Below header

ଆଜିଠୁ ମକର ସଂକ୍ରାନ୍ତି ମାସ ପର୍ଯ୍ୟନ୍ତ ବାପ ଘରକୁ ଯାଇଥାନ୍ତି ମା ମହାଲକ୍ଷ୍ମୀ, ଜାଣନ୍ତୁ କଣ ରହିଛି ପରମ୍ପରା

ଶ୍ରୀମନ୍ଦିର ପରମ୍ପରା ଅନୁଯାୟୀ ଧନୁ ସଂକ୍ରାନ୍ତି ଠାରୁ ଶ୍ରୀମନ୍ଦିରରେ ଆରମ୍ଭ ହୋଇଛି ମହାପ୍ରଭୁଙ୍କ ପହିଲି ଭୋଗ ନୀତି । ଏହି ପହିଲି ଭୋଗ ନୀତି ଦୀର୍ଘ ୧ ମାସ ଅର୍ଥାତ ମକର ସଂକ୍ରାନ୍ତି ଜାନୁଆରୀ ୧୪ ତାରିଖ ପର୍ଯ୍ୟନ୍ତ ଚାଲିବ । ଶ୍ରୀମନ୍ଦିରରେ ପହିଲି ଭୋଗ ନୀତିକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ନୀତି ନିର୍ଘଣ୍ଟ ଚୂଡାନ୍ତ କରାଯାଇଛି ।

ପୁରୀ(କେନ୍ୟୁଜ୍): ଶ୍ରୀମନ୍ଦିର ପରମ୍ପରା ଅନୁଯାୟୀ ଧନୁ ସଂକ୍ରାନ୍ତି ଠାରୁ ଶ୍ରୀମନ୍ଦିରରେ ଆରମ୍ଭ ହୋଇଛି ମହାପ୍ରଭୁଙ୍କ ପହିଲି ଭୋଗ ନୀତି । ଏହି ପହିଲି ଭୋଗ ନୀତି ଦୀର୍ଘ ୧ ମାସ ଅର୍ଥାତ ମକର ସଂକ୍ରାନ୍ତି ଜାନୁଆରୀ ୧୪ ତାରିଖ ପର୍ଯ୍ୟନ୍ତ ଚାଲିବ । ଶ୍ରୀମନ୍ଦିରରେ ପହିଲି ଭୋଗ ନୀତିକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ନୀତି ନିର୍ଘଣ୍ଟ ଚୂଡାନ୍ତ କରାଯାଇଛି । ପରମ୍ପରା ଅନୁଯାୟୀ ଗୋପଳ ବଲ୍ଲଭ ଅବସରରେ ମହାପ୍ରଭୁଙ୍କୁ ପହିଲି ଭୋଗ ଲାଗି କରାଯାଇଛି । ରାତିରୁ ଶ୍ରୀମନ୍ଦିର ଦ୍ୱାର ଖୋଲାଯାଇ ମହାପ୍ରଭୁଙ୍କ ବିଭିନ୍ନ ନୀତିକାନ୍ତି ଅନୁଷ୍ଠିତ ହୋଇଥିଲା ।

ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପହିଲି ଭୋଗକୁ ଦୃଷ୍ଟିରେ ରଖି ରାତି ୨ ଟାରୁ ଦ୍ୱାର ଫିଟା ଯାଇ ମହାପ୍ରଭୁଙ୍କ ନୀତିକ୍ରାନ୍ତି କରାଯିବା ନେଇ ନିଷ୍ପତ୍ତି ହୋଇଥିଲା । ତେବେ ପହିଲି ଭୋଗର ପ୍ରଥମ ଦିନ ନୀତିରେ ବିଳମ୍ବ ପରିଲିଖିତ ହୋଇଥିବା ଦେଖିବାକୁ ମିଳିଛି । ରାତି ୩ ଟା ୫ରେ ଶ୍ରୀମନ୍ଦିର ଦ୍ୱାରଫିଟା ଯାଇ ଭିତରଶୋଧ-୩:୩୫ , ମଙ୍ଗଳଆଳତୀ-୩:୪୦ ରୋଷ ହୋମ-୩:୪୫, ମଇଲମ-୩:୪୫ , ରୋଷ ହୋମ ୪ ଟା , ତଡପଲାଗି ୪ ଟା ୨୦ , ଅବକାଶ-୪:୪୦ ରୁ୪: ୫୫ , ବେଶ ଶେଷ-୫:୫୫ ମଇଲମ-୫ ଟା , ସୂର୍ଯ୍ୟପୂଜା-୫:୩୫ , ଦ୍ୱାରପାଳ ପୂଜା-୫:୫୫ଗୋପାଳବଲ୍ଳଭ ଓ ପହିଲିଭୋଗ ଡକିଗଲେ -୬:୨୦ , ପହିଲିଭୋଗ ଛେକ -୬:୩୦ ପହିଲିଭୋଗ ପୂଜା -୬ ଟା ୪୦ , ଏବଂ ପହିଲିଭୋଗ ପୂଜାଶେଷ-୬:୫୦ ରେ ଶେଷ ହୋଇ ମହାପ୍ରଭୁଙ୍କ ଅନ୍ୟାନ୍ୟ ନୀତି ବଢିଥିଲା ।

