ଭାଇ ଓ୍ଵାଜିଦଙ୍କ ପାଇଁ ଭାବବିହ୍ଵଳ ହେଲେ ସାଜିଦ, ଫଟୋ ପୋଷ୍ଟ କରି କହିଲେ ‘ତୁ ବାପାଙ୍କ ପାଖରେ ରହିଥା…’

ବଲିଉଡର ଜଣାଶୁଣା ସଂଗୀତ ନିର୍ଦ୍ଦେଶକ ଓ୍ଵାଜିଦ ଖାନଙ୍କ ହଠାତ୍‌ ବିୟୋଗରେ ସଂପୂର୍ଣ୍ଣ ବଲିଉଡ ସ୍ତବ୍ଧ ହୋଇପଡିଛି। କିନ୍ତୁ ଏଥିରେ ବେଶି ଭାଙ୍ଗିପଡିଛନ୍ତି ତାଙ୍କ ଭାଇ ସାଜିଦ ଖାନ। ଓ୍ଵାଜିଦ ହସିପିଟାଲରେ ଚିକିତ୍ସିତ ହେଉଥିବା ସମୟରେ ଏକ ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ କରି ଭାବପ୍ରବଣ ମେସେଜ ଲେଖିଛନ୍ତି।

ww

ଭିଡିଓରେ ଓ୍ଵାଜିଦ ହସପିଟାଲ ବେଡରେ ବସି ପିଆନୋ ବଜାଇଥିବାର ଦେଖିବାକୁ ମିଳିଥିଲା। ଯାହାକୁ ନେଇ ସାଜିଦ ଏକ ଭାବବିହ୍ଵଳ ପୋଷ୍ଟ ଲେଖିଛନ୍ତି। ଦୁନିଆ ଛୁଟ୍‌ ଗୟି, ସବ୍‌ କୁଛ ଛୁଟ ଗେୟା, ନା ତୁନେ କଭି ମ୍ୟୁଜିକ ଛୋଡା, ନା ମ୍ୟୁଜିକ ତୁଝେ କଭି ଛୋଡେଙ୍ଗା। ମୋ ଭାଇ ଜଣେ କିମ୍ବଦନ୍ତୀ, ଆଉ କିମ୍ବଦନ୍ତୀ କେବେ ମରନ୍ତି ନାହିଁ। ମୁଁ ସବୁବେଳେ ତତେ ଭଲପାଉଥିବି। ମୋ ଖୁସି, ପ୍ରାର୍ଥନା ଏବଂ ମୋ ନାଁରେ ତୁ ସବୁବେଳେ ରହିବୁ ବୋଲି କହିଥିଲେ। ପୁଣି ସାଜିଦ ଭାଇ ଓ୍ଵାଜିଦଙ୍କ ପାଇଁ ଆଉ ଏକ ପୋଷ୍ଟ ଲେଖିଛନ୍ତି। ଯେଉଥିରେ ସାଜିଦ କହିଛନ୍ତି, ମୁଁ ଏଠାରେ ମା’ ପାଖରେ ରହିଛି, ଆଉ ତୁ ପାପାଙ୍କ ଦୁନିଆରେ ରହିବୁ। # love u my brother, my janata ka rockstar।

 

View this post on Instagram

 

I’m in this world with mummy and you’re in that world with papa. #loveyoubrother My Jannat ka rockstar

A post shared by Sajid Wajid (@sajidk21) on

ସାଜିଦ-ଓ୍ଵାଜିଦ ଯୋଡି ବଲିଉଡରେ ଅନେକ ଲୋକପ୍ରିୟ ସଂଗୀତର ନିର୍ଦ୍ଦେଶନା ଦେଇଛନ୍ତି। ସୁପରଷ୍ଟାର ସଲମାନ ଖାନଙ୍କର ସେ ଅତି ପ୍ରିୟ ଯୋଡିଥିଲେ। ସଲମାନଙ୍କୁ ତାଙ୍କୁ ପ୍ରାୟତଃ ପ୍ରତିଟି ଫିଲ୍ମଟିରେ ସଂଗୀତ ନିର୍ଦ୍ଦେଶନା କରିବାର ସୁଯୋଗ ଦେଉଥିଲେ। ୧୯୯୮ରେ ସଲମାନଙ୍କ ଫିଲ୍ମ ‘ପ୍ୟାର କିୟା ତୋ ଡରନା କିୟା’ରେ ଦୁହେଁ ସଂଗୀତ ନିର୍ଦ୍ଦେଶନା ଦେଇଥିଲେ।

Leave A Reply

Your email address will not be published.