ୟୁକ୍ରେନକୁ ୪୦ ଦେଶ ଦେଲେଣି ୪ ଲକ୍ଷ କୋଟି, ସହାୟତା ଜାରି ରହିବ କହିଲେ ମିତ୍ର ରାଷ୍ଟ୍ର

ୟୁକ୍ରେନକୁ ସାଢ଼େ ୪ ଲକ୍ଷ କୋଟି ସହାୟତା ଦେଲେଣି ମିତ୍ର ରାଷ୍ଟ୍ର। ଏଥିରୁ ଏକା ଆମେରିକା ଦେଇଛି ୨ ଲକ୍ଷ ୮୦ ହଜାର କୋଟି। ଯୁଦ୍ଧ ଯେତେଦିନ ଚାଲିବ ସେତେ ଦିନ ଜାରି ରହିବ ସାମରିକ ସହାୟତା। ୟୁକ୍ରେନ ଡିଫେନ୍ସ କଣ୍ଟାକ୍ଟ ଗ୍ରୁପ ବୈଠକରେ ନିଷ୍ପତ୍ତି ଦୋହରାଇଲେ ୪୦ ରାଷ୍ଟ୍ର। ସେପଟେ ନାଟୋରେ ୟୁକ୍ରେନ ସାମିଲ ହେବ କହି ଉତ୍ତେଜନା ବଢ଼ାଇଛନ୍ତି ନାଟୋ ମୁଖ୍ୟ।

ୟୁକ୍ରେନକୁ ସାଢ଼େ ୪ ଲକ୍ଷ କୋଟି ସହାୟତା ଦେଲେଣି ମିତ୍ର ରାଷ୍ଟ୍ର। ଏଥିରୁ ଏକା ଆମେରିକା ଦେଇଛି ୨ ଲକ୍ଷ ୮୦ ହଜାର କୋଟି। ଯୁଦ୍ଧ ଯେତେଦିନ ଚାଲିବ ସେତେ ଦିନ ଜାରି ରହିବ ସାମରିକ ସହାୟତା। ୟୁକ୍ରେନ ଡିଫେନ୍ସ କଣ୍ଟାକ୍ଟ ଗ୍ରୁପ ବୈଠକରେ ନିଷ୍ପତ୍ତି ଦୋହରାଇଲେ ୪୦ ରାଷ୍ଟ୍ର। ସେପଟେ ନାଟୋରେ ୟୁକ୍ରେନ ସାମିଲ ହେବ କହି ଉତ୍ତେଜନା ବଢ଼ାଇଛନ୍ତି ନାଟୋ ମୁଖ୍ୟ। ଯୁଦ୍ଧ ଆରମ୍ଭ ହେବା ପରେ ପ୍ରଥମ ଥର ପାଇଁ ୟୁକ୍ରେନ ଯାଇଛନ୍ତି ଜେନ୍‌ସ ଷ୍ଟୋଲଟେନବର୍ଗ।

ଯୁଦ୍ଧ ଚାଲୁଥିବା ଯାଏଁ ୟୁକ୍ରେନକୁ ଜାରି ରହିବ ସହାୟତା । ୟୁକ୍ରେନ ଡିଫେନ୍ସ କଣ୍ଟାକ୍ଟ ଗ୍ରୁପ ବୈଠକରେ ନିଷ୍ପତ୍ତି ଦୋହରାଇଲେ ୪୦ ଦେଶ। ଜର୍ମାନୀ ରାମଷ୍ଟେନ ଏୟାରବେସରେ ୟୁକ୍ରେନ ଡିଫେନ୍ସ କଣ୍ଟାକ୍ଟ ଗ୍ରୁପର ୧୧ତମ ବୈଠକ। ସାମିଲ ହୋଇଥିଲେ ୟୁକ୍ରେନ ପ୍ରତିରକ୍ଷା ମନ୍ତ୍ରୀ ଓଲେକ୍ସି ରେଜନିକୋଭ। ଗତ ବର୍ଷ ଫେବ୍ରୁଆରୀରେ ରୁଷର ୟୁକ୍ରେନ ଆକ୍ରମଣ ପରେ ଆମେରିକା ନେତୃତ୍ୱରେ ଗଠନ ହୋଇଥିଲା ୟୁକ୍ରେନ ଡିଫେନ୍‌ସ କଣ୍ଟାକ୍ଟ ଗ୍ରୁପ। ଏହା ଭିତରେ ୧୧ ଥର ବୈଠକ ବସିଲାଣି।

