ଦିଲ୍ଲୀ ମେଟ୍ରୋରେ ସ୍କଟ ପିନ୍ଧି ଯାତ୍ରା କରୁଛନ୍ତି ପୁଅ, ଭିଡିଓ ହେଉଛି ଭାଇରାଲ

ଏବେ ପୋଷାକ ପିନ୍ଧିବାରେ କିଛି ନିୟମ କାନୁନ ନାହିଁ । ଯିଏ ଯାହା ପିନ୍ଧିପାରିଲା, କେହି କହିବାକୁ ନାହିଁ । କିଛି ଦିନ ତଳେ ଦିଲ୍ଲୀରେ ଜଣେ ଯୁବତୀଙ୍କ ଅଳ୍ପ କପଡାର ଦୃଶ୍ୟ ଭିଡ଼ିଓରେ କଏଦ ହୋଇ ବେଶ ଭାଇରାଲ ହୋଇଥିଲା । ଏବେ ପୁଅଙ୍କର ସ୍କଟ ପିନ୍ଧା ଦୃଶ୍ୟର ଭିଡିଓ ଭାଇରାଲ ହେବାରେ ଲାଗିଛି । ଏହି ପୁଅ ଦୁଇଜଣ ଦିଲ୍ଲୀ ମେଟ୍ରୋରେ ଯାତ୍ରା କରୁଛନ୍ତି ଓ ଲୋକଙ୍କ ଭିଡ଼ିଓ ତିଆରି କରୁଥିବାର ଦେଖାଯାଉଛନ୍ତି ।

ନୂଆଦିଲ୍ଲୀ : ଏବେ ପୋଷାକ ପିନ୍ଧିବାରେ କିଛି ନିୟମ କାନୁନ ନାହିଁ । ଯିଏ ଯାହା ପିନ୍ଧିପାରିଲା, କେହି କହିବାକୁ ନାହିଁ । କିଛି ଦିନ ତଳେ ଦିଲ୍ଲୀରେ ଜଣେ ଯୁବତୀଙ୍କ ଅଳ୍ପ କପଡାର ଦୃଶ୍ୟ ଭିଡ଼ିଓରେ କଏଦ ହୋଇ ବେଶ ଭାଇରାଲ ହୋଇଥିଲା । ଏବେ ପୁଅଙ୍କର ସ୍କଟ ପିନ୍ଧା ଦୃଶ୍ୟର ଭିଡିଓ ଭାଇରାଲ ହେବାରେ ଲାଗିଛି । ଏହି ପୁଅ ଦୁଇଜଣ ଦିଲ୍ଲୀ ମେଟ୍ରୋରେ ଯାତ୍ରା କରୁଛନ୍ତି ଓ ଲୋକଙ୍କ ଭିଡ଼ିଓ ତିଆରି କରୁଥିବାର ଦେଖାଯାଉଛନ୍ତି ।

ଭାଇରାଲ ଭିଡିଓରେ ଏହି ପୁଅ ଦୁଇ ଜଣ ଦିଲ୍ଲୀ ମେଟ୍ରୋ ଷ୍ଟେସନରେ ପ୍ରବେଶ କରୁଛନ୍ତି ଓ ପରେ ମେଟ୍ରୋରେ ଯାଉଛନ୍ତି । ଏହି ସମୟରେ ଲୋକଙ୍କ ପ୍ରତିକ୍ରିୟା ନିଜ କ୍ୟାମେରାରେ ଭିଡିଓ ବନାଉଥିବାର ଦେଖାଯାଉଛନ୍ତି । ସୋସିଆଲ ମିଡିଆରେ ଏହି ଦୁଇ ପୁଅଙ୍କ ସ୍କଟ ପିନ୍ଧା ଡ୍ରେସ୍‌ ବେଶ ଭାଇରାଲ ହେବାରେ ଲାଗିଛି । ଏହା ଉପରେ ୟୁଜର୍ସ ବିଭିନ୍ନ ପ୍ରତିକ୍ରିୟା ଦେଉଥିବାର ଦେଖାଯାଉଛି ।

 

View this post on Instagram

 

A post shared by Sameer Khan (@sameerthatsit)

ଜଣେ ୟୁଜର୍ସ ଲେଖିଛନ୍ତି, ଯାହା ହେଉ କପଡା ତ ପିନ୍ଧିଛନ୍ତି, ଆଉ ଜଣେ ୟୁଜର୍ସ ଲେଖିଛନ୍ତି ‘ ଯେଉଁଠି ଲୁଙ୍ଗି ବି ସେହି କାମ ଦେବ, ସେଠାରେ ସ୍କଟ୍‌ ପିନ୍ଧିବାର ଆବଶ୍ୟକତା କ’ଣ ? ନବଦୀପ ନାମକ ଜଣେ ୟୁଜର୍ସ ଲେଖିଛନ୍ତି, ଝିଅ ଯଦି ଆମ ଭଳି କପଡା ପିନ୍ଧି ପାରିବେ, ଆମେ କାହିଁକି ତାଙ୍କ କପଡା ପିନ୍ଧି ପାରିବା ନାର୍ହି । ପାର୍ବତୀ ଶର୍ମା ତାଙ୍କ ପ୍ରତିକ୍ରିୟାରେ ଲେଖିଛନ୍ତି, ଏ ଲୋକଙ୍କ ପାଖରେ ଏତେ ସାହସ କେଉଁଠୁ ଆସୁଛି ।

ଏହି ଭିଡିଓକୁ sameerthatsit ନାମକ ଜଣେ ୟୁଜର୍ସ ତାଙ୍କ ଇନ୍‌ଷ୍ଟାଗ୍ରାମରେ ସେୟାର କରିଛନ୍ତି । ଯାହାକୁ ସାଢ଼େ ୩ ଲକ୍ଷ ଲୋକେ ଦେଖିସାରିଲେଣି । ଏହି ଭିଡିଓକୁ ୩୬ ହଜାର ଲୋକ ଲାଇକ କରିଥିବା ବେଳେ ୧୨୦୦ ଲୋକେ ପ୍ରତିକ୍ରିୟା ଦେଇଛନ୍ତି । ହେଲେ ଦିଲ୍ଲୀ ମେଟ୍ରୋରେ ଫଟୋ କିମ୍ବା ଭିଡିଓ କରିବାକୁ ବାରଣ କରାଯାଇଥିବା ନେଇ କୁହାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.