Below header

କାହାଠାରୁ କିଣୁଛନ୍ତି କି ସୁନାର ଶଙ୍ଖ, ଟିକେ ଦେଖିକି..

ନବରଙ୍ଗପୁର ଜିଲ୍ଲା ଉମରକୋଟ ଠାରେ ପୁଣି ନକଲି ଶଙ୍ଖ ବିକ୍ରି ଅଭିଯୋଗ ।  ବାରମ୍ବାର ଏଥିରେ ଠକାମୀର ଶିକାର ହେଉଛନ୍ତି ଲୋକେ । ଉମରକୋଟ ଥାନାରେ ଏକ ସାମ୍ବାଦିକ ସମ୍ମିଳନୀ କରି ଉମରକୋଟ ପୋଲିସ୍ ପକ୍ଷରୁ ନକଲି ସୁନା ଶଙ୍ଖ ବିକ୍ରିକୁ ନେଇ ବିସ୍ତୃତ ସୂଚନା ଦିଆଯାଇଛି।

ଉମରକୋଟ(କେନ୍ୟୁଜ୍): ଆଜିକାଲି ଅପରାଧ ଦିନକୁ ଦିନ ଏତେ ବଢିଚାଲିଛି ଯେ ପୋଲିସ୍ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛି। ଚୋର, ଠକଙ୍କ ସଂଖ୍ୟା ଏବେ ହୁ ହୁ ହୋଇ ବଢିଚାଲିଛି । ଆପଣ ନକଲି ଟଙ୍କା , ନକଲି ମଦ କଥା ତ ଶୁଣିଥିବେ ହେଲେ ଏବେ ସମାନାକୁ ଆସିଛି ନକଲି ଶଙ୍ଖ । ତାପୁଣି ସୁନାର । ସୁନା ଶଙ୍ଖ କହି ପିତ୍ତଳ ଦେଲା । ଆଉ ଏବେ ଶେଷରେ ବନ୍ଧା ହୋଇଛି ଠକ ।

ନବରଙ୍ଗପୁର ଜିଲ୍ଲା ଉମରକୋଟ ଠାରେ ପୁଣି ନକଲି ଶଙ୍ଖ ବିକ୍ରି ଅଭିଯୋଗ ।  ବାରମ୍ବାର ଏଥିରେ ଠକାମୀର ଶିକାର ହେଉଛନ୍ତି ଲୋକେ । ଉମରକୋଟ ଥାନାରେ ଏକ ସାମ୍ବାଦିକ ସମ୍ମିଳନୀ କରି ଉମରକୋଟ ପୋଲିସ୍ ପକ୍ଷରୁ ନକଲି ସୁନା ଶଙ୍ଖ ବିକ୍ରିକୁ ନେଇ ବିସ୍ତୃତ ସୂଚନା ଦିଆଯାଇଛି। ଠକ ମାନେ ପୁରୀ ଜିଲ୍ଲା ଗୋଡିଶାଗଡା ଥାନା ଅଧିନ ଅଲିବାଗ ଗ୍ରାମର ରାଜେଶ ପଲେଇଙ୍କୁ ଏଭଳି ଠକିଥିଲେ । ରାଜେଶ ଏନେଇ ଗତ ନଭେମ୍ବର ୪ରେ ଉମରକୋଟ ଥାନାରେ ଲିଖିତ ଅଭିଯୋଗ କରିଥିଲେ ।

ଘଟଣା ଅନୁସାରେ ଉମରକୋଟ ଥାନା ଅନ୍ତର୍ଗତ ଏକମ୍ୱା ଗ୍ରାମର ପଲ୍ଲବ ନାମକ ଜଣେ ବ୍ୟକ୍ତି ପୁରୀ ଜିଲ୍ଲାର ରାଜେଶ ପଲେଇଙ୍କୁ ଏକ ଶଙ୍ଖ ଦେଖାଇଥିଲା । ଏହା ସୁନା ବୋଲି କହିବା ସହ ଏହାକୁ ୩ ଲକ୍ଷ ଟଙ୍କାରେ ବିକ୍ରୀ କରିବା ପାଇଁ ଚାହୁଁଛି ବୋଲି କହିଥିଲା । ତୁରନ୍ତ ରାଜେଶ ବାପାଙ୍କୁ ଫୋନ କରି ସୁନା ଶଙ୍ଖ ସମ୍ପର୍କରେ ଅବଗତ କରିଥିଲେ ଓ କିଣିବା ପାଈଁ ଆଗ୍ରହ ପ୍ରକାଶ କରିଥିଲେ। ଏହା ପରେ ରାଜେଶଙ୍କ ବାପା ଏକମ୍ବା ଆସିଥିଲେ ଓ ପଲଭ ଠାରୁ ସୁନା ଶଙ୍ଖକୁ ୩ ଲକ୍ଷ ଟଙ୍କାରେ କ୍ରୟ କରିଥିଲେ। ଯେତେବେଳେ ରାଜେଶଙ୍କ ବାପା ଶଙ୍ଖକୁ ପରୀକ୍ଷା କରିବା ପାଇଁ ବାହାରିଥିଲେ, ପଲଭ ଏହାକୁ ନକରିବା ପାଇଁ ଧମକ ଦେଇଥିଲେ। ପରେ ରାଜେଶ ଓ ତାଙ୍କ ପିତା ଶଙ୍ଖକୁ ପରୀକ୍ଷା କରି ଦେଖିବା ବେଳକୁ ଏହା ସୁନା ନୁହେଁ ବରଂ ଏହା ପିତ୍ତଳ ବୋଲି ଜଣା ପଡିଥିଲା।

ଏହା ଜାଣିବା ପରେ ରାଜେଶ ନଭେମ୍ବର ୪ ତାରିଖରେ ଉମରକୋଟ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପରେ ଉମରକୋଟ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରି କରିଥିଲା । ପରେ ଉମରକୋଟ ପୋଲିସ ଉମରକୋଟ ଶିବାଜି ନଗରର ଛବିନ୍ଦ୍ର ସାହୁ, ଡାବୁଗାଁ ଥାନାର ଜାମଗୁଡ଼ା ଗ୍ରାମ ର ଗଣେଶ ପନକା, କୋଡ଼ିଙ୍ଗା ଥାନା ଅନ୍ତର୍ଗତ ଆମ୍ବଗାଁ ଗ୍ରାମର କ୍ରିଷ୍ଣା ପନକା, ଡାବୁଗାଁ ଥାନା ଅନ୍ତର୍ଗତ ମାଝୀଗୁଡ଼ା ଗ୍ରାମର ହିରାସିଂ ହରିଜନଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ସେମାନଙ୍କ ଠାରୁ ଦୁଇଟି ପିତଳ ଶଙ୍ଖ, ୪୦,୦୦୦ ଟଙ୍କା, ଗୋଟିଏ କାର, ଦୁଇଟି ଛୁରୀ, ଲାଠି ୨ ଟି ଓ ୪ ଟି ମୋବାଇଲ ଜବତ କରିଛି। ଉମରକୋଟ ଥାନାରେ ଏକ ସାମ୍ବାଦିକ ସମ୍ମିଳନୀ ରେ ପାପଡ଼ାହାଣ୍ଡି ପୋଲିସ ଉପଖଣ୍ଡ ଅଧିକାରୀ ଆଦିତ୍ୟ ସେନ୍ ସୂଚନା ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.