Below header

ଏହି ଗଛକୁ ଛୁଇଁଲେ କଲବଲ ହୋଇ ମରିଯାନ୍ତି ଲୋକେ, ପାଖକୁ ଯିବା ପୂର୍ବରୁ ଶହେ ଥର ଭାବନ୍ତୁ

ପିଲାବେଳେ ଆମେ ସମସ୍ତେ ପଢିଛେ ‘ବୃକ୍ଷ ହିଁ ଜୀବନ’ । ପ୍ରକୃତି ପଇଁ ଗଛର ଆବଶ୍ୟକତା ବହୁତ ରହିଛି। ଏହି କାରଣରୁ ବୃକ୍ଷରୋପଣକୁ ବହୁତ ଗୁରୁତ୍ୱ ମନାଯାଏ। ଏମିତିରେ ଗଛ ଲଗାଇବା ପ୍ରାୟ ଜଣଙ୍କୁ ପସନ୍ଦ ଲାଗିଥାଏ। ଅନେକ ପୁରୁଣା ଗଛକୁ ଲଗାଇଥାନ୍ତି। କିଛି ଜଣ ଏଥିରେ ଏକ୍ସପେରିମେଣ୍ଟ କରିଥାନ୍ତି। ଆଜି ଆମେ ଏମିତି ଏକ ବ୍ୟକ୍ତିଙ୍କ ସମ୍ପର୍କରେ କହିବୁ ଯାହାକୁ ଜାଣିଲେ ଆପଣ ଭୟ କରିଯିବେ। ବ୍ୟକ୍ତି ଜଣକ ବ୍ରିଟେନ ବାସିନ୍ଦା। ଗଛ ଲଗାଇବା ସୌକ ତାଙ୍କୁ ବଡ଼ ଭୟଙ୍କର ପରିସ୍ଥିତିରେ ପକାଇଦେଇଛି। ଏକ୍ସପେରିମେଣ୍ଟ କରି ନୂଆ ପ୍ଲାଣ୍ଟ ବାହାର କରିବା ଉଦ୍ଦେଶ୍ୟରେ ସେ ଏକ ଏମିତି ବୃକ୍ଷ କୁ ବାହାର କରିଛନ୍ତି ଯାହାକୁ ଛୁଇଁଲା ମାତ୍ରେ ମଣିଷର ମୃତ୍ୟୁ ସୁନିଶ୍ଚିତ। ଏହା ଦୁନିଆର ବିଷାକ୍ତ ଗଛ।

moneycontrol
pc: moneycontrol

ବିନା ଜୀବଜଗତରେ ଜୀବନ ଅତିବାହିତ କରିବା ବହୁତ କଷ୍ଟ କିନ୍ତୁ ଆପଣ କ’ଣ ଜାଣିଛନ୍ତି, ପୃଥିବୀ ପୃଷ୍ଠରେ ଏପରି କିଛି ବୃକ୍ଷ ଅଛି ଯାହା ମୃତ୍ୟୁ ବୃକ୍ଷ ନାମରେ ନାମିତ । ଅପାଣଙ୍କୁ ଆଶ୍ଚର୍ୟ୍ୟ ଲାଗିଲେ ମଧ୍ୟ ଏହା ସତ୍ୟ । ଆସନ୍ତୁ ଜାଣିବା ଏହି ବୃକ୍ଷମାନଙ୍କ ବିଷୟରେ ଯାହା ବେଶ୍ ଜଣାଶୁଣା ମୃତ୍ୟୁ ବୃକ୍ଷ ନାମରେ । କେବେବି ଯଦି ଆପଣ ଏହି ବୃକ୍ଷ ସଂସ୍ପର୍ଶରେ ଆସନ୍ତି ତେବେ ଭୁଲରେ ଛୁଇଁବେ ନାହିଁ ।

ଜିମପି ଜିମପି ଦୁନିଆରେ ସବୁଠୁ ଭୟଙ୍କର ଗଛ। ଯାହାକୁ ଛୁଇଁଲେ ମାତ୍ରେ ଚାଲିଯାଏ ମଣିଷର ଜୀବନ । ଏହାକୁ ଛୁଇଁଲେ ଏହାର ପତ୍ର ସାପ ଭଳି ଚୋଟ ମାରିଥାଏ। ଯାହା କାରଣୁ ଶରୀରରେ ଗରମ ଏସିଡ଼ ଓ ବିଜୁଳି ମାରିବା ଭଳି ଝଟକା ଅନୁଭୂତ ହୁଏ। କୁୁହାଯାଏ ଯେ ଏହି ଗଛ ଲୋକଙ୍କୁ ବହୁତ କଷ୍ଟ ଦିଏ ଯାହା କାରଣରୁ ଅନେକ ଆତ୍ମହତ୍ୟା କରିବା ପାଇଁ ବାଧ୍ୟ ହୋଇଥାନ୍ତି।

ଅଷ୍ଟ୍ରେଲିଆର ଜଙ୍ଗଲରେ ଦେଖାଯାଉଥିବା ଏହି ବୃକ୍ଷ ଦୁନିଆର ସବୁଠାରୁ ବିପଦଜନକ ବୃକ୍ଷମାନଙ୍କ ମଧ୍ୟରୁ ଗୋଟିଏ । କେଶ ଭଳି ଦେଖାଯାଉଥିବା ଏହି ବୃକ୍ଷର କଣ୍ଟା ଖୁବ୍ ବିଶାକ୍ତ । ଭୁଲରେ ଯଦି କେହି ଏହି ବୃକ୍ଷର ପତ୍ରକୁ ଛୁଇଁ ଦିଏ ତେବେ ଏଥିରେ ଥିବା କଣ୍ଟା ସାହାଯ୍ୟରେ ଏହି ବୃକ୍ଷ ନିଜର ବିଷକୁ ଛୁଇଁ ଥିବା ଲୋକର ଦେହକୁ ଛାଡିଦିଏ । କଣ୍ଟା ଫୋଡି ହୋଇଥିବା ସ୍ଥାନ ଲାଲ୍ ପଡିଯିବା ସହିତ ବିନ୍ଧିବା ଆରମ୍ଭ ହୋଇଯାଏ । ୩ରୁ ୪ଦିନ ଯାଏ ସେହି ବ୍ୟକ୍ତି ରାତିରେ ଶୋଇପାରେ ନାହିଁ ଏବଂ ଧିରେ ଧିରେ ମୁଣ୍ଡ ବିନ୍ଧିବା ଆରମ୍ଭ ହୋଇଥାଏ । ଏହି ବୃକ୍ଷର ବିଷରୁ ରକ୍ଷା ପାଇବା ପାଇଁ କୌଣସିବି ଓୗଷଧ ତିଆରି ହୋଇ ନାହିଁ ଯାହାଫଳରେ ବ୍ୟକ୍ତିଟିକୁ ପ୍ରାୟ ୧ବର୍ଷ ପର୍ୟ୍ୟନ୍ତ ଏହି ଯନ୍ତ୍ରଣାକୁ ଭୋଗିବାକୁ ପଡିଥାଏ । କିଛି ଲୋକ ଏହି ବୃକ୍ଷର ଫଳକୁ ଖାଇଥାନ୍ତି କାହିଁକିନା ଏହାର ଫଳରେ ବିଷ ନଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.