Below header

ଆଫ୍ରିକା ନାମିବିୟାରୁ ଭାରତ ଆସିବ ଚିତା ବାଘ, ସୁପ୍ରିମକୋର୍ଟ ଦେଲା ଗ୍ରୀନ ସିଗନାଲ

କେନ୍ୟୁଜ୍(ବ୍ୟୁରୋ):ଆଫ୍ରିକାରୁ ଭାରତ ଆସିବ ଚିତା ବାଘ । ନାମିବିୟାରୁ ଅଣାଯିବ । ଏନେଇ ସୁପ୍ରିମକୋର୍ଟ ଦେଇଛନ୍ତି ଗ୍ରୀନ ସିଗନାଲ । କେନ୍ଦ୍ର ସରକାରଙ୍କୁ ଅନୁମତି ମିଳିଛି । ଆଫ୍ରିକାରୁ ଚିତା ବାଘ ଆଣିବା ପାଇଁ ଅନୁମତି ଦେବାକୁ ସୁପ୍ରିମକୋର୍ଟରେ ଆବେଦନ କରିଥିଲା ଜାତୀୟ ବ୍ୟାଘ୍ର ସଂରକ୍ଷଣ ପ୍ରାଧିକରଣ ବା NTCA । ନାମିବିୟାରୁ ଚିତାକୁ ଆଣି ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନରେ ରଖାଯିବ । ପ୍ରଧାନ ବିଚାରପତି ଜଷ୍ଟିସ ଏସ୍‌. ଏ. ବୋବଡେ, ଜଷ୍ଟିସ ବି. ଆର୍‌. ଗଭାଇ ଓ ଜଷ୍ଟିସ ସୂର୍ଯ୍ୟକାନ୍ତଙ୍କୁ ନେଇ ଗଠିତ ତିନି ଜଣିଆ ଖଣ୍ଡପୀଠ ଏହି ନିର୍ଦ୍ଦେଶ ଦେଇଛନ୍ତି । ଏଥିପାଇଁ ଏକ ତିନି ଜଣିଆ ବିଶେଷଜ୍ଞ କମିଟି ଗଠନ କରିଛନ୍ତି ସୁପ୍ରିମକୋର୍ଟ ।

Image result for leopad

ଏହି କମିଟି NTCAକୁ ପରାମର୍ଶ ଦେବ । କମିଟିରେ ଅଛନ୍ତି ଓ୍ଵାଇଲ୍ଡ ଲାଇଫ୍‌ ଅଫ୍‌ ଇଣ୍ଡିଆର ପୂର୍ବତନ ନିର୍ଦ୍ଦେଶକ ରଞ୍ଜିତ ସିଂହ, ଓ୍ଵାଇଲ୍ଡ ଲାଇଫ୍‌ ଅଫ୍‌ ଇଣ୍ଡିଆ ଡିଜି ଧନଞ୍ଜୟ ମୋହନ ଏବଂ ଓ୍ଵାଇଲ୍ଡ ଲାଇଫ୍‌ ଡିଆଇଜି । ସମୟ ଅନୁସାରେ ଚିତା ବାଘ ପ୍ରକଳ୍ପର ଅନୁଧ୍ୟାନ କରିବେ ସୁପ୍ରିମକୋର୍ଟ । ସେହିପରି ପ୍ରତି ଚାରି ମାସରେ କମିଟି ରିପୋର୍ଟ ଦେବ । ତେବେ କୁନୋରେ କେଉଁ ସ୍ଥାନରେ ଚିତା ବାଘକୁ ରଖାଯିବ, ପ୍ରଥମେ ତାର ସର୍ଭେ କରାଯିବ । ପରୀକ୍ଷାମୂଳକ ଭାବରେ ଆଫ୍ରିକାନ୍‌ ଚିତାର ଅନୁକୂଳ ବାସସ୍ଥଳୀ ଚିହ୍ନଟ ପରେ ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି ସର୍ବୋଚ୍ଚ ଅଦାଲତ । ୨୦୧୩ରେ ଆଫ୍ରିକାରୁ ଚିତା ବାଘ ସ୍ଥାନାନ୍ତରଣକୁ ମନା କରିଥିଲେ ସୁପ୍ରିମକୋର୍ଟ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.