ମାନିଗଲେ ବଡ଼ବୋଲା ଇମ୍ରାନ୍‌; କହିଲେ, ଭାରତ ସହ ଯୁଦ୍ଧ କଲେ ଆମେ ହାରିଯିବୁ

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ପରେ ପାକିସ୍ତାନ ବାରମ୍ବାର ଭାରତକୁ ପରମାଣୁ ଯୁଦ୍ଧ ଧମକ ଦେଉଛି। ଭାରତ ବିରୋଧରେ ପାକିସ୍ତାନ ଏବେ ଅନ୍ତରାଷ୍ଟ୍ରୀୟ ସମୂହଙ୍କ ଦ୍ୱାରସ୍ଥ ହେଉଛି। ତେବେ ଏସବୁ ମଧ୍ୟରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ପୁଣି ଏକ ବୟାନ୍‌ ଦେଇଛନ୍ତି। ଭାରତ ସହ ପାରମ୍ପରିକ ଯୁଦ୍ଧ ହେଲେ ପାକିସ୍ତାନ ହାରିଯିବ ବୋଲି ଇମ୍ରାନ୍‌ ସ୍ୱୀକାର କରିଛନ୍ତି। ଏ ଅବସରରେ ସେ ଭାରତ ପାକିସ୍ତାନ ମଧ୍ୟରେ ଯୁଦ୍ଧ ପରିସ୍ଥିତିର ସମ୍ଭାବନା ଥିବା ଜଣାଇଛନ୍ତି।

ଏହାସହ ପଢ଼ନ୍ତୁ: କଠୁଆରେ ଜୈସର ତିନି ଆତଙ୍କୀ ଗିରଫ, ପଚରାଉଚରାରୁ ଧରାପଡିଗଲା ବଡ ଆକ୍ରମଣର ଗୁମର

ଇମ୍ରାନ୍‌ ଖାନ୍‌ କହିଛନ୍ତି ଯେ ପାରମ୍ପରିକ ଯୁଦ୍ଧ ହାରିବା ସ୍ଥିତିରେ ଏକ ଦେଶ ନିକଟରେ ଦୁଇଟି ବିକଳ୍ପ ଥାଏ। ପ୍ରଥମତଃ ସେ ଆତ୍ମସମର୍ପଣ କରିବ, ନଚେତ୍‌ ଶେଷ ପର୍ଯ୍ୟନ୍ତ ଲଢ଼ିବ। ତେବେ ପାକିସ୍ତାନ ଶେଷ ପର୍ଯ୍ୟନ୍ତ ଲଢ଼ିବାକୁ ପସନ୍ଦ କରିବ ବୋଲି ଇମ୍ରାନ୍‌ କହିଛନ୍ତି।
ଏକ ସାକ୍ଷାରତକାରରେ ଇମ୍ରାନ୍‌ କହିଛନ୍ତି ସେ ଶାନ୍ତିବାଦୀ। ସେ ସବୁବେଳେ ଯୁଦ୍ଧକୁ ବିରୋଧ କରନ୍ତି। ଯୁଦ୍ଧ ଦ୍ୱାରା କୌଣସି ସମସ୍ୟାର ସମାଧାନ ସମ୍ଭବ ନୁହେଁ। ଭିଏତ୍‌ନାମ ଓ ଇରାକ ଯୁଦ୍ଧରୁ ଏହା ବୁଝିପାରିବେ ବୋଲି ଇମ୍ରାନ୍‌ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ପାକିସ୍ତାନ କେବେ ବି ପରମାଣୁ ଯୁଦ୍ଧ କରିବନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.