ମେକ୍ସିକୋ ସିଟିରେ ଦୁଇ ମେଟ୍ରୋ ମୁହାଁମୁହିଁ ଧକ୍କା: ଜଣେ ମୃତ, ୫୭ ଗୁରୁତର

ମେକ୍ସିକୋ ସିଟିରେ ମେଟ୍ରୋ ମୁହାଁମୁହିଁ ଧକ୍କାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫୭ ଲୋକ ଗୁରୁତର ଆହତ ହୋଇଛନ୍ତି । ମେକ୍ସିକୋ ସିଟିର ମେୟର କ୍ଲାଡିୟା ଶୀନବାମ ନିଜ ଟ୍ଵିଟର ଆକାଉଣ୍ଟରେ ଦୁର୍ଘଟଣା ବିଷୟରେ ସୂଚନା ଦେଇଛନ୍ତି। ଏହି ଦୁର୍ଘଟଣା ମେକ୍ସିକୋର ରାଜଧାନୀର ମେଟ୍ରୋ ସିଷ୍ଟମ ଲାଇନ୍‌ ୩ରେ ହୋଇଛି । ଦୁର୍ଘଟଣା କେଉଁ କାରଣ ଯୋଗୁଁ ହୋଇଛି, ତାହା ଜଣାପଡିନାହିଁ । ପୋଟରୋ ଏବଂ ଲା ରଜା ଷ୍ଟେସନ ମଧ୍ୟରେ ୨ଟି ମେଟ୍ରୋ ଟ୍ରେନ ଦୁର୍ଘଟଣା ହୋଇଛି ।

ଖବର ମୁତାବକ, ଦୁର୍ଘଟଣା ଘଟିବା ପରେ କିଛି ସମୟ ପର୍ଯ୍ୟନ୍ତ ତଳେ ଫସିଥିବା ୪ ଜଣ ଲୋକଙ୍କ ମଧ୍ୟରେ ଟ୍ରେନ ଚାଳକ ରହିଥିଲେ । ତାଙ୍କ ଅବସ୍ଥା ଗୁରୁତର ରହିଛି । ଘଟଣା ସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ପୋଲିସ କର୍ମଚାରୀ,ଯବାନ ଉଦ୍ଧାର କାର୍ଯ୍ୟରେ ଲାଗି ରହିଛନ୍ତି । ଆମ୍ବୁଲାନ୍ସ ଆହତଙ୍କୁ ହସପିଟାଲରେ ଭର୍ତ୍ତି କରିଛି । ତେବେ ଦୁର୍ଘଟଣାରେ ୩ଟି ବଗି ବେଶି ଦୁର୍ଘଟଣାଗ୍ରସ୍ତ ହୋଇଛି ।

ଏହି ମେଟ୍ରୋ ଦୁର୍ଘଟଣାରେ ମେକ୍ସିକୋ ରାଷ୍ଟ୍ରପତି ଦୁଃଖ ପ୍ରକାଶ କରିଛନ୍ତି । ଦୁର୍ଘଟଣାରେ ପୀଡିତ ସମସ୍ତଙ୍କୁ ଯଥାସମ୍ଭବ ସାହାଯ୍ୟ କରିବାକୁ କହିଛନ୍ତି । ମେକ୍ସିକୋ ସିଟିର ସବେଓ୍ଵ ସିଷ୍ଟମରେ ୧୪୦ ମାଇଲ ଟ୍ରାକ୍‌ ରହିଥିବା ବେଳେ ୧୯୫ ଷ୍ଟେସନ ରହିଛି। ପ୍ରତିଦିନ ପାଖାପାଖି ୪୬ ଲକ୍ଷ ଲୋକ ମେଟ୍ରୋରେ ଯାତ୍ରା କରନ୍ତି । ନିକଟରେ ମେକ୍ସିକୋରେ ମେଟ୍ରୋ ମଧ୍ୟ ଦୁର୍ଘଟଣା ହୋଇଥିଲା। ୨୦୨୧ରେ ବଡ ଧରଣର ଦୁର୍ଘଟଣା ହୋଇଥିଲା । ଯେଉଁଥିରେ ୨୬ ଲୋକ ମୃତ୍ୟୁବରଣ କରିଥିଲେ ଏବଂ ୬୦ରୁ ଅଧିକ ଆହତ ହୋଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.