ନୀତୁ କପୁର ସେୟାର କଲେ ମଜାଦାର ଭିଡିଓ, ଲେଖିଲେ, ‘ଯେମିତି ବାପା, ସେମିତି ପୁଅ’

ନୀତୁ କପୁର ସୋସିଆଲ ମିଡିଆରେ ବହୁତ ଆକ୍ଟିଭ ରୁହନ୍ତି। ସେ ପ୍ରାୟତଃ ଅନେକ ସମୟରେ ନିଜ ପରିବାର ଲୋକଙ୍କ ସହିତ ଫଟୋ ସେୟାର କରନ୍ତି। ଏବେ ଏବେ ସେ ଏକ ଭିଡିଓ ସେୟାର କରିଛନ୍ତି, ଯେଉଁଥିରେ ଲେଖିଛନ୍ତି, ‘ଯେମିତି ବାପା, ସେମିତି ପୁଅ।’ ଏହି ପୋଷ୍ଟରେ ଦୁଇଟି ଭିଡିଓ ରହିଛି। ଗୋଟିଏରେ ରଣବୀର କପୁର ଓ ଅନୁଷ୍କା ଶର୍ମା ଦେଖାଯାଉଥିବା ବେଳେ ଦ୍ୱିତୀୟଟିରେ ଋଷି କପୁର ଶ୍ରୀଦେବୀଙ୍କ ସହିତ ଅଛନ୍ତି।

pho1

ଏକ ସିନ୍‌ ଋଷି କପୁରଙ୍କ ଫିଲ୍ମ ‘ଚାନ୍ଦିନୀ’ର ରହିଛି। ଅନ୍ୟ ସିନରେ ରଣବୀରଙ୍କ ଫିଲ୍ମ ‘ୟେ ଦିଲ୍‌ ହୈ ମୁସ୍କିଲ’ର ଅଛି। ଦୁଇଟି ଯାକ ଭିଡିଓରେ ‘ତେରେ ମେରେ ହୋଠୋଁ’ ଗୀତ ବାଜୁଛି। ନୀତୁ କପୁର ଭିଡିଓକୁ ସେୟାର କରି ଲେଖିଛନ୍ତି, ‘ଏହା କେତେ ସୁନ୍ଦର ହୋଇଛି।’ ତେବେ ଏହି ଭିଡିଓକୁ ଏ ପଯ୍ୟର୍ନ୍ତ ୨ ଲକ୍ଷରୁ ଅଧିକ ଲୋକ ଲାଇକ୍‌ କରିସାରିଲେଣି। କହି ରଖୁଛୁ କି, ନୀତୁ କପୁର କିଛିଦିନ ପୂର୍ବରୁ ଋଷି କପୁରଙ୍କ ସହିତ ଅନୁପମ ଖେରଙ୍କ ବୁକ୍‌ ଲଞ୍ଚ୍‌ ଇଭେଣ୍ଟକୁ ଯାଇଥିଲେ। ସେଠାରୁ ମଧ୍ୟ ନୀତୁ କିଛି ଫଟୋ ସେୟାର କରିଥିଲେ। ନୀତୁ ଗତ ୯ ମାସ ହେବ ଋଷି କପୁରଙ୍କ ସହିତ ନ୍ୟୁୟର୍କରେ ଅଛନ୍ତି। ସେଠାରେ ଋଷି ନିଜର କ୍ୟାସନର ଚିକିତ୍ସା କରାଉଥିଲେ। ଏବେ ସେ କ୍ୟାନସର ଫ୍ରି ହୋଇଛନ୍ତି ଏବଂ ଖୁବଶୀଘ୍ର ଭାରତ ଫେରୁଛନ୍ତି।