ଆଜିଠୁ ମାଗଣାରେ ବୁଷ୍ଟର ଡୋଜ୍‌, ରାଜ୍ୟର ୨୫ଶହ ଟିକାକରଣ କେନ୍ଦ୍ରରେ ଯୋଗାଇ ଦିିଆଯିବ ଏହି ସୁବିଧା

ଭୁବନେଶ୍ୱର(କେନ୍ୟୁଜ୍) : ଆଜିଠୁ ମାଗଣାରେ ବୁଷ୍ଟର ଡୋଜ୍‌। ୧୮ବର୍ଷରୁ ଉର୍ଦ୍ଧ୍ୱ ବୟସ ବର୍ଗଙ୍କୁ ମାଗଣାରେ ବୁଷ୍ଟର ଡୋଜ ଦିଆଯିବ। ଆଜିଠୁ ୭୫ଦିନ ପର୍ଯ୍ୟନ୍ତ ଚାଲିବ ଏହି ଅଭିଯାନ। ସମସ୍ତ ସରକାରୀ ଡାକ୍ତରଖାନାରେ ମାଗଣାରେ ଏହାକୁ ଯୋଗାଇ ଦିିଆଯିବ।

ରାଜ୍ୟର ୨୫ଶହ ଟିକାକରଣ କେନ୍ଦ୍ରରେ ପ୍ରିକସନ୍‌ ଡୋଜ୍‌ ଦିଆଯିବ। ଏହା ଯେପରି ସୁରୁଖୁରରେ ଚାଲିବ ସେଥିପ୍ରତି ଜିଲ୍ଲା ପ୍ରଶାସନ ଗୁରୁତ୍ୱ ଦେବା ଆବଶ୍ୟକ ବୋଲି ମୁଖ୍ୟ ସଚିବ କହିଛନ୍ତି। ୨୪ଘଣ୍ଟିଆ ହେଲ୍‌ପ ଲାଇନ୍‌ ନମ୍ବର କାର୍ଯ୍ୟକାରୀ କରିବା ସହ ଲୋକଙ୍କ ମଧ୍ୟରେ କୋଭିଡ୍‌ ସଚେତନତା ସୃଷ୍ଟି ପାଇଁ ବ୍ୟାପକ ପଦକ୍ଷେପ ନେବା ପାଇଁ ବୈଠକରେ ନିର୍ଦ୍ଦେଶ ଦିଆଯାଇଛି।

ପୂର୍ବରୁ କେବଳ ୬୦ବର୍ଷରୁ ଉର୍ଦ୍ଧ୍ୱ ବୟସ ବର୍ଗ ଓ ଫ୍ରଣ୍ଟଲାଇନ ୱାର୍କରଙ୍କୁ ମାଗଣାରେ ବୁଷ୍ଟର ଡୋଜ ପ୍ରଦାନ କରାଯାଉଥିଲା। ବୁଷ୍ଟର ଡୋଜ୍‌ ଦେବାକୁ ରାଜ୍ୟ ସରକାର ସମସ୍ତ ପ୍ରସ୍ତୁତି କରିଛନ୍ତି। ରାଜ୍ୟରେ ୧୨-୧୪ ବର୍ଗରେ ୯୮ ପ୍ରତିଶତ ପ୍ରଥମ ଡୋଜ୍‌ ନେଇସାରିଥିବାବେଳେ ୭୨ ପ୍ରତିଶତ ଦ୍ୱିତୀୟ ଡୋଜ୍‌ ନେଇଛନ୍ତି। ସେହିପରି ୧୫-୧୭ ବର୍ଗରେ ୯୨ ପ୍ରତିଶତ ଓ ୮୨ ପ୍ରତିଶତ ଦ୍ୱିତୀୟ ଡୋଜ ନେଇଛନ୍ତି। ଏହାସହ ପ୍ରାୟ ୨୮ ପ୍ରତିଶତ ସ୍ୱାସ୍ଥ୍ୟକର୍ମୀ, ସମ୍ମୁଖ ଯୋଦ୍ଧା ଓ ବରିଷ୍ଠ ନାଗିରକ ପ୍ରିକସନ୍‌ ଡୋଜ୍‌ ନେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.