Below header

ନ୍ୟୁଜ ପଢିବା ବଦଳରେ ଲାଇଭ ଟିଭିରେ ପାକିସ୍ତାନୀ ଆଙ୍କର କରି ବସିଥିଲେ ଏମିତି କିଛି, ଯାହାକୁ ଦେଖି ବହୁଳ ମାତ୍ରାରେ ଟ୍ରୋଲ କରୁଛନ୍ତି ଭାରତୀୟ

ପାକିସ୍ତାନ ଏକ ନ୍ୟୁଜ ବୁଲେଟିନ ଚାଲିଥିବା ସମୟରେ ଏମିତି କିଛି ଘଟଣା ଘଟିଥିଲା, ଯାହାକୁ ଦେଖି ଦର୍ଶକ ମାନଙ୍କ ଆଶ୍ଚର୍ଯ୍ୟର ସୀମା ରହିଲା ନାହିଁ । ନ୍ୟୁଜ ପଢିବା ପାଇଁ ବସିଥିବା ବେଳେ ପାକିସ୍ତାନ ଟିଭି ଆଙ୍କର ହାତରେ ଜୁସ ପ୍ୟାକେଟ ଧରି ତାହାର ବ୍ରାଣ୍ଡିଙ୍ଗ କରିବା ଆରମ୍ଭ କରି ଦେଇଥିଲେ । ଏହି ଭିଡିଓ କ୍ଲିପଟି ବିଭିନ୍ନ ସୋସିଆଲ ମିଡିଆରେ ବି ଖୁବ ଭାଇରାଲ ହେବାରେ ଲାଗିଛି । କିଛି ଲୋକ ତ ଏହି ଘଟଣାକୁ ନେଇ ନିଜ ନିଜ ଭିତରେ ଜୋର ସୋରରେ ଆଲୋଚନା ଜାରି ରଖିଥିବା ବେଳେ ଭାରତୀୟ ୟୁଜର୍ସ ମାନେ ଜୋର ସୋରରେ ଟ୍ରୋଲ କରିବା ଆରମ୍ଭ କରିଦେଇଛନ୍ତି । କହିରଖିବା ଉଚିତ ହେବକି, ଏହି ଭିଡିଓ ଟିକୁ ଜଣେ ପାକିସ୍ତାନୀ ସମ୍ବାଦଦାତା ଟ୍ୱିଟର ଜରିଆରେ ସେୟାର କରିଥିଲେ ।

ପ୍ରକୃତରେ ଘଟଣାଟି ଘଟିଛି ଏହିପରି । ଗୋଟେ ପାକିସ୍ତାନୀ ନ୍ୟୁଜ ଚ୍ୟାନେଲର ଦୁଇ ଜଣ ଆଙ୍କର ଟିଭି ସାମ୍ନାକୁ ଆସିଥିଲେ । ନ୍ୟୁଜ ପଢିବା ବଦଳରେ ସେମାନେ ଜୁସର ପ୍ରମୋଟ କରିବା ଆରମ୍ଭ କରି ଦେଇଥିଲେ । ଏମିତିକି ବ୍ରାଣ୍ଡର ପ୍ରଚାର କରିବା ସହ କହିଥିଲେକି , ଏହି ଜୁସ କିଣିବା ବେଳେ ମାଗଣା ମୋବାଇଲ ଡାଟା ରିଚାର୍ଜ ସୁବିଧା ବି ମିଳି ଯାଇପାରିବ । ଭିଡିଓ ଟିରେ ଏହା ମଧ୍ୟ ଦେଖାଯାଇଛିକି, ଉଭୟ ପୁରୁଷ ଓ ମହିଳା ଆଂକର ଦୁଇ ଜଣ ହାତରେ ଜୁସ ଧରି ଜୁସର ପ୍ରଶଂସା କରିବାରେ ଲାଗିଛନ୍ତି । ପରେ ଏହାର ଫାଇଦା ଗୁଡିକ ବିଷୟରେ କହିବା ସହିତ ସାଧାରଣ ଜନତାଙ୍କୁ ଏହା ଅଧିକ ପରିମାଣରେ ବ୍ୟବହାର କରିବାକୁ ଅପିଲ କରୁଛନ୍ତି । କିଛି ଦର୍ଶକ ନିଜ କମେନ୍ଟରେ ଲେଖିଛନ୍ତିକି, ଏମିତି କରିବା ଦ୍ୱାରା ଥରକରେ ଦୁଇ ଦୁଇଟି କାମ ହୋଇଯାଉଛି ।

ବିଶ୍ୱରେ ଏମିତି ହୁଏତ ପ୍ରଥମ ଘଟଣା ହୋଇଥିବ ଯେଉଁଠି, ଆଙ୍କରସ ମାନେ ବୁଲେଟିନ ପଢିବା ସମୟରେ ଜୁସ ବିକୁଥିବେ । ଆଉ କିଛି ଜଣ ନିଜ ନିଜ ସୋସିଆଲ ଆକାଉଣ୍ଟରେ କହିଛନ୍ତିତ, କମ ବଜେଟରେ ମାର୍କେଟରେ ଜିନିଷ ଲଞ୍ଚ କରିବାର ହେଉଛି ଏକ ସର୍ବୋତ୍ତମ ମାଧ୍ୟମ । କହିରଖିବା ଉଚିତ ହେବଯେ, ଏହି ପାକିସ୍ତାନୀ ଆଙ୍କର ଯୋଡ଼ିଙ୍କୁ ଟ୍ରୋଲ କରିବା ମଧ୍ୟରେ ଅଧିକ ସଂଖ୍ୟକ ଭାରତୀୟ ଅଛନ୍ତି । ଟ୍ୱିଟରରେ ଏଯାବତ ଏହି ଭିଡିଓ ଟିକୁ ୮୦ ହଜାରରୁ ଅଧିକ ଜଣ ଦେଖି ସାରିଲେଣି । ଏହା ସହ ଏହାକୁ ୨ ହଜାରରୁ ଅଧିକ ଲାଇକ ମିଳିବା ସହ ୮୦୦ରୁ ଅଧିକ ରି-ଟ୍ୱିଟ ମଧ୍ୟ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.