ସୀମା ଟପିଲା ବର୍ବରତା: ପତ୍ନୀକୁ ଶ୍ବାସରୁଦ୍ଧ କରି ହତ୍ୟା କରିବା ପରେ ପିଲାମାନଙ୍କ ସମ୍ମୁଖରେ ହଣ୍ଡାରେ ସିଝାଇଲା ସ୍ୱାମୀ

ନୂଆଦିଲ୍ଲୀ : ପାକିସ୍ତାନର ସିନ୍ଧ ପ୍ରଦେଶରେ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ବ୍ୟକ୍ତି ତାଙ୍କ ପତ୍ନୀଙ୍କୁ ହତ୍ୟା କରି ଗୋଟାଏ ହଣ୍ଡାରେ ଭର୍ତ୍ତି କରି ନିଜର ୬ଜଣ ପିଲାଙ୍କ ସମ୍ମୁଖରେ ସିଝାଇ ଥିବା କଥା ସମସ୍ତଙ୍କୁ ଚକିତ କରୁଛି । ବୁଧବାର ଦିନ ଗୁଲଶାନ-ଇ-ଇକବାଲ ଅଞ୍ଚଳର ଏକ ଘରୋଇ ବିଦ୍ୟାଳୟର ରୋଷେଇ ଘରୁ ପୁଲିସ ଗୋଟାଏ ହଣ୍ଡା ଭିତରୁ ନର୍ଗିସ୍‌ ନାମରେ ଜଣେ ମହିଳାଙ୍କ ଶବ ପାଇଥିଲା। ବୁଧବାର ଦିନ ହିଁ ନର୍ଗିସ୍‌ଙ୍କୁ ତାଙ୍କ ପତ୍ନୀ ହଣ୍ଡାରେ ପୂରାଇ ସିଝାଇ ଥିଲେ।

ପୋଲିସର ସୂଚନାନୁସାରେ, ବାଜୁର ଏଜେନ୍ସିର ବାସିନ୍ଦା ନର୍ଗିସଙ୍କ ସ୍ୱାମୀ ଆଶିକ୍ ଏହି ବିଦ୍ୟାଳୟରେ ଜଗୁଆଳି ଭାବରେ କାର୍ଯ୍ୟ କରୁଥିଲେ ଏବଂ ପ୍ରାୟ ଆଠରୁ ନଅ ମାସ ପର୍ଯ୍ୟନ୍ତ ବନ୍ଦ ଥିବା ସ୍କୁଲ୍‌ର ‘ସର୍ଭାଣ୍ଟ୍‌ କ୍ବାର୍ଟର୍ସ’ରେ ସେ ରହୁଥିଲେ। ପୋଲିସ କହିଛି ଯେ ଅଭିଯୁକ୍ତ ଆଶିକ୍ ତିନି ପିଲାଙ୍କୁ ନେଇ ଫେରାର ହୋଇଯାଇଥିଲେ ।

‘ଡିଷ୍ଟ୍ରିକ୍ଟ୍‌ ଇଷ୍ଟ୍‌ ସିନିଅର୍‌ ସୁପରିଣ୍ଟେଣ୍ଡେଣ୍ଟ୍‌ ଅଫ୍‌ ପୋଲିସ୍‌’ (ଏସ୍‌ଏସ୍‌ପି) ଅବ୍ଦୁର୍‌ ରହିମ୍‌ ଶେରାଜି କହିଛନ୍ତ ଯେ, ସେମାନଙ୍କର ୩ଜଣ ପିଲାଙ୍କୁ ମଧ୍ୟ ପୁଲିସ ହେପାଜତରେ ରଖାଯାଇଛି। ସେମାନେ ମାନସିକ ଆଘାତ ପାଇ ବିଚଳିତ ହୋଇଯାଇଛନ୍ତି। ବ୍ୟବଚ୍ଛେଦ ନିମନ୍ତେ ପୁଲିସ ନର୍ଗିସ୍‌ଙ୍କ ଶବକୁ ‘ଜିନ୍ନା ପୋଷ୍ଟ୍‌ଗ୍ରାଜୁଏଟ୍‌ ମେଡିକାଲ୍‌ ସେଣ୍ଟର୍‌’କୁ ନେଇଛି। ଅନ୍ୟପଟେ ସରକାରୀ ଅଧିକାରୀମାନେ କହିଛନ୍ତି, ପ୍ରାଥମିକ ତଦନ୍ତ ଏବଂ ପିଲାମାନଙ୍କ ବୟାନ୍‌ରୁ ଜଣାପଡୁଛି ଯେ, ହଣ୍ଡାରେ ପୂରାଇ ସିଝାଇବା ଆଗରୁ ସନ୍ଦିଗ୍ଧ ଆଶିକ୍‌ ପତ୍ନୀ ନର୍ଗିସଙ୍କ ମୁହଁକୁ ତକିଆରେ ମାଡ଼ିବସି ଶ୍ବାସରୁଦ୍ଧ କରି ହତ୍ୟା କରିଥିଲା। ନର୍ଗିସ୍‌ଙ୍କର ଗୋଟାଏ ଗୋଡ଼ ମଧ୍ୟ ଦେହରୁ କାଟି ଅଲଗା କରାଯାଇଥିଲା ବୋଲି ‘ଏସ୍‌ଏସ୍‌ପି’ ଶେରାଜି କହିଛନ୍ତି।

ତେବେ ଗଣମାଧ୍ୟମର ରିପୋର୍ଟରେ ଦର୍ଶାଯାଇଛି ଯେ ଆଶିକ୍ ନର୍ଗିସ୍‌ ଙ୍କୁ ଅନ୍ୟ ପୁରୁଷଙ୍କ ସହ ଅନୈତିକ ସମ୍ପର୍କ ରଖିବାକୁ ବାଧ୍ୟ କରିଥିଲେ ଏବଂ ଯେତେବେଳେ ସେ ଏହା କରିବାକୁ ମନା କରିଥିଲେ ସେତେବେଳେ ତାଙ୍କୁ ହତ୍ୟା କରିଥିଲେ। ପୋଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତ ଆଶିକ୍କୁ ଖୋଜିବା ଆରମ୍ଭ କରିଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.