ପହିଲି ଭୋଗରେ ମହାପ୍ରଭୁଙ୍କ ପାଇଁ ବିଭିନ୍ନ ବ୍ୟଞ୍ଜନ ତଥା ବଡ ଝିଲି, ସାନ ବଡା, , ବଡ଼ବଡା, କାକେରା, ଅମାଲୁ, ଏଣ୍ଡୁରି, ମୁଗେଇ, ଚଢ଼େଇ ନଦା, ଲଡ଼ୁ, ବଡି , ଗଇଁଠା, ମଣ୍ଡା ଓ ଖଇର ଚୁଳ , ପରି ୨୮ ପ୍ରକାରର ଭୋଗ ଲାଗିହୋଇଥାଏ । ଲୋକକଥା ଅନୁଯାୟୀ ମା ମହାଲକ୍ଷ୍ମୀ ଧନୁସଂକ୍ରାନ୍ତି ଠାରୁ ମକର ସଂକ୍ରାନ୍ତି ପର୍ଯ୍ୟନ୍ତ ତାଙ୍କ ବାପ ଘରକୁ ଯାଇଥାନ୍ତି । ତେଣୁ ମା ଯୋଶଦା ନିଜ ହାତରେ ବିଭିନ୍ନ ପ୍ରକାର ସୁଆଦିଆ ଖାଦ୍ୟ ପ୍ରସ୍ତୁତ କରି ଶ୍ରୀବିଗ୍ରହ ମାନଙ୍କୁ ଖୁଆଇ ଥାନ୍ତି । ସେହିପରି ପରି ମହାପ୍ରଭୁଙ୍କ ଦ୍ୱିତୀୟ ଭୋଗ ମଣ୍ଡପ ନୀତି ପରେ ମହାପ୍ରଭୁଙ୍କ ଦିବା ପହୁଡ ନୀତି ଅନୁଷ୍ଠିତ ହୋଇଥିଲା ।

ଏହି ସମୟରେ ମହାପ୍ରଭୁଙ୍କ ଦର୍ଶନ ବନ୍ଧ ରହିଥିଲା । ଦିବା ପହୁଡ ନୀତି ସରିବା ପରେ ସନ୍ଧ୍ୟାରେ ପୁଣି ମହାପ୍ରଭୁଙ୍କ ଦର୍ଶନ ଆରମ୍ଭ ହୋଇଥିଲା । ଏନେଇ ଶ୍ରୀଜଗନ୍ନାଥ ସଂସ୍କୃତିି ଗବେଷକ ପଣ୍ଡିତ ସୂର୍ଯ୍ୟ ନାରାୟଣ ରଥଶର୍ମାଙ୍କ କହିବା ଅନୁଯାୟୀ ଧନୁ ସଂକ୍ରାନ୍ତିରେ ସୂର୍ଯ୍ୟଦେବ ବିଛା ରାଶିରୁ ଧନୁ ରାଶିକୁ ଗମନ କରିଥାନ୍ତି । ଏହି ଧନୁ ସଂକ୍ରାନ୍ତି ଠାରୁୁ ମକର ସଂକ୍ରାନ୍ତି ପର୍ଯ୍ୟନ୍ତ ୧ ମାସ ଧରି ମହାପ୍ରଭୁଙ୍କର ବିଶେଷ ନୀତି ଅନୁଷ୍ଠିତ ହୋଇଥାଏ । ମହାପ୍ରଭୁଙ୍କୁ ପହିଲି ଭୋଗ ଲାଗି କରାଯାଇଥାଏ । କଥାରେ ରହିଛି କି ଏହି ଏକ ମାସ ଧରି ମା ମହାଲକ୍ଷ୍ମୀ ତାଙ୍କ ବାପାଙ୍କ ଘରକୁ ଯାଇଥାନ୍ତି ।

ଫଳରେ ମହାପ୍ରଭୁଙ୍କ ମା ଯଶୋଦା ନିଜେ ରାନ୍ଧି ଠାକୁରକୁ ହାତରେ ଖୁଆଇଥାନ୍ତି । ମହାପ୍ରଭୁଙ୍କ ଗୋପାଳ ବଲ୍ଲଭ ଭୋଗ ସମୟରେ ମହାପ୍ରଭୁଙ୍କୁ ଏହି ପହିଲି ଭୋଗ ଲାଗି କରାଯାଇଥାଏ । ପ୍ରାୟ ୨୮ ପ୍ରକାର ଭୋଗ ମହାପ୍ରଭୁଙ୍କୁ ଲାଗି କରାଯାଇଥାଏ । ସେହିପରି ଧନୁ ସଂକ୍ରାନ୍ତି ଅବସରରେ ମହାପ୍ରଭୁଙ୍କ ନିକଟରେ ଧନୁ ମୁଆଁ ଭୋଗ ହୋଇଥାଏ । ଶ୍ରୀମନ୍ଦିର ପ୍ରଶାସନ ଓ ବିିଭିନ୍ନ ନିଯୋଗ ପକ୍ଷରୁ ମହାପ୍ରଭୁଙ୍କ ଉଦେଶ୍ୟରେ ମୁଆଁ ଭୋଗ କରିଥାନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.