ପାକିସ୍ତାନରେ ପୁଣି ଏକ ହିନ୍ଦୁ ମନ୍ଦିରକୁ ଭାଙ୍ଗି ଦିଆଗଲା, ବିରୋଧ କରିବାରୁ ଧମକ

ନୂଆଦିଲ୍ଲୀ : ପାକିସ୍ତାନରେ ହିନ୍ଦୁମାନଙ୍କ ଉପରେ ଲଗାତାର ଅତ୍ୟାଚାର କରାଯାଉଛି । କେଉଁଠି ହିନ୍ଦୁ ମନ୍ଦିରକୁ ଭାଙ୍ଗି ଦିଆଯାଉଛି ତ କେଉଁଠି ହିନ୍ଦୁ ଝିଅଙ୍କୁ ମୁସ୍‌ଲିମ୍‌ ଜୋର ଜବରଦସ୍ତ ବିବାହ କରୁଛନ୍ତି । ପାକିସ୍ତାନରେ ଅଳ୍ପ ସଂଖ୍ୟକ ହିନ୍ଦୁଙ୍କ ଉପରେ ସର୍ବଦା ଅତ୍ୟାଚାର ହେବା ନେଇ ଅଭିଯୋଗ ହେଉଥିଲେ ମଧ୍ୟ ପାକିସ୍ତାନର ସରକାର ଏଥିରେ ହସ୍ତକ୍ଷେପ କରୁନାହିଁ ।

ଏବେ ପାକିସ୍ତାନରେ ପୁଣି ଏକ ହିନ୍ଦୁ ମନ୍ଦିରକୁ ଭାଙ୍ଗି ଦିଆଯାଇଛି । ପାକିସ୍ତାନର ସିନ୍ଧ ଅଞ୍ଚଳରେ ଥିବା ଏହା ଏକ ପୂରୁଣା ହିନ୍ଦୁ ମନ୍ଦିର । ଜଣେ ବିଲ୍ଡର ଏହାକୁ ଭାଙ୍ଗି ଦେଇଥିବା ନେଇ ହିନ୍ଦୁମାନେ ଅଭିଯୋଗ କରିବା ପରେ ପୋଲିସ ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି ।

ହେଲେ କୈାଣସି କାର୍ଯ୍ୟାନୁଷ୍ଠାନ ନେବା ପରିବର୍ତ୍ତେ ମନ୍ଦିରଟିକୁ ସିଲ୍‌ କରିଦେଇଛନ୍ତି । ଏହାକୁ ନେଇ ହିନ୍ଦୁମାନଙ୍କ ମଧ୍ୟରେ ପ୍ରତିକ୍ରିୟା ସୃଷ୍ଟି ହୋଇଛି । ଭାରତ ଓ ପାକିସ୍ତାନ ମଧ୍ୟରେ ବିଭେଦ ଏବେ ଭୀଷଣ ରୂପ ନେଇଥିବା ବେଳେ ପାକିସ୍ତାନ ଔଷଧ ବିକଳରେ ତାଟିଆ କାମୁଡ଼ିବା ଭଳି ପରିସ୍ଥିତି ଦେଇ ଗତି କରୁଛି । ଯାହାଦ୍ୱାରା ଦେଶରେ ହିନ୍ଦୁମାନଙ୍କ ଉପରେ ଅତ୍ୟାଚାର ବଢ଼ିବାରେ ଲାଗିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.