ପ୍ରତି ବୈଠକ ପରେ ୟୁକ୍ରେନକୁ ବଢ଼ୁଛି ଅସ୍ତ୍ର ସହାୟତା। ଏପର୍ଯ୍ୟନ୍ତ ୟୁକ୍ରେନକୁ ୪ଲକ୍ଷ ୪୦ ହଜାର କୋଟିର ଅସ୍ତ୍ର ସହାୟତା ପ୍ରଦାନ କଲେଣି ଡିଫେନ୍ସ କଣ୍ଟାକ୍ଟ ଗ୍ରୁପର ସଦସ୍ୟ ରାଷ୍ଟ୍ର। ଏଥିରୁ କେବଳ ଆମେରିକାର ଭାଗ ୨ଲକ୍ଷ ୮୦ ହଜାର କୋଟି। ଯୁଦ୍ଧ ଆରମ୍ଭ ପରେ ଆମେରିକା ୩୬ଥର ସାମରିକ ସହାୟତା ପ୍ରଦାନ କଲାଣି। ଶେଷ ଥର ପାଇଁ ୨ହଜାର ୫୬୦କୋଟିର ସହାୟତା ପ୍ରଦାନ କରିଛି। ସୂଚନା ଦେଇ ଆମେରିକା ପ୍ରତିରକ୍ଷା ସଚିବ ଲଏଡ ଅଷ୍ଟିନ କହିଛନ୍ତି, ଆମ ଉଦ୍ୟମ ବୃଥା ଯାଇନି। ବର୍ଷେ ପରେ ବି ଦୃଢ଼ ଭାବେ ଛିଡ଼ା ହୋଇଛି ୟୁକ୍ରେନ।

ଯୁଦ୍ଧ ଯେତିକି ଲମ୍ବୁଛି ବିଭୀଷିକା ସେତିକି ବଢ଼ୁଛି। ଆଗକୁ ଆହୁରି ଘମାଘୋଟ ହେବ ଲଢ଼େଇ। କିଭରେ ପହଞ୍ଚି ଇନ୍ଧନ ଦେଲେ ନାଟୋ ମୁଖ୍ୟ ଜେନ୍ସ ଷ୍ଟୋଲଟେନବର୍ଗ। ଯୁଦ୍ଧ ଆରମ୍ଭ ପରେ ପ୍ରଥମ ଥର ପାଇଁ କିଭ ଗସ୍ତ କରି ୟୁକ୍ରେନର ନାଟୋ ସଦସ୍ୟତା ନେଇ ଟିପ୍ପଣୀ କରିଛନ୍ତି। ୟୁକ୍ରେନ ନାଟୋରେ ମିଶିବ ବୋଲି ଦୃଢ଼ୋକ୍ତି ଦୋହରାଇଛନ୍ତି ଷ୍ଟୋଲଟେନବର୍ଗ। ୟୁକ୍ରେନର ସଦସ୍ୟତା ପାଇଁ ନାଟୋର ସବୁ ସଦସ୍ୟ ରାଷ୍ଟ୍ର ସହମତ ଥିବା କହିଛନ୍ତି ।

ସେପଟେ ନିଜ ସହର ଉପରେ ନିଜେ ଆକ୍ରମଣ କରିଛି ରୁଷ । ୪ ଲକ୍ଷ ଲୋକ ରହୁଥିବା ବେଲଗୋରଦ ସହର ଉପରେ ବୋମା ମାଡ଼ କରିଛି ରୁଷ ସେନା। ୟୁକ୍ରେନ ସୀମାରୁ ୪୦ କିଲୋମିଟର ଦୂରରେ ଥିବା ଏହି ସହର ଉପରେ ଭୁଲରେ ବୋମା ମାଡ଼ କରିଛି ରୁଷ ସେନା। ସୁଖୋଇ ୩୪ ଏୟାରକ୍ରାଫ୍ଟରୁ ବୋମାମାଡ଼ ହୋଇଛି। ଏଥିରେ ୧୩୦ ଫୁଟର ଏକ ଗର୍ତ୍ତ ସୃଷ୍ଟି ହୋଇଛି। ବହୁ ଆପାର୍ଟମେଣ୍ଟ କ୍ଷତିଗ୍ରସ୍ତ ହୋଇଛି। ଅନେକ କାର ନଷ୍ଟ ହୋଇଯାଇଛି। ଗୋଟିଏ କାର ଉଡ଼ିଯାଇ ଛାତରେ ଲାଗିଥିବା ଦେଖିବାକୁ ମିଳିଛି। ଘଟଣା ପରେ ବେଲଗୋରଦରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.