ପ୍ରକୃତି ଛାଡ଼ୁନି ପାକିସ୍ତାନ, ଭାରତ ସ୍ୱାଧୀନତା ଦିବସ ପାଳୁଥିବା ବଳେ ସୀମା ସେପାଖରୁ କରୁଛି ଗୁଳିମାଡ଼

ଭାରତ ସ୍ୱାଧୀନତା ଦିବସ ପାଳୁଥିବା ବଳେ ସୀମା ସେପାଖରୁ ପାକିସ୍ତାନ ସେନାର ଗୁଳିମାଡ଼ । ପୁଂଛ କେ.ଜି ସେକ୍ଟରରେ ପାକିସ୍ତାନ ସେନା ଅସ୍ତ୍ରବିରତି ଉଲଂଘନ କରିଛି। ତେବେ ସୀମାରେ ସତର୍କ ଥିବା ଭାରତୀୟ ଯବାନ ଏହାର କଡ଼ା ଜବାବ ଦେଇଛନ୍ତି। ପାଲଟା ଗୁଳି ମାଡ଼ କରିଛନ୍ତି ଭାରତୀୟ ଯବାନ। ଗତ କିଛି ଦିନ ମଧ୍ୟରେ ଭାରତରେ ଆତଙ୍କବାଦୀଙ୍କ ଅନୁପ୍ରବେଶ ପାଇଁ ବହୁ ବାର ଉଦ୍ୟମ କଲାଣି ପାକିସ୍ତାନ । କିନ୍ତୁ ଏହାକୁ ଭାରତୀୟ ଯବାନ ପଣ୍ଡ କରି ଦେଇଛନ୍ତି । ଆତଙ୍କବାଦୀଙ୍କ ଅନୁପ୍ରବେଶ ପାଇଁ ସୁଯୋଗ ସୃଷ୍ଟି କରିବାକୁ ପାକିସ୍ତାନ ଏଭଳି ଅସ୍ତ୍ରବିରତି ଉଲଂଘନ କରୁଛି ବୋଲି କହିଛନ୍ତି ନର୍ଦ୍ଦର୍ଣ୍ଣ ଆର୍ମି କମାଣ୍ଡର ଲେଫ୍‌ନାଣ୍ଟ ଜେନେରାଲ ରଣବୀର ସିଂ