Below header

ପୁଞ୍ଚ୍‌ରେ ସେନା ଉପରେ ଆକ୍ରମଣ ପଛରେ ପାକିସ୍ତାନୀ ଆତଙ୍କବାଦୀ, ୭ ଆତଙ୍କବାଦୀ ୨ଟି ଗ୍ରୁପରେ ଭାଗ ହୋଇ କରିଥିଲେ ଆକ୍ରମଣ

ଜମ୍ମୁ କାଶ୍ମୀରରେ ସକ୍ରିୟ ଥିବା ଜୈଶ ଓ ଲସ୍କର ଆତଙ୍କବାଦୀଙ୍କ ସହାୟତାରେ ହମ୍‌ଲା କରିଥିଲେ। ହମଲା କରିଥିବା ଆତଙ୍କବାଦୀମାନେ ପାକିସ୍ତାନ ନେସନାଲିଷ୍ଟ ଗ୍ରୁପର ବୋଲି ଗୁଇନ୍ଦା ସୂତ୍ରରୁ ଜଣାପଡ଼ିଛି।

କେନ୍ୟୁଜ୍(ବ୍ୟୁରୋ): ପୁଂଛରେ ସେନା ଉପରେ ଆକ୍ରମଣ ପଛରେ ପାକିସ୍ତାନୀ ଆତଙ୍କବାଦୀ । ୭ ଆତଙ୍କବାଦୀ ଦୁଇଟି ଗ୍ରୁପରେ ବିଭକ୍ତ ହୋଇ ଆକ୍ରମଣ କରିଥିଲେ। ଜମ୍ମୁ କାଶ୍ମୀରରେ ସକ୍ରିୟ ଥିବା ଜୈଶ ଓ ଲସ୍କର ଆତଙ୍କବାଦୀଙ୍କ ସହାୟତାରେ ହମ୍‌ଲା କରିଥିଲେ। ହମଲା କରିଥିବା ଆତଙ୍କବାଦୀମାନେ ପାକିସ୍ତାନ ନେସନାଲିଷ୍ଟ ଗ୍ରୁପର ବୋଲି ଗୁଇନ୍ଦା ସୂତ୍ରରୁ ଜଣାପଡ଼ିଛି।

ଭାୟା ରାଜୌରୀ ଓ ପୁଂଛ ଦେଇ ପିଓକେ ବାଟେ ଭାରତ ସୀମାରେ ପଶିଥିଲେ ଏମାନେ । ଗତକାଲି ବର୍ଷା ଓ ଘଡ଼ଘଡ଼ିର ସୁଯୋଗ ନେଇ ଜମ୍ମୁ ପୁଂଛ ରାଜପଥରେ ଆର୍ମୀ ଟ୍ରକ ଉପରେ ଗ୍ରେନେଡ ଆକ୍ରମଣ କରିଥିଲେ । ଏହା ସହ ଗାଡ଼ି ଚାରିପଟୁ ପ୍ରାୟ ୨ ଡଜନ ବୁଲେଟ ମାଡ଼ କରିଥିଲେ । ହୁହୁ ହୋଇ ଜଳି ଯାଇଥିଲା ଗାଡ଼ି। ଏଥିରେ ୫ ଜଣ ଯବାନ ଜୀବନ୍ତ ଦଗ୍ଧ ହୋଇଥିଲେ ।

ସହିଦ ଯବାନଙ୍କ ମଧ୍ୟରେ ୪ ଜଣ ପଞ୍ଜାବର ହୋଇଥିବା ବେଳେ ଜଣେ ଓଡ଼ିଶାର । ସହିଦମାନେ ରାଷ୍ଟ୍ରୀୟ ରାଇଫଲ ୟୁନିଟର ଯବାନ। ଏମାନେ କାଉଣ୍ଟର ଟେରରିଷ୍ଟ ଅପରେସନରେ ସାମିଲ ଥିଲେ । ଆତଙ୍କୀ ହମଲା ପରେ ଜୋରଦାର ଚାଲିଛି ସର୍ଚ୍ଚ ଅପରେସନ । କିଛି ଆତଙ୍କବାଦୀ ସ୍ଥାନୀୟ ଗାଁ ଭିତରେ ଲୁଚି ରହିଥିବା ସୂଚନା ମିଳିଛି । ସେନା ଓ ସୁରକ୍ଷାକର୍ମୀ ଅପରେସନର ଜୋରଦାର କରିଛନ୍ତି । ସର୍ଚ୍ଚ ଅପରେସନରେ ସେନା ସହ ପୋଲିସ ଓ ଗୁଇନ୍ଦା ଏଜେନ୍ସି ସାମିଲ ହୋଇଛି। ଅପରେସନରେ ସ୍ନାଇଫର ଡଗ, ଡ୍ରୋନ୍‌ କ୍ୟାମେରା, ହେଲିକପ୍ଟର ନିୟୋଜିତ କରାଯାଇଛି। ତଦନ୍ତ ପାଇଁ ଘଟଣା ସ୍ଥଳରେ ଏନଆଇଏ ଟିମ୍‌ ପହଞ୍ଚିଛି। ଫରେନସିକ ଟିମ ବି ତଦନ୍ତରେ ସାମିଲ ହୋଇଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.