ଆଇପିଏସ୍‌ ଅଧିକାରୀଙ୍କ ବିରୋଧରେ କୋର୍ଟ ଗଲେ ମହେନ୍ଦ୍ର ସିଂ ଧୋନି, ୧୦୦ କୋଟି ଜରିମାନା କଲେ ଦାବି

ଆଇପିଏସ ଅଧିକାରୀଙ୍କ ବିରୋଧରେ କୋର୍ଟ ଗଲେ ମହେନ୍ଦ୍ର ସିଂ ଧୋନି । ଆଇପିଏସ ସମ୍ପତ କୁମାରଙ୍କ ବିରୋଧରେ ମାନହାନି ମାମଲା ଦାୟର କରି ମାଦ୍ରାସ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି । ଏହି ମାମଲାରେ ୨୦୧୩ରେ ଆଇପିଏଲରେ ହୋଇଥିବା ମ୍ୟାଚ୍‌ ଫିକ୍ସିଂ ଏବଂ ସଟ୍ଟାବାଜି ସହିତ ଜଡିତ। ଆଉ ଧୋନିଙ୍କ ଏହି ମାମଲାର ଶୁଣାଣି ମଙ୍ଗଳବାରକୁ ହେବ ବୋଲି ଜଣାପଡିଛି।

ଖବର ମୁତାବକ, ୨୦୧୩ ଆଇପିଏଲ ହୋଇଥିବା ସ୍ପଟ୍ ଫିକ୍ସିଂ ଓ ସଟ୍ଟାବାଜିକୁ ଯାଞ୍ଚ କରୁଥିଲେ ଆଇପିଏସ ସମ୍ପତ କୁମାର । ଯାଞ୍ଚ ସମୟରେ ସେ କ୍ୟାପ୍ଟେନ୍ କୁଲଙ୍କ ବିରୋଧରେ ଟିପ୍ପଣୀ ଦେଇଥିଲେ । ଏହି ମାମଲାରେ ଶୁକ୍ରବାର ଶୁଣାଣି କରିବାର ଥିଲା କିନ୍ତୁ ମଙ୍ଗଳବାର ଦିନ ଏହାର ଶୁଣାଣି ହେବ।

ଧୋନି ଯାଚିକାରେ କହିଛନ୍ତି, ସମ୍ପତ କୁମାରଙ୍କ ବୟାନ ନ୍ୟାୟପାଳିକା ଉପରେ ସାଧାରଣ ଲୋକଙ୍କ ବିଶ୍ୱାସକୁ ଭାଙ୍ଗିଦେବ। ତାଙ୍କ ଦ୍ୱାରା ଲିଖିତ ଭାବେ ଦିଆଯାଇଥିବା ଷ୍ଟେଟମେଣ୍ଟ କୋର୍ଟଙ୍କ ଅବମାନନା। ଏହି ବୟାନ ନ୍ୟାୟପାଳିକାର ଆଡମିନିଷ୍ଟ୍ରେସନରେ ହସ୍ତକ୍ଷେପ ଏବଂ ବାଧା ପହଞ୍ଚାଇବାକୁ ମଧ୍ୟ ପ୍ରଭାବିତ କରିବ।

ଧୋନି ୨୦୧୪ରେ ସମ୍ପତ କୁମାରଙ୍କ ବିରୋଧରେ ମାନହାନି ମକଦମ୍ମା କରିଥିଲେ । ସୁପ୍ରିମକୋର୍ଟ ସେହିବର୍ଷ ସମ୍ପତ କୁମାରଙ୍କୁ ଧୋନିଙ୍କ ବିପକ୍ଷରେ ଏଭଳି ଟିପ୍ପଣୀ ନ ଦେବାକୁ ଅନ୍ତରୀଣ ଆଦେଶ ଦେଇଥିଲେ।ମାତ୍ର ୨୦୨୧ରେ ଆଇପିଏସ ସମ୍ପତ କୁମାର ମାନହାନି ମାମଲା ରଦ୍ଦ କରିବାକୁ ନ୍ୟାୟାଳୟଙ୍କୁ ଅନୁରୋଧ କରିଥିଲେ । ଏହା ସହିତ ଧୋନିଙ୍କ ବିରୋଧରେ ପୁଣି ଥରେ ଟିପ୍ପଣୀ ଦେଇଥିଲେ। ଏହାକୁ ଆଧାର କରି ଧୋନି ନିଜର ନିରବତା ଭାଙ୍ଗି ମାଦ୍ରାସ ହାଇକୋର୍ଟ ଯାଇଛନ୍ତି। ଆଇପିଏସ ସମ୍ପତ କୁମାର ଅଦାଲତର ଅବମାନନା କରିଥିବା ଦାୟର ମାମଲାରେ ଉଲ୍ଲେଖ ରହିଛି।

ସୂଚନାଯୋଗ୍ୟ, ମହେନ୍ଦ୍ର ସିଂ ଧୋନି ୨୦୨୦ରେ ଭାରତୀୟ କ୍ରିକେଟରୁ ସନ୍ନ୍ୟାସ ନେଇଥିଲେ। ଧୋନି ନିଜ ଅଧିନାୟକତ୍ୱରେ ଭାରତ ଦୁଇଥର ବିଶ୍ୱକପ୍‌ ଜିତିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.