବେଦନ କରିପାରିବେ ।
ସାଉଥ ଇଷ୍ଟର୍ଣ୍ଣ ରେଲୱେ ଦ୍ୱାରା ଜାରି ହୋଇଥିବା ନୋଟିଫିକେସନ ଅନୁସାରେ, ବିଭିନ୍ନ ଟ୍ରେଡର୍ସ ପାଇଁ ପାଖାପାଖି ୪୧୦୩ ପଦବୀ ଖାଲିପଡିଛି।

ପଦବୀ ବିବରଣୀ : ୪୧୦୩

ମେକାନିକ୍‌ : ୨୫୦
କାରପେଣ୍ଟର: ୧୮
ଡିଜେଲ ମେକାନିକ : ୫୩୧
ଇଲେକ୍ଟ୍ରିସିଆନ : ୧୦୧୯
ଇଲେକ୍ଟ୍ରନିକ ମେକାନିକ : ୯୨
ଫିଟର: ୧୪୬୦
ମେସିନିଷ୍ଟ : ୭୧
ମେକାନିକ ମେସିନ ଟୁଲ୍‌ ମେଣ୍ଟେନାନ୍ସ : ୫
ମିଲ୍‌ ରାଇଡ ମେଣ୍ଟେନାନ୍ସ : ୨୪
ପେଣ୍ଟର : ୮୦
ୱେଲଡର: ୫୫୩

ଜରୁରୀ ତାରିଖ : ଆବେଦନ କରିବାର ଶେଷ ତାରିଖ ୨୯ ଜାନୁଆରୀ ୨୦୨୩ ସନ୍ଧ୍ୟା ୫ ଟା ପର୍ଯ୍ୟନ୍ତ ରହିଛ ।

ବୟସ ସୀମା : ଆବେଦନ ପାଇଁ ଇଚ୍ଛୁକ ଥିବା ପ୍ରାର୍ଥୀଙ୍କ ସର୍ବନିମ୍ନ ବୟସ ୧୫ ରୁ ୨୪ ବର୍ଷ ହେବା ଜରୁରୀ । ଅନୁସୂଚିତ ଜାତି ଏବଂ ଜନଜାତି ପ୍ରାର୍ଥୀଙ୍କୁ ବୟସ ସୀମାରେ ୫ବର୍ଷ ରିହାତି ଏବଂ ଓବିସି ପ୍ରାର୍ଥୀଙ୍କୁ ୩ ବର୍ଷ, ଦିବ୍ୟାଙ୍ଗଙ୍କୁ ୧୦ ବର୍ଷ ରିହାତି ମିଳିବ।

ଶିକ୍ଷାଗତ ଯୋଗ୍ୟତା : ଇଚ୍ଛୁକ ଥିବା ପ୍ରାର୍ଥୀ ଅତିକମରେ ୧୦ମ ପାସ୍ କରିବା ସହିତ ବୋର୍ଡରେ ୫୦ ପ୍ରତିଶତ ମାର୍କ ରଖିଥିବା ଜରୁରୀ। ଏହାସହିତ ଆଇଟିଆଇ ପାସ୍ କରିଥିବା ସାର୍ଟିଫିକେଟ ଥିବା ଜରୁରୀ।

ଆବେଦନ ଶୁଳ୍କ : ସାଧାରଣ ବର୍ଗ ପ୍ରାର୍ଥୀଙ୍କ ପାଇଁ ୧୦୦ ଟଙ୍କା ରହିଥିବା ବେଳେ ଅନୁସୂଚିତ ଜାତି ଏବଂ ଜନଜାତି, PWD/ମହିଳା ପ୍ରାର୍ଥୀ ନିଶୁଳ୍କ ଆବେଦନ କରିପାରିବେ ।

ଚୟନ ପ୍ରକ୍ରିୟା :

ପ୍ରାର୍ଥୀଙ୍କ ଚୟନ ମେରିଟ୍ ଲିଷ୍ଟ ଆଧାରରେ ହେବ। ତେବେ ୧୦ମ ବୋର୍ଡରେ ୫୦ ପ୍ରତିଶତ ମାର୍କ ରଖିଥିବା ପ୍ରାର୍ଥୀଙ୍କୁ ଅଗ୍ରାଧିକାର ଦିଆଯିବ ।

ଅଧିକ ଜାଣିବା ପାଇଁ ଏଠାରେ କ୍ଲକ୍ କରନ୍ତୁ :

http://34.93.184.238/instructions.php

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.