Below header

ବିବାଦରେ ଫସିଲା ‘ଦ କେରଳା ଷ୍ଟୋରୀ’ର ଟିଜର, କେରଳକୁ ବଦ୍‌ନାମ କରାଯାଉଥିବା ଲୋକେ କରୁଛନ୍ତି ଅଭିଯୋଗ

ବଲିଉଡ ଇଣ୍ଡଷ୍ଟ୍ରୀରେ ଫିଲ୍ମ ରିଲିଜ ହେବା ପୂର୍ବରୁ ବିବାଦରେ ରହିଥାଏ। ଆଉ ଏବେ ବିବାଦରେ ଫିଲ୍ମ ‘ଦ କେରଳା ଷ୍ଟୋରୀ’ର ଟିଜର । ଏଥିରେ ଅଦା ଶର୍ମା ମୁଖ୍ୟ ଭୂମିକାରେ ନଜର ଆସିବେ। ଫିଲ୍ମର ଟିଜରରେ ଦେଖିବାକୁ ମିଳିଛି ଯେ, କେରଳରେ ୩୨ ହଜାର ମହିଳା ନିଖୋଜ ହୋଇଯାଇଛନ୍ତି। ବର୍ତ୍ତମାନ ଆଫଗାନିସ୍ତାନ, ସିରିଆ ଏବଂ ୟମେନର ମରୁଭୂମିରେ ପୋତି ହୋଇଛନ୍ତି।

‘ ଦ କେରଳା ଷ୍ଟୋରୀ’ର ଟିଜରରେ ଦେଖିବାକୁ ମିଳିଛି କି, କିପରି ମହିଳାମାନଙ୍କ ସହିତ ଭୁଲ୍‌ କାମ ହେଉଛି ଏବଂ କିଭଳି ସେମାନଙ୍କୁ ଖରାପ ରାସ୍ତାରେ ଚାଲିବା ପାଇଁ ବାଧ୍ୟ କରାଯାଉଛି। କିନ୍ତୁ ଏହାକୁ ନେଇ ବିବାଦ ନୁହେଁ ବରଂ କେରଳ ରାଜ୍ୟକୁ ନେଇ ବିବାଦ ଦେଖାଦେଇଛି। ସତ୍ୟ ଘଟଣା ଉପରେ ଆଧାରିତ ଏହି ଫିଲ୍ମର ଟିଜର ଦେଖି ଆପଣ ନିଶ୍ଚିତ ଭାବେ ଭାବବିହ୍ଵଳ ହେବେ।

ଟିଜର ଆରମ୍ଭ ଅଦା ଶର୍ମା ଜଣେ ମୁସଲିମ ମହିଳା ଅବତାରରେ ନଜର ଆସିବେ। ନିଜ ମୁହଁରୁ କଳା ବୁର୍ଖା ହଟାଇବା ସହ କହୁଛନ୍ତି, ମୁଁ ନର୍ସ ହୋଇ ସମସ୍ତଙ୍କର ସେବା କରିବାକୁ ଚାହୁଁଛି। କିନ୍ତୁ ମୁଁ ଏବେ ଫତିମା ଏକ ISIS ଆତଙ୍କବାଦୀ ଏବେ ଆଫଗାନିସ୍ତାନ ଜେଲରେ ରହୁଛି। ମୁଁ ଏକା ନୁହେଁ ମୋ ସହିତ ୩୨,୦୦୦ ଯୁବତୀ ମଧ୍ୟ କନର୍ଭଟ ହୋଇ ସିରିଆ ଏବଂ ୟେମେନର ମରୁଭୂମିରେ ପୋତା ହୋଇଛନ୍ତି। ସାଧାରଣ ଯୁବତୀଙ୍କୁ ଆତଙ୍କବାଦୀ କରି ସବୁଠାରୁ ବିପଦପୂର୍ଣ୍ଣ ଖେଳ ଖେଳୁଛି କେରଳ। ଏହାକୁ କିଏ ତ ରୋକିବା ଜରୁରୀ। ଏହା ମୋ’ କାହାଣୀ।

ଏହି ଟିଜର ରିଲିଜ ହେବା ପରେ ସୋସିଆଲ ମିଡିଆରେ ଏହା ବିରୋଧରେ ସ୍ୱର ଉତ୍ତୋଳନ କରାଯାଉଛି। ଲୋକ କହିଛନ୍ତି, ଏହି ଫିଲ୍ମ ଜରିଆରେ କେଳ ରାଜ୍ୟର ନାମକୁ ବଦନାମ୍‌ କରାଯାଉଚି। ତେବେ କିଛି ଲୋକଙ୍କୁ ଟିଜର ବେଶ୍‌ ପସନ୍ଦ ଆସିଛି।

ନିର୍ମାତା ଭିପୁଲ ଅମୃତଲାଲ ଶାହା କହିଛନ୍ତି ଯେ, ଫିଲ୍ମ ତିଆରି କରିବା ପୂର୍ବରୁ ୪ ବର୍ଷ ଧରି ଅନୁସନ୍ଧାନ କରାଯାଇଥିଲା। ନିର୍ଦ୍ଦେଶକ ସୁଦୀପତୋ ସେନ୍ କେରଳ ଏବଂ ଆରବ ଦେଶ ଗସ୍ତ କରିଥିଲେ। ସେ ସ୍ଥାନୀୟ ଲୋକ ଏବଂ ପୀଡିତଙ୍କ ପରିବାର ଲୋକଙ୍କୁ ଭେଟି ସେମାନଙ୍କ କଥା ଶୁଣି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଫିଲ୍ମ ‘କେରଳ କାହାଣୀ’ ଆସନ୍ତା ବର୍ଷ ବଡ ପରଦାରେ ମୁକ୍ତିଲାଭ କରିବ।

Also Read : ଅନୁଷ୍କା ନୁହେଁ ବିରାଟଙ୍କ ପ୍ରଥମ ପସନ୍ଦ ଥିଲେ କରିସ୍ମା, ଇଣ୍ଟରଭ୍ୟୁରେ କଲେ ଖୁଲାସା

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.