ବିସିସିଆଇର ନିଷ୍ପତ୍ତି : ସାଉଥ ଆଫ୍ରିକା ବିପକ୍ଷ ଦିନିକିଆ ସିରିଜରେ କୋଚ ରହିବେନି ଦ୍ରାବିଡ୍‌, ଦାୟିତ୍ୱ ନେବେ ସିତାଂଶୁ

ଭାରତୀୟ ଟିମ୍‌ ପାଇଁ ବଡ ଖବର । ସାଉଥ ଆଫ୍ରିକା ବିପକ୍ଷ ଦିନିକିଆ ସିରିଜ ଖେଳିବା ପୂର୍ବରୁ ଭାରତୀୟ କ୍ରିକେଟ ଟିମର କୋଚ ବଦଳିଯାଇଛନ୍ତି । ରାହୁଲ ଦ୍ରାବିଡଙ୍କ ସ୍ଥାନରେ ସିତାଂଶୁ କୋଟାକ ନେବେ ଦାୟିତ୍ୱ ।

ଆସନ୍ତାକାଲିରୁ ଭାରତୀୟ ଟିମ୍‌ ସାଉଥ ଆଫ୍ରିକା ବିପକ୍ଷରେ ଦିନିକିଆ ସିରିଜ ଖେଳିବ । ୩ଟି ମ୍ୟାଚ ବିଶିଷ୍ଟ ସିରିଜ ପୂର୍ବରୁ କୋଚିଂ ଷ୍ଟାଫରେ ବଡ ପରିବର୍ତ୍ତନ କରାଯାଇଛି । ରାହୁଲ ଦ୍ରାବିଡ ଦିନିକିଆ ସିରିଜରେ ଟିମ୍‌ର କୋଚ ରହିବେ ନାହିଁ । ଏହି ସିରିଜ ପାଇଁ ଟିମ୍‌ ପାଖରେ ନୂଆକୋଚିଂ ଷ୍ଟାଫ ରହିବେ । ବିସିସିଆଇ ଏଭଳି ନିଷ୍ପତ୍ତି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି ।

ରାହୁଲ ଦ୍ରାବିଡଙ୍କ କାର୍ଯ୍ୟକାଳ ୨୦୨୩ ବିଶ୍ୱକପ ଯାଏ ରହିଥିଲା । କିନ୍ତୁ ଏହାକୁ ବିସିସିଆଇ ବଢାଇ ଦେଇଛି । ଦ୍ରାବିଡଙ୍କ ମାର୍ଗଦର୍ଶନରେ ଭାରତୀୟ ଟିମ ସାଉଥ ଆଫ୍ରିକା ବିପକ୍ଷରେ ଟି୨୦ ସିରