Below header

ଯୁବପିଢିଙ୍କ ଯତ୍ନ ନିଆ ନ ଗଲେ ସମସ୍ୟା ହେବ, ଦକ୍ଷତା ବିକାଶ ନ ହେଲେ ଲାଭ ମିଳିବ ନାହିଁ: ଡ.ଅଚ୍ୟୁତ ସାମନ୍ତ

ଯଦି ଯୁବପିଢିଙ୍କ ଯତ୍ନ ନିଆନ ଯାଏ ତେବେ ସମସ୍ୟା ହେବ। ଦକ୍ଷତା ବିକାଶର ତାଲିମ ପ୍ରଦାନ କରି ସେମାନଙ୍କୁ ସାହାଯ୍ୟ କରି ହେବ। ଯୁବପିଢିଙ୍କ ଦକ୍ଷତା ବିକାଶ ନ ହେଲେ କୌଣସି ଲାଭ ମିଳିବ ନାହିଁ, ବଂର ବିପର୍ଯ୍ୟୟ ସୃଷ୍ଟି ହେବ ବୋଲି କହିଛନ୍ତି ଡ.ଅଚ୍ୟୁତ ସାମନ୍ତ। ରାଜ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ୟମରେ ବହୁତ ଶିଳ୍ପ ଓ ବ୍ୟବସାୟ ପ୍ରତିଷ୍ଠାନ ପ୍ରତିଷ୍ଠା ହେଉଛି।

କେନ୍ୟୁଜ୍ (ବ୍ୟୁରୋ): ଯୁବପିଢିଙ୍କ ଦକ୍ଷତା ବିକାଶ ନ ହେଲେ ସୁଫଳ ମିଳିବ ନାହିଁ, ବଂର ବିପର୍ଯ୍ୟୟ ସୃଷ୍ଟି ହେବ। ଭୁବନେଶ୍ୱରରେ ଓଡ଼ିଶା ଦକ୍ଷତା କନକ୍ଲେଭ୍‌-୨୦୨୩ର ଦ୍ୱିତୀୟ ଦିନରେ ଯୋଗ ଦେଇ ଏହି କଥା କହିଛନ୍ତି କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ଡ.ଅଚ୍ୟୁତ ସାମନ୍ତ। ସ୍କିଲିଂ ବିଅଣ୍ଡ ସାକେଲ୍‌ସ-ଇନ୍‌କ୍ଲୁସିଭିଟି ଇନ୍‌ ସ୍କିଲିଂ ସେସନରେ ଭାଗ ନେଇ ସ୍ୱତନ୍ତ୍ର ଭାବେ ଉଦ୍‌ବୋଧନ ଦେଇଥିଲେ ଡ. ସାମନ୍ତ। କହିଥିଲେ, ଭାରତ ଯୁବପିଢିଙ୍କ ଦେଶ। ଜନସଂଖ୍ୟାର ପ୍ରାୟ ୬୫ ପ୍ରତିଶତ ଯୁବପିଢି।

ଯଦି ଯୁବପିଢିଙ୍କ ଯତ୍ନ ନିଆନ ଯାଏ ତେବେ ସମସ୍ୟା ହେବ। ଦକ୍ଷତା ବିକାଶର ତାଲିମ ପ୍ରଦାନ କରି ସେମାନଙ୍କୁ ସାହାଯ୍ୟ କରି ହେବ। ଯୁବପିଢିଙ୍କ ଦକ୍ଷତା ବିକାଶ ନ ହେଲେ କୌଣସି ଲାଭ ମିଳିବ ନାହିଁ, ବଂର ବିପର୍ଯ୍ୟୟ ସୃଷ୍ଟି ହେବ ବୋଲି କହିଛନ୍ତି ଡ.ଅଚ୍ୟୁତ ସାମନ୍ତ। ରାଜ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ୟମରେ ବହୁତ ଶିଳ୍ପ ଓ ବ୍ୟବସାୟ ପ୍ରତିଷ୍ଠାନ ପ୍ରତିଷ୍ଠା ହେଉଛି। ରାଜ୍ୟରେ ଯୁବପିଢି ଦକ୍ଷ ନ ହେଲେ ଶିଳ୍ପଗୁଡିକୁ ମାନବସମ୍ବଳ ମିଳିବ ନାହିଁ। ଏହାସହ ବେକାରୀ ସମସ୍ୟା ଦେଖା ଦେବ।

ତେଣୁ ରାଜ୍ୟ ସରକାର ଦକ୍ଷତା ବିକାଶ ଉପରେ ଗୁରୁତ୍ୱ ଦେଉଥିବା କହିଛନ୍ତି ଡ. ସାମନ୍ତ। ଏହାସହ ସେ କହିଛନ୍ତି, ଛାତ୍ରଛାତ୍ରୀ ଭାବିବା କଥା ନୁହଁ ଦକ୍ଷତା ବିକାଶ ଓ ତାଲିମର କୌଣସି ସର୍ଟକଟ୍‌ ରହିଛି। ବର୍ତ୍ତମାନ ନଲେଜ୍‌ ସୋସାଇଟିର ଯୁଗ, ସାର୍ଟିଫିକେଟ ସୋସାଇଟିର ଯୁଗ ନୁହଁ ବୋଲି କହିଥିଲେ ଡ.ସାମନ୍ତ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.