Below header

ଚୋରକୁ ସାବାସୀ, ଫୁଲ ମାଳ ପିନ୍ଧାଇ ସମ୍ବର୍ଦ୍ଧନା କରିଲେ ଗ୍ରାମବାସୀ

ଭଦ୍ରକ(କେନ୍ୟୁଜ୍): ଚୋରକୁ ସାବାସୀ, ଫୁଲ ମାଳ ପିନ୍ଧାଇ ସମ୍ବର୍ଦ୍ଧନା କରିଲେ ଗ୍ରାମବାସୀ। ଚୋରକୁ ଫୁଲ ମାଳ ପିନ୍ଧାଇ ଗାଁ ବୁଲାଇବାର ଦୃଶ୍ୟ ଏବେ ସୋସିଆଲ ମିଡ଼ିଆରେ ଭାଇରଲ ହେବାରେ ଲାଗିଛି। ଦୋକାନ ଗୁଡ଼ିକରୁ ସିରିଜ ଚୋରି କରିଥିବାରୁ ଗ୍ରାମବାସୀଙ୍କ ପକ୍ଷରୁ ଚୋରକୁ ଏଭଳି ସାବାସୀ ଦିଆଯାଇଛି।

ଘଟଣା ଅନୁଯାୟୀ, ଗୋଟିଏ ରାତିରେ ୭ଟି ଦୋକାନରୁ ଜଣେ ଚୋର ଚୋରି କରିଥିଲା। ଠିକ୍ ସେହି ସମୟରେ ଗାଁ ଲୋକେ ଧରି ପକାଇଥିଲେ ଚୋରଟିକୁ। ଚୋରର ଏଭଳି ସାହସକିତା ପାଇଁ ଗାଁ ଲୋକ ମିଶି ଚୋରକୁ ସାବାସୀ ଦେବା ସହ ବେକରେ ଫୁଲ ମାଳ ପିନ୍ଧାଇ ସାରା ଗାଁ ବୁଲାଇଥିଲେ। ଚୋରକୁ ସମସ୍ତେ ବାଡାଉଥିବା ବେଳେ, ଫୁଲମାଳ ପିନ୍ଧାଇ ସମ୍ବର୍ଦ୍ଧନା ଜଣାଇବା ଘଟଣା ସ୍ଥାନୀୟ ଅଞ୍ଚଳରେ କୌତୁହଳ ସୃଷ୍ଟି କରିଛି। ଏଭଳି ଦୃଶ୍ୟ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଥିବା ବେଳେ, କେଉଁ ଅଞ୍ଚଳର ତାହା ଅସ୍ପଷ୍ଟ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.