ନଓ୍ଵାଜ୍‌ ସରିଫ୍‌ଙ୍କ ଝିଅ ଉପରେ ପାକିସ୍ତାନ ପୁଲିସର ପଥରମାଡ଼

କରାଚି : ପାକିସ୍ତାନର ପୂର୍ବ ପ୍ରଧାନମନ୍ତ୍ରୀ ନଓ୍ଵାଜ୍‌ ସରିଫ୍‌ଙ୍କ ଝିଅ ମରିୟନ୍‌ ନଓ୍ଵାଜ୍‌ ସରିଫ୍‌ଙ୍କ କାର୍‌ ଉପରେ ପାକିସ୍ତାନ ପୋଲିସ ଆଜି ଭଲ କରି ପଥର ମାଡ଼ କରିଛି । ଜଣାଯାଇଛି ଯେ ମରିୟନ୍‌ଙ୍କୁ ଆଜି ରାଷ୍ଟ୍ରୀୟ ଜବାବଦେହି ବ୍ୟୁରୋ(ନାବ୍‌) ନିକଟରେ ହାଜିରା ହେବାର ଥିଲା । ଏହି ସମୟରେ ନଓ୍ଵାଜ ସରିଫଙ୍କ ପାର୍ଟି କର୍ମକର୍ତ୍ତାଙ୍କ ସହ ପୋଲିସର ଝଗଡ଼ା ହୋଇଗଲା ।

stone on car

ପୋଲିସ କର୍ମକର୍ତ୍ତାଙ୍କୁ ଘଉଡାଇବା ସହ ମରିୟନ୍‌ଙ୍କ କାର୍‌ ଉପରେ ପ୍ରବଳ ପଥର ମାଡ଼ କରିଥିଲେ । ପଥରମାଡ଼ରେ ମରିୟନଙ୍କ କାର୍‌ର ବହୁତ କ୍ଷତି ଘଟିଛି ବୋଲି ମରିୟନ୍‌ ଅଭିଯୋଗ କରିଛନ୍ତି । ଏହାକୁ ନଓ୍ଵାଜ୍‌ଙ୍କ ପିଏମ୍‌ଏଲ୍‌-ଏନ୍‌ ପାର୍ଟି ପକ୍ଷରୁ ନିନ୍ଦା କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.