Below header

ଜୀବନ ବଞ୍ଚାଇଥିବା ଯୁବକଙ୍କୁ ଭେଟିଲେ ଇମ୍ରାନ, କହିଲେ ଘରକୁ ନିଶ୍ଚିତ ଯିବି ଆଉ ଖାଇବି

ପାକିସ୍ତାନର ପୂର୍ବ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ରାଲିରେ ଗୁଳିମାଡ ହୋଇଥିବା ଘଟଣାରେ ସମଗ୍ର ଦେଶ ସ୍ତବ୍ଧ। ଏହାକୁ ନେଇ ବିଶ୍ୱବ୍ୟାପୀ ମଧ୍ୟ ନିନ୍ଦା କରାଯାଉଛି। ତେବେ ଇମ୍ରାନଙ୍କୁ ଗୁଳିମାରିଥିବା ବ୍ୟକ୍ତି ଗିରଫ ହୋଇଥିଲେ। ଗିରଫ ହୋଇଥିବା ବ୍ୟକ୍ତି ଇମ୍ରାନଙ୍କୁ ଗୁଳିମାରିଥିବା ବେଳେ ଜଣେ ଯୁବକ ସେହି ବ୍ୟକ୍ତିଙ୍କୁ ଧରି ପକାଇଥିଲେ । ଏହି ବ୍ୟକ୍ତି ଜଣକ ହସପିଟାଲରେ ଇମ୍ରାନଙ୍କୁ ସାକ୍ଷାତ କରିବା ସହିତ ଆକ୍ରମଣ ଦିନ ପିନ୍ଧିଥିବା ସାର୍ଟରେ ଅଟୋଗ୍ରାଫ ଦେବା ସହିତ ଘରକୁ ଯିବାକୁ କଥା ଦେଇଥିଲେ । ଯାହାର ଭିଡିଓ ସୋସିଆଲ ମିଡିଆରେ ସେୟାର ହୋଇଛି। ଇମ୍ରାନ ଖାନ ସେହି ସାର୍ଟରେ ସାଇନ୍‌ କରିବା ସହିତ ଯୁବକ ଜଣଙ୍କ ଇମ୍ରାନଙ୍କୁ ଦେଶର ହିରୋ ଏବଂ ଭବିଷ୍ୟତ ବୋଲି କହିଛନ୍ତି ।

ସୋସିଆଲ ମିଡିଆରେ ସେୟାର ହୋଇଥିବା ଭିଡିଓରେ ଯୁବକ ଜଣକ ଇମ୍ରାନଙ୍କୁ ଦେଶର ଭବିଷ୍ୟତ ବୋଲି କହୁଛନ୍ତି। କେବଳ ସେ ନୁହଁନ୍ତି ତାଙ୍କ ମା ମଧ୍ୟ ତାଙ୍କର ବଡ ସମର୍ଥକ। ଇମ୍ରାନ ଓ୍ଵାଜିରାବାଦ ଯେବେ ଆସିବେ ସେହି ଯୁବକଙ୍କ ଘରକୁ ଯିବେ ବୋଲି କଥା ମଧ୍ୟ ଦେଇଛନ୍ତି।

ସୂଚନା ମୁତାବକ, ଗତ ଦୁଇଦିନ ତଳେ ଓ୍ଵାଜିରାବାଦ ନିକଟରେ ଏକ ରାଲି ଚାଲିଥିବା ବେଳେ ଇମ୍ରାନଙ୍କ ଉପରକୁ ଗୁଳିମାଡ ହୋଇଥିଲା। ଏହି ଆକ୍ରମଣରେ ଇମ୍ରାନଙ୍କ ଗୋଡରେ ୩ରୁ ୪ଟି ଗୁଳିବାଜିଥିଲା ବୋଲି ଖବର ମିଳିଥିଲା। ଏହି ଆକ୍ରମଣରେ ୪ ଜଣ ଅନ୍ୟ ଦଳୀୟ କର୍ମକର୍ତ୍ତା ମଧ୍ୟ ଆହତ ହୋଇଥିଲେ। ଜଣେ ବ୍ୟକ୍ତିଙ୍କର ଏଥିରେ ମୃତ୍ୟୁ ଘଟିଥିଲା। ତେବେ ଏହି ଘଟଣାରେ ଇମ୍ରାନଙ୍କ ଡାହାଣ ପାଦର ଆଙ୍ଗୁଠି ଭାଙ୍ଗିଯାଇଛି। ଗୁଳିମାଡ ହୋଇଥିବା ବେଳେ ସଙ୍ଗେ ସଙ୍ଗେ ଜଣେ ଆକ୍ରମଣକାରୀକୁ ଜଣେ ଯୁବକ ମାଡିବସିଥିଲେ।  ଇମ୍ରାନଙ୍କୁ ଲାହୋର ହସପିଟାଲରେ ଭର୍ତ୍ତି ହୋଇଛନ୍ତି। ତାଙ୍କ ଅବସ୍ଥା ସ୍ଥିର ରହିଛି। ଡାକ୍ତର ଟିମ୍‌ ତାଙ୍କର ଚିକିତ୍ସା କରୁଛନ୍ତି।

ଇମ୍ରାନ ଖାନ ବର୍ତ୍ତମାନର ସରକାର ବିରୋଧରେ ଲଗାତର ପ୍ରଦର୍ଶନ କରୁଛନ୍ତି। ତୋଶଖାନା ମାମଲାରେ ଦୋଷୀ ସାବ୍ୟସ୍ତ ହେବା ପରେ ଇମ୍ରାନ ଦେଶରେ ସ୍ୱାଧୀନତା ପାଇଁ ମୋର୍ଚ୍ଚା ଆରମ୍ଭ କରିଛନ୍ତି। ଆଜି ମଧ୍ୟ ଏଥିପାଇଁ ରାଲି ବାହାରିଥିଲା। ଏଥିଲାଗି ଇମ୍ରାନ ଯେଉଁ କଣ୍ଟନରରେ ବସି ଯାତ୍ରା କରୁଥିଲେ ତା ନିକଟରେ ଗୁଳିକାଣ୍ଡ ହୋଇଥିଲା।

Also Read : କାମ ସାରି ଘରକୁ ଫେରୁଥିଲେ ମହିଳା ଶ୍ରମିକ, ନିଜ ପିଲାଙ୍କ ମୁହଁ ଦେଖିବା ଆଗରୁ ବାଟ ଜଗିଦେଲା ଯମ: ୭ ମୃତ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.