Below header

ଯାଜପୁର: କେଲୁଅ ନଦୀରେ ବୁଡି ଚାଲିଗଲା ବୃଦ୍ଧଙ୍କ ଜୀବନ

ଯାଜପୁର (କେନ୍ୟୁଜ): ବ୍ରାହ୍ମଣୀ ଶାଖା କେଲୁଅ ନଦୀରେ ବୁଡି ଚାଲିଗଲା ବୃଦ୍ଧଙ୍କ ଜୀବନ। ଏଭଳି ଅଘଟଣ ଘଟିଛି ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ସାଉଡ଼ିଆ ପଂଚାୟତର ବାଲିକୁଦା ଘାଟରେ। ମୃତକ ହେଲେ ବାଲିକୁଦା ଗ୍ରାମର କୁଳମଣି ପ୍ରଧାନ (୬୨)। ସେ ଆଜି ନଦୀକୁ ଶୌଚ ହେବାକୁ ଯିବା ସମୟରେ ଗୋଡ ଖସିଯିବାରୁ ନଦୀରେ ବୁଡିଯାଇଥିଲେ।

ଖବର ପାଇ ରସୁଲପୁର ଅଗ୍ନିଶମ ବାହିନୀର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ବହୁ ସମୟ ଖୋଜାଖୋଜି କରିବା ପରେ କୁଳମଣିଙ୍କୁ ମୃତ ଅବସ୍ଥାରେ ନଦୀରୁ ଉଦ୍ଧାର କରିଥିଲେ। ପରେ ବାଲିଚନ୍ଦ୍ରପୁର ପୋଲିସ ମୃତଦେହକୁ ଜବତ କରି ବ୍ୟବଛେଦ ପାଇଁ ଘଟଣାର ତଦନ୍ତ ଚଳାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.