Below header

ସଂସଦ ବାହାରେ ନିଜକୁ ଜଳାଇବାକୁ ଚାହୁଁଥିଲା ସାଗର, ପଚରାଉଚରାରେ ବଡ ଖୁଲାସା

ଏହି ମାମଲାରେ ଅଭିଯୁକ୍ତ ଥିବା ସାଗର ଶର୍ମା ସଂସଦ ଗୃହ ବାହାରେ ନିଜକୁ ନିଆଁ ଲଗାଇବାକୁ ଯୋଜନା କରିଥିବା ଜଣାପଡିଛି । ଏଥିପାଇଁ ଜେଲ କ୍ରିମ କିଣିବାକୁ ଅନଲାଇନ ପେମେଣ୍ଟ ହୋଇପାରି ନଥିଲା । ତେଣୁ ପ୍ଲାନ୍କୁ ଡ୍ରପ କରିଦେଇଥିଲା ଅଭିଯୁକ୍ତ ସାଗର ।

ସଂସଦର ସୁରକ୍ଷାରେ ତ୍ରୁଟି ମାମଲାରେ ଅଭିଯୁକ୍ତଙ୍କୁ ପଚରାଉଚରା ଜାରି ରହିଛି । ଆଉ ଏହି ମାମଲାରେ ନୂଆ ତଥ୍ୟ ସାମ୍ନାକୁ ଆସିଛି । ଏହି ମାମଲାରେ ଅଭିଯୁକ୍ତ ଥିବା ସାଗର ଶର୍ମା ସଂସଦ ଗୃହ ବାହାରେ ନିଜକୁ ନିଆଁ ଲଗାଇବାକୁ ଯୋଜନା କରିଥିବା ଜଣାପଡିଛି । ଏଥିପାଇଁ ଜେଲ କ୍ରିମ କିଣିବାକୁ ଅନଲାଇନ ପେମେଣ୍ଟ ହୋଇପାରି ନଥିଲା । ତେଣୁ ପ୍ଲାନ୍କୁ ଡ୍ରପ କରିଦେଇଥିଲା ଅଭିଯୁକ୍ତ ସାଗର ।

ଲକ୍ଷ୍ନୌ ବାସିନ୍ଦା ସାଗର ଶର୍ମାକୁ ପୋଲିସ ପଚରାଉଚରା କରି ସତ ଜାଣିବାକୁ ପାଇଛି । ପୂର୍ବରୁ ତା’ର ଭିନ୍ନ ଯୋଜନା ଥିଲା । ସେ ପାର୍ଲାମେଣ୍ଟ ବାହାରେ ନିଜ ଦେହରେ ନିଆଁ ଲଗାଇଥାନ୍ତା । ହେଲେ ଏହି ପ୍ଲାନ କାର୍ଯ୍ୟକାରୀ ହୋଇପାରିନଥିଲା । ଦିଲ୍ଲୀ ପୋଲିସର ସ୍ପେଶାଲ ଟିମ୍‌ କହିଛି କି, ସାଗର ଯୋଜନା ମୁତାବକ ଲୋଶନ୍ ବା ଜେଲ୍ ଭଳି ଜିନିଷକୁ କିଣିବାକୁ ଚାହିଁଥିଲା। ଏହାଦ୍ୱାରା ନିଆଁ ଲଗାଇଲେ ବି ଶରୀରକୁ କୌଣସି କ୍ଷତି ପହଞ୍ଚି ନ ଥାନ୍ତା । ହେଲେ ଅନଲାଇନ୍ ପେମେଣ୍ଟ ହୋଇ ନ ପାରିବାରୁ ଏହି ଜେଲ୍କୁ ସେ ଆଉ କିଣି ପାରିନଥିଲା । ଏହି କାରଣରୁ ପାର୍ଲାମେଣ୍ଟ ବାହାରେ ନିଜକୁ ନିଆଁ ଲଗାଇବା ଯୋଜନା ଡ୍ରପ୍ କରିବାକୁ ପଡ଼ିଥିଲା ବୋଲି ଅଭିଯୁକ୍ତ ସାଗର ପୋଲିସ ପଚରାଉଚରାରେ କହିଛି ।

ଲକ୍ଷ୍ନୌରେ ଥିବା ସାଗରର ଘରକୁ ପୋଲିସ ଛାନଭିନ୍ କରିଛି । ଏହି ସମୟରେ ଏକ ଡ଼ାଏରୀ ପୋଲିସ ହାତରେ ଲାଗିଛି । ଏଥିରେ ‘ ଘରୁ ବିଦା ନେବାର ସମୟ ପାଖେଇ ଆସୁଛି । ଗୋଟିଏ ପଟେ ଭୟ ଆଉ ଗୋଟିଏ ପଟେ କିଛି ବି କରିଯିବାର ସାହାସ ରହିଛି ‘ ବୋଲି ଲେଖା ରହିଛି । ସାଗରର ଘର ଲୋକେ ଏହହାକୁ ପୋଲିସକୁ ଦେଇଛନ୍ତି । ମାମଲାର ଯାଞ୍ଚ କରୁଥିବା ଦିଲ୍ଲୀ ପୋଲିସକୁ ଏହି ଡାଏରୀ ଦିଆଯାଇଛି । ୨୦୧୫ରୁ ୨୦୨୧ ଯାଏ ଏହି ଡାଏରୀରେ ଅନେକ କିଛି ଲେଖାଯାଇଛି ।

ଉଲ୍ଲେଖଯୋଗ୍ୟ, ଦ୍ୱାଦଶ ପାସ୍ କରିଥିବା ଅଭିଯୁକ୍ତ ସାଗର ସେନାରେ ସାମିଲ ହେବାକୁ ଚାହୁଁଥିଲା । ଏଥିଲାଗି ସେ ଚେଷ୍ଟା ମଧ୍ୟ କରିଥିଲେ ହେଁ ବିଫଳ ହୋଇଥିଲା । ଏହାପରେ ସେ ବେଙ୍ଗାଲୁରୁ ଯାଇ କିଛି ବର୍ଷ ରହିଥିଲା । କିଛି ମାସ ପୂର୍ବରୁ ଘରକୁ ଫେରିଥିଲା। ନିଜର ଗୁଜରାଣ ମେଣ୍ଟାଇବାକୁ ସେ ଇ-ରିକ୍ସା ଚଳାଉଥିଲା ।

ଲୋକସଭାରେ ୨ ଜଣ ଅଜ୍ଞାତ ଯୁବକ ଦର୍ଶକ ଗ୍ୟାଲେରୀରୁ ସାଂସଦଙ୍କ ଉପରକୁ ଡେଇଁଥିଲେ । ସେମାନେ କିଛି ସ୍ପ୍ରେ କରିବା ସହିତ ସ୍ନୋକଂ ଫାୟରିଂ କରିଥିଲେ । ଏହାପରେ ସାଂସଦମାନେ ତାଙ୍କୁ କାବୁ କରିବା ପରେ ରକ୍ଷାକର୍ମୀମାନେ ସେଠାରେ ପହଞ୍ଚି ଲୁହବୁହା ଗ୍ୟାସ ପ୍ରୟୋଗ କରି ସେମାନଙ୍କୁ ଆୟତ୍ତ କରିଥିଲେ । ଆଜି ମଧ୍ୟ ସେହି ଘଟଣାରେ ସନ୍ଦିଗ୍ଧ ଯୁବକଯୁବତୀଙ୍କ ବିରୋଧରେ UAPAରେ ମାମଲା ରୁଜୁ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.