Below header

କଟକ: ହୋଟେଲ ରୁମ ଭିତରେ ଯୁବତୀଙ୍କୁ ବଳାତ୍କାର ଅଭିଯୋଗ, ହୋଟେଲ କର୍ମଚାରୀଙ୍କ ବିରୁଦ୍ଧରେ କେସ୍ କଲେ ଯୁବତୀ

ମଧୂପାଟଣା ଥାନା ଅଞ୍ଚଳର ଏକ ହୋଟେଲରେ ଘଟିଛି ଘଟଣା। ଥାନାରେ ଏତଲା ଦେଲେ ପିଡିତାଙ୍କ ସମ୍ପର୍କୀୟ। ଅଭିଯୋଗକାରିଣୀ ରାଜ୍ୟ ବାହାରର ଯୁବତୀ। ଧାରା ୪୫୦ ଓ ୩୭୬ ଅନୁଯାୟୀ ମାମଲା ରୁଜୁ କଲା ପୋଲିସ।

କଟକ(କେନ୍ୟୁଜ୍): କଟକରେ ଲଜ୍ୟା। ହୋଟେଲ ରୁମ ଭିତରେ ଯୁବତୀଙ୍କୁ ବଳାତ୍କାର ଅଭିଯୋଗ। ଗତକାଲି ବିଳମ୍ବିତ ରାତିରେ ଘଟଣା ଘଟିଥିବା ଅଭିଯୋଗ। ହୋଟେଲ କର୍ମଚାରୀଙ୍କ ବିରୁଦ୍ଧରେ ବଳାତ୍କାର ଅଭିଯୋଗ। ମଧୂପାଟଣା ଥାନା ଅଞ୍ଚଳର ଏକ ହୋଟେଲରେ ଘଟିଛି ଘଟଣା। ଥାନାରେ ଏତଲା ଦେଲେ ପିଡିତାଙ୍କ ସମ୍ପର୍କୀୟ।

ଅଭିଯୋଗକାରିଣୀ ରାଜ୍ୟ ବାହାରର ଯୁବତୀ। ଧାରା ୪୫୦ ଓ ୩୭୬ ଅନୁଯାୟୀ ମାମଲା ରୁଜୁ କଲା ପୋଲିସ। ତଦନ୍ତ ଆରମ୍ଭ। ହୋଟେଲରେ ପୋଲିସର ତନାଘନା। ଏକାଧିକ ଯୁବତୀ ରାତ୍ରୀ ଯାପନ ପାଇଁ ହୋଟେଲରେ ଦୁଇଟି ରୁମ ବୁକ କରିଥିଲେ। ଗୋଟିଏ ରୁମରେ ପିଡିତା ଯୁବତୀ ଜଣକ ଏକାକୀ କିଛି ସମୟ ପାଇଁ ଥିବା ବେଳେ ଘଟଣା ଘଟିଥିବା ଅଭିଯୋଗ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.