Below header

ପବ୍‌ଜ ଖେଳରୁ ନିବିଡ଼ ପ୍ରେମ, ପାକିସ୍ତାନରୁ ଭାରତକୁ ଲୁଚି ପଳାଇ ଆସିଲେ ଚାରି ସନ୍ତାନର ମା

କଥାରେ ଅଛି ‘ପ୍ରେମ ଜାଣେ ନାହିଁ ସୀମା କିମ୍ବା ବାଧା ବନ୍ଧନ । ଏମିତି ଏକ କାହାଣୀ ନିକଟରେ ଜାଣିବାକୁ ମିଳିଛି । ଯେଉଁଠି ଜଣେ ମହିଳା ପାକିସ୍ତାନରୁ ଚାଲି ଆସିଛନ୍ତି ଭାରତ, କେବଳ ନିଜର ପ୍ରେମକୁ ପାଇବା ପାଇଁ । ପ୍ରେମ ପାଇଁ ସୀମା ପାର୍ । ପବ୍‌ଜିରୁ ବନ୍ଧୁତା, ପରେ ପ୍ରେମ ଓ ୪ ଛୁଆଙ୍କ ସହ ପାକିସ୍ତାନ ଛାଡି ଭାରତ ଚାଲି ଆସିଲେ ମହିଳା ।

ପବଜ ଖେଳୁ ଖେଳୁ ପ୍ରେମ ହେଲା । ଏଇ ଭର୍ଚୁଆଲ ପ୍ରେମ ଏବେ ରିୟଲରେ ବଦଳିଛି । ପ୍ରେମ ପାଇଁ ସୀମା ପାର୍ କରିଛନ୍ତି ଜଣେ ପାକିସ୍ତାନୀ ମହିଳା । ପ୍ରେମ ପାଇଁ ନିଜର ୪ ଛୁଆଙ୍କ ସହ ପାକିସ୍ତାନ ଛାଡି ଭାରତ ଚାଲି ଆସିଛନ୍ତି । ଏହି ୨୭ ବର୍ଷୀୟା ପାକିସ୍ତାନୀ ମହିଳା ହେଉଛନ୍ତି ସୀମା ଗୁଲାମ ହାଇଦର୍ । କରୋନା ସମୟରେ ପବ୍ଜି ମାଧ୍ୟମରେ ଦିଲ୍ଲୀ ଗ୍ରେଟର ନୋଏଡା ରବିପୁରା ଅଞ୍ଚଳରେ ରହୁଥିବା ୨୨ ବର୍ଷୀୟ ସଚିନଙ୍କ ସହିତ ପ୍ରଥମେ ବନ୍ଧୁତା ହୋଇଥିଲା । ପରେ ଏହା ପ୍ରେମରେ ପରିଣତ ହୋଇଥିଲା । ଗତ ଜାନୁଆରୀରେ ଉଭୟ ନେପାଳରେ ପରସ୍ପରକୁ ଭେଟିଥିଲେ ।
ଗତ ମେ’ ମାସରେ ସୀମା କରାଚିରୁ ବିମାନରେ ଦୁବାଇ ଓ ପରେ ନେପାଳ ଆସିଥିଲେ । ସେଠାରୁ ବସ୍ରେ ଭାରତ ପ୍ରବେଶ କରି ଗ୍ରେଟର ନୋଏଡାରେ ପହଞ୍ଚିଥିଲେ । ସଚିନଙ୍କ ସହ ସେ ଏକ ଭଡାଘରେ ରହୁଥିବା ପୋଲିସକୁ ସୂଚନା ମିଳିଥିଲା । ଧରାପଡିବା ପରେ ସେମାନେ କୋର୍ଟରେ ବାହା ହେବାକୁ ଜଣେ ଆଇନଜୀବୀଙ୍କୁ ଭେଟିଥିଲେ । ତେବେ ଏ ନେଇ ଆଇନଜୀବୀ ଜଣକ ପୋଲିସକୁ ଖବର ଦେଇଥିଲେ । ପରେ ସଚିନ ଓ ସୀମା ୪ ଛୁଆଙ୍କୁ ଧରି ହରିଆଣା ପଳାଉଥିବା ବେଳେ ପୋଲିସ ହାତରେ ଧରାପଡିଛନ୍ତି ।

ସୀମା କହିଛନ୍ତି ଯେ ସେ ଜଣେ ପାକିସ୍ତାନୀଙ୍କୁ ବାହା ହୋଇଥିଲେ । ତାଙ୍କ ସ୍ୱାମୀ ସାଉଦିଆରବରେ କାମ କରନ୍ତି । ତେବେ ପ୍ରତି କଥାରେ ସ୍ୱାମୀ ତାଙ୍କୁ ମାଡ଼ ମାରୁଥିବାରୁ ସେ ଗତ ଚାରି ବର୍ଷ ହେଲା ତାଙ୍କ ଠାରୁ ଅଲଗା ରହୁଛନ୍ତି । ତାଙ୍କର ଜଣେ ଭାଇ ପାକିସ୍ତାନ ସେନାରେ ଅଛନ୍ତି ବୋଲି ସୀମା କହିଛନ୍ତି । ପୋଲିସ୍‌ ସୂତ୍ରରୁ ପ୍ରକାଶ ଯେ ପାକିସ୍ତାନ ସିନ୍ଦରେ ଥିବା ତାଙ୍କର ପୈତୃକ ଘରକୁ ୧୨ ଲକ୍ଷ ଟଙ୍କାରେ ବିକି ସୀମା ଭାରତ ପଳାଇ ଆସିଛନ୍ତି । ତାଙ୍କ ଠାରୁ ପାକିସ୍ତାନୀ ପାସପୋର୍ଟ ଜବତ ହୋଇଛି । ତେବେ ସୀମାଙ୍କ ସମ୍ପର୍କରେ ପାକିସ୍ତାନ ଦୂତାବାସକୁ ଜଣାଇ ଦିଆଯାଇଥିବା ପୋଲିସ୍‌ ସୂଚନା ଦେଇଛି । ସୀମାଙ୍କର ତିନି ଝିଅ ଓ ଗୋଟି ପୁଅ ଅଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.