Below header

ଇମରାନ୍ ଲଗାଇଲେ ନୂଆ ଟିକସ, ପାକିସ୍ତାନରେ ପଡିପାରେ ହାହାକାର

ଦୋହଲି ଯାଇଛି ପାକିସ୍ତାନର ଅର୍ଥବ୍ୟବସ୍ଥା । ମୁକାବିଲା ପାଇଁ ଏଭଳି କିଛି ପଦକ୍ଷେପ ନେଇଛନ୍ତି ଇମରାନ୍ ଖାନ୍ ଯାହାର ସିଧା ପ୍ରଭାବ ପଡିପାରେ ସଧାରଣ ଜନତାଙ୍କ ଉପରେ । ପୂର୍ଣ୍ଣକାଳୀନ ବଜେଟ୍ ଉପସ୍ଥାପନ କରିବା ସମୟରେ ନୂଆ ଟିକସ ଲାଗୁ କରିଛନ୍ତି ପାକିସ୍ତାନ ସରକାର ।

ଅର୍ଥମନ୍ତ୍ରୀ ହମାଦ୍ ଅଜହର୍ କହିଛନ୍ତି ଆସନ୍ତା ଆର୍ଥିକ ବର୍ଷରେ ୩୬.୫ ଆରବ ଡଲାର୍ ରାଜସ୍ବ ଆଦାୟ କରିବା ଲକ୍ଷ୍ୟ ରଖାଯାଇଛି । ଯାହା ଗତବର୍ଷଠାରୁ ୩୦ ବର୍ଷ ଅଧିକ । ତେବେ ପାକିସ୍ତାନର ଜନସଂଖ୍ୟା ୨୧ କୋଟି ହୋଇଥିବା ବେଳେ ଟିକସ ଭରିଥାନ୍ତି କେବଳ ୨୦ ଲକ୍ଷ । ତେଣୁ ନୂଆ ଟିକସ ଲାଗୁ ହେବା ଫଳରେ ଯଦିଓ ପାକିସ୍ତାନର ଅର୍ଥନୀତିରେ ସୁଧାର ଆସିପାରେ କିନ୍ତୁ ଅତ୍ୟାବଶ୍ୟକ ସାମଗ୍ରୀର ମୂଲ୍ୟ ବଢିପାରେ । ଆଉ ଯାହାର ସିଧା ପ୍ରଭାବ ପଡିବ ସାଧାରଣଜନତାଙ୍କ ଉପରେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.