ଜମ୍ମୁ-କାଶ୍ମୀର ରଜୌରୀ ସେକ୍ଟର କାଲାକୋଟରେ ସୁରକ୍ଷାକର୍ମୀ ଓ ଆତଙ୍କାବାଦୀ ମୁହାଁମୁହିଁ, ଜଣେ ଯବାନ ସହିଦ

ଶ୍ରୀନଗର: ପାକିସ୍ତାନର ପୁଣି ଅସ୍ତ୍ର ବିରତି ଉଲଂଘନ। ଜମ୍ମୁ-କାଶ୍ମୀର ରଜୌରୀ ସେକ୍ଟର କାଲାକୋଟରେ ସୁରକ୍ଷାକର୍ମୀ ଓ ଆତଙ୍କାବାଦୀ ମୁହାଁମୁହିଁ ହୋଇଛନ୍ତି। ଗୁରୁବାର ସନ୍ଧ୍ୟାରେ ଜମ୍ମୁ ଓ କଶ୍ମୀରର ରାଜୌରୀ ଜିଲ୍ଲା ଅନ୍ତର୍ଗତ ସୁନ୍ଦରବନୀ ସେକ୍ଟର୍‌ରେ ପାକିସ୍ତାନ ସେନାର ଅସ୍ତ୍ରବିରତି ଉଲ୍ଲଂଘନ କାରଣରୁ ଭାରତୀୟ ସେନାର ଜଣେ ଯବାନ ସହିଦ ହୋଇଛନ୍ତି। ତେବେ ସେନାର ଗୁଳିରେ ମଧ୍ଯ ଜଣେ ଆତଙ୍କବାଦୀର ମୃତ୍ୟୁ ହୋଇଛି।

ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ପାକିସ୍ତାନୀ ସେନା ଭାରତୀୟ ସେନା ପୋଷ୍ଟ ଉପରକୁ ଗୁଳି ଚଳାଇବା ସହ ମୋର୍ଟାର ମାଡ କରିଥିଲା। ମାତ୍ର ଭାରତୀୟ ସେନା ଏହାର ଦୃଢ ଯବାବ ଦେଇଛି। ସଂପୃକ୍ତ ଅଞ୍ଚଳରେ ଏବେ ସର୍ଚ୍ଚ ଅପରେସନ୍‌ ଜୋରଦାର କରାଯାଇଛି। ଏହାପୂର୍ବରୁ ପୁଞ୍ଚର କିରନୀ ସେକ୍ଟରରେ ମଧ୍ୟ ଅସ୍ତ୍ରବିରତି ଉଲଂଘନ ହୋଇଥିଲା।

Leave A Reply

Your email address will not be published.