ଚାକିରି ଦେବା ନାଁରେ ଏକ କୋଟି ୪୭ ଲକ୍ଷ ଟଙ୍କା ଠକେଇ ଘଟଣା: ଫେରାର ଅଭିଯୁକ୍ତ ଜୟନ୍ତ ମହାନ୍ତି ଗିରଫ

ଭୁବନେଶ୍ୱର(କେନ୍ୟୁଜ୍):ଚାକିରି ଦେବା ନାଁରେ ଏକ କୋଟି ୪୭ ଲକ୍ଷ ଟଙ୍କା ଠକେଇ ଘଟଣାରେ ଗିରଫ ହେଲା ଫେରାର ଅଭିଯୁକ୍ତ । ଅଭିଯୁକ୍ତ ଜୟନ୍ତ ମହାନ୍ତିକୁ ଗିରଫ କଲା କ୍ରାଇମବ୍ରାଞ୍ଚ EOW । ଗିରଫ ପରେ ଜୟନ୍ତ ମହାନ୍ତିଙ୍କୁ କୋର୍ଟ ଚାଲାଣ କଲା EOW ।ପୂର୍ବରୁ ଏହି ଘଟଣାରେ ଦୁଇ ଜଣଙ୍କୁ ଗିରଫ କରାଯାଇଥିଲା। କମ୍ବାଇନ ପୋଲିସ ସର୍ଭିସ ୨୦୧୩ ସପଲିମେଣ୍ଟାରି ସିଲେକ୍କ୍ସନ ଲିଷ୍ଟରେ ନା ରହିବା କହି ୩୮ ଜଣଙ୍କୁ ଠକିଥିଲେ ।

ବାଦଲ କୁମାର ରାଉଲଙ୍କ ଅଭିଯୋଗକୁ ଭିତ୍ତିକରି EOW ତଦନ୍ତ ଆରମ୍ଭ କରିଥିଲା । ବୈକୁଣ୍ଠ ନାଥ ନାୟକ, ଭୀମସେନ ମହାରଣା ଓ ଜୟନ୍ତ ମହାନ୍ତି ନାଁରେ ମାମଲା ରୁଜୁ ହୋଇଥିଲା । ପୂର୍ବରୁ ବୈକୁଣ୍ଠ ଓ ଭୀମସେନକୁ ଗିରଫ କରାଯାଇଥିଲା । ଓଡିଶା ଷ୍ଟାଫ୍‌ ସିଲେକ୍ସନ ଦ୍ୱାରା କମ୍ବାଇନ ପୋଲିସ ସର୍ଭିସ ନାଁରେ ୩୮ ଜଣ ପରୀକ୍ଷା ଦେଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.