ପାକିସ୍ତାନ-ଚୀନରୁ କରୁଛି ଭାରତର ସାଇବର ସ୍ପେସ ଉପରେ ଆଟାକ, ଗୋଟେ ବର୍ଷରେ ୧୧୦ଟି ୱେବସାଇଟ ହ୍ୟାକ

ଭାରତର ସାଇବର ସୁରକ୍ଷା ଉପରେ ହ୍ୟାକର୍ସ ମାନଙ୍କ ନଜର ରହିଛି। ଭାରତରେ ୨୦୧୮ ରୁ ୨୦୧୯ ମଧ୍ୟରେ ୧୧୦ଟି ୱେବସାଇଟ ହ୍ୟାକ କରାଯାଇଛି । ଏଥିମଧ୍ୟରେ ୪୮ଟି ସରକାରୀ ୱେବସାଇଟ ରହିଛି। ଦୁନିଆର ଭିନ୍ନ ଭିନ୍ନ ସ୍ଥାନରେ ବସି ହ୍ୟାକରମାନେ ଭାରତୀୟ କମ୍ପ୍ୟୁଟର ଏବଂ ଇଣ୍ଟରନେଟକୁ ଟାର୍ଗେଟ କରୁଛନ୍ତି। ପାକିସ୍ତାନ, ଚୀନ, ନେଦରଲ୍ୟାଣ୍ଡ, ଫ୍ରାନ୍ସ, ତାଇୱାନ, ରୁଷ, ଆଲଜେରିଆ ଓ ସର୍ବୀୟା ଭଳି ଦେଶରୁ ଭାରତର ସାଇବର ସୁରକ୍ଷାକୁ ହ୍ୟାକରମାନେ ଚ୍ୟାଲେଞ୍ଜ କରୁଛନ୍ତି ।

Related image

ଏହାସହ ପଢନ୍ତୁ ଅନ୍ତରୀକ୍ଷକୁ ଯିବାପରେ ମହାକାଶଚାରୀଙ୍କ ଶରୀରରେ ଦେଖାଦିଏ ଏଭଳି ଅସ୍ୱାଭାବିକ ପରିବର୍ତ୍ତନ

ଇଣ୍ଡିଆନ କମ୍ପ୍ୟୁଟର ଏମରଜେନ୍ସି ରେସ୍ପନ୍ସ ଟିମର ସୂଚନା ଅନୁଯାୟୀ ଯେଉଁ ୱେବସାଇଟ ହ୍ୟାକ କରାଯାଉଛି ତାର IP Address ପାକିସ୍ତାନ ଓ ଚୀନ ଭଳି ଦେଶର ଅଟେ । ଭାରତ ସରକାରଙ୍କ ସାଇବର ସୁରକ୍ଷା ଏଜେନ୍ସି CERT-In ଅନ୍ୟ ଦେଶ ସହିତ ଲଗାତାର ସମ୍ପର୍କରେ ରହିଥାଏ ଯାହାଦ୍ୱାରା ଏହିଭଳି ହ୍ୟାକିଂକୁ ରୋକାଯାଇପାରିବ ।

PAK-चीन से भारतीय साइबर स्पेस पर हो रहा 'अटैक', एक साल में 110 वेबसाइट हैक

ସୂଚନା ଅନୁଯାୟୀ ଭାରତରେ ଇଣ୍ଟରନେଟର କାରବାର ବଢ଼ିବାରେ ଲାଗିଛି । ଆଜିର ଡିଜିଟାଲ ସମୟରେ ନିଜର ୱେବସାଇଟକୁ ସୁରକ୍ଷିତ ରଖିବା ସହ ସାଇବର କ୍ରାଇମକୁ ରୋକିବା ଦେଶପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅଟେ । ହ୍ୟାକ କରାଯାଇଥିବା ୱେବସାଇଟକୁ ନଜରରେ ରଖିଲେ ଏହା ଜଣାଯାଏ ଯେ ଆମ ଦେଶର ସାଇବର ସୁରକ୍ଷା ଦୁର୍ବଳ ଅଟେ । ସେଥିପାଇଁ ଆମକୁ ନିଜର ସାଇବର ସ୍ପେସର ସୁରକ୍ଷାକୁ ଆହୁରି ମଜବୁତ କରିବା ଆବଶ୍ୟକ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.