ଆରବ ସାଗରରେ ମାଲ୍ଟା ଜାହାଜ ଅପହରଣ ଉଦ୍ୟମ, ସହାୟତା ପାଇଁ ଆଗେଇ ଆସିଲା ଭାରତୀୟ ନୌସେନା

ଆରବ ସାଗରରେ ମାଲ୍ଟା ଜାହାଜ ଅପହରଣ ଉଦ୍ୟମକୁ ପଣ୍ଡ କଲା ଭାରତୀୟ ନୌସେନା । ୟୁରୋପୀୟ ଦେଶ ମାଲ୍ଟାର ଅପହୃତ MV RUENକୁ ଉଦ୍ଧାର କରୁଛି ଭାରତୀୟ ନୌସେନାର ଯୁଦ୍ଧପୋତ ଓ ଏୟାରକ୍ରାଫ୍ଟ ।

ଆରବ ସାଗରରେ ମାଲ୍ଟା ଜାହାଜ ଅପହରଣ ଉଦ୍ୟମକୁ ପଣ୍ଡ କଲା ଭାରତୀୟ ନୌସେନା । ୟୁରୋପୀୟ ଦେଶ ମାଲ୍ଟାର ଅପହୃତ MV RUENକୁ ଉଦ୍ଧାର କରୁଛି ଭାରତୀୟ ନୌସେନାର ଯୁଦ୍ଧପୋତ ଓ ଏୟାରକ୍ରାଫ୍ଟ । ଛଅ ଜଣ ଜଳଦସ୍ୟୁ ଜାହାଜ MV RUENକୁ ଅପହରଣ କରି ନେଇଥିଲେ । ଜାହାଜରେ ୧୮ ଜଣ କ୍ରୁ ସଦସ୍ୟ ଥିଲେ ।

ଏ ନେଇ ଗତ ୧୪ ତାରିଖରେ ମେ ଡେ ମେସେଜ ମିଳିବା ପରେ ତୁରନ୍ତ ତଲାସ ଅଭିଯାନ ଆରମ୍ଭ କରିଥିଲା ଭାରତୀୟ ନୌସେନା । ଜାହାଜ ବିପଦରେ ପଡିଲେ ଉଦ୍ଧାର ପାଇଁ ପଠାଉଥିବା ଇଣ୍ଟରନ୍ୟାସନାଲ ରେଡିଓଟେଲିଫୋନ ସିଗନାଲକୁ ମେଡେ ମେସେଜ କୁହାଯାଏ । ଜାହାଜକୁ ସୋମାଲିଆ ନେବାକୁ ଜଳଦସ୍ୟୁମାନେ ଉଦ୍ୟମ କରୁଥିଲେ । ଏହାପରେ ଗତକାଲି ସକାଳେ ଜାହାଜକୁ ଠାବ କରାଯାଇଛି । ଜାହାଜ ଗତିବିଧି ଉପରେ ତୀକ୍ଷଣ ନଜର ରହିଛି ।

ଜଳଦସ୍ୟୁଙ୍କ ଅପହରଣ ଉଦ୍ୟମକୁ ପଣ୍ଡ କରିଦିଆଯାଇଥିବା ଭାରତୀୟ ନୌସେନା ସୂଚନା ଦେଇଛି । ୨୦୧୭ ମସିହା ପରେ ଏହା ବଡ଼ ଜାହାଜ ଅପହରଣ ଉଦ୍ୟମ । ୧୯୯୦ ମସିହା ପରେ ସୋମାଲିଆ ଜଳଦସ୍ୟୁଙ୍କ ଦୌରାତ୍ମ ବଢିବାରେ ଲାଗିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.