ଅର୍ଚ୍ଚନା ନାଗ ହନିଟ୍ରାପ୍‌ ମାମଲାରେ କାଲି ପ୍ରାଥମିକ ଚାର୍ଜସିଟ୍‌ ଦାଖଲ କରିବ ଇଡି

ଭୁବନେଶ୍ବର(କେନ୍ୟୁଜ୍): ଅର୍ଚ୍ଚନା ନାଗ ହନିଟ୍ରାପ୍‌ ମାମଲାରେ ଆସନ୍ତାକାଲି ପ୍ରାଥମିକ ଚାର୍ଜସିଟ୍‌ ଦାଖଲ କରିବ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଏହି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପ୍ରଥମେ ଅର୍ଚ୍ଚନା, ଜଗବନ୍ଧୁ, ଖଗେଶ୍ୱର ଓ ଶ୍ରଦ୍ଧାଞ୍ଜଳିଙ୍କୁ ଅଭିଯୁକ୍ତ ଦର୍ଶାଇ ତାଙ୍କ ନାଁରେ ମାମଲା ରୁଜୁ କରିଥିଲା । ପ୍ରଥମେ ଗିରଫ ହୋଇଥିଲେ ଖଗେଶ୍ୱର । ପରେ ଅର୍ଚ୍ଚନା ଓ ଜଗବନ୍ଧୁଙ୍କୁ ଗିରଫ କରିଥିଲା ଇଡି । ଏଯାଏ ସହଯୋଗୀ ଶ୍ରଦ୍ଧାଞ୍ଜଳି ବେହେରାଙ୍କୁ ଗିରଫ କରି ନାହିଁ । ବିଭିନ୍ନ ପର୍ଯ୍ୟାୟରେ ତାଙ୍କୁ ମାରାଥନ୍‌ ଜେରା କରିଛି । ଏହି ମାମଲାରେ ଫିଲ୍ମ ପ୍ରଯୋଜକ ଅକ୍ଷୟ ପରିଜା, ପ୍ରମୋଦ ସ୍ୱାଇଁଙ୍କ ସମେତ ୧୧ ଜଣଙ୍କୁ ସମନ କରି ପଚରା ଉଚୁରା କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଟିମ୍‌ ।

ଅର୍ଚ୍ଚନା, ଜଗବନ୍ଧୁ ଓ ଖଗେଶ୍ୱରଙ୍କୁ ଦୁଇଟି ପର୍ଯ୍ୟାୟରେ ରିମାଣ୍ଡରେ ଆଣି ମାରାଥନ୍‌ ଜେରା କରିଥିଲା । ସାକ୍ଷୀଙ୍କ ଆଗରେ ରେକର୍ଡ ହୋଇଥିଲା ଅର୍ଚ୍ଚନା ଓ ଜଗବନ୍ଧୁଙ୍କ ବୟାନ ସାକ୍ଷୀ । ଏହି ମାମଲାରେ ଅର୍ଚ୍ଚନା ନାଗ ହିଁ ମୁଖ୍ୟ ଅଭିଯୁକ୍ତ ବୋଲି ED ଚାର୍ଜସିଟରେ ରହିଥିବା ସୂଚନା ମିଳିିଛି । ସେ ହିଁ ରଚୁଥିଲେ ହନି ଟ୍ରାପ ସେକ୍ସଟୋରସନ୍‌ ଓ ବ୍ଲାକମେଲିଂର ବ୍ୟୁହ । ଶ୍ରଦ୍ଧାଞ୍ଜଳିଙ୍କ ଭଳି ଯୁବତୀଙ୍କୁ ବ୍ୟବହାର କରି କୋଟି କୋଟି ଟଙ୍କା ପ୍ରତିଷ୍ଠିତ ବ୍ୟକ୍ତିଙ୍କଠାରୁ ଲୁଟୁଥିଲେ । ଏଥିରେ ସହଯୋଗ କରୁଥିଲା ଖଗେଶ୍ୱର । ଫିଲ୍ମ ପ୍ରଯୋଜକ ପ୍ରମୋଦ ସ୍ୱାଇଁ ଯାହା ଘରେ ୨୦୧୭ରେ ଅର୍ଚ୍ଚନା ଓ ଜଗବନ୍ଧୁ ରହିଥିଲେ ତାଙ୍କଠାରୁ ଆରମ୍ଭ ହୋଇଥିଲା ହନି ଟ୍ରାପ । ୩୦ ଲକ୍ଷରୁ ଅଧିକ ଲୁଟିଥିଲେ । ଅକ୍ଷୟ ପାରିଜାଙ୍କୁ ବ୍ଲାକ ମେଲ କରି ୩କୋଟି ମାଗିଥିଲେ । ଏହାର ତଦନ୍ତ ଜାରି ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.