ଗଞ୍ଜାମ: ବାୟୁସେନା ବିମାନ ଦୁର୍ଘଟଣାରେ ଓଡ଼ିଆ ପାଇଲଟ୍ ସୁନୀତ ମହାନ୍ତିଙ୍କ ଦେହାନ୍ତ ହୋଇଛି। ଏହି ଖବର ଶୁଣିବା ପରେ ତାଙ୍କ ଜନ୍ମମାଟି ଗଞ୍ଜାମ ଜିଲ୍ଲାର ବଳିଆପଲ୍ଲୀ ଗାଁରେ ଶୋକାକୂଳ ପରିବେଶ ଓ ପରିବାରରେ କାନ୍ଦ ବୋବାଳି ଦେଖିବାକୁ ମିଳିଛି। ସୁନୀତଙ୍କୁ ହରାଇ ପୂରା ଗାଁ କାନ୍ଦୁଛି। ସୁନୀତ ନିଖୋଜ ହେବା ପରେ ତାଙ୍କର ସୁରକ୍ଷିତ ଫେରିବା ନେଇ ବଳିଆପଲ୍ଲୀ ଗାଁ ସମେତ ପୂରା ଗଞ୍ଜାମ ଜିଲ୍ଲାରେ ପୂଜାର୍ଚ୍ଚନା କରାଯାଇଥିଲା। କିନ୍ତୁ ସେ ଫେରିଲେ ନାହିଁ। ୨୦୧୨ ମସିହାରେ ଭାରତୀୟ ବାୟୁସେନାରେ ଯୋଗ ଦେଇଥିଲେ ସୁନୀତ । ତାଙ୍କ ବାପା ମାଆ ଏବେ ଦିଲ୍ଲୀରେ ରହୁଛନ୍ତି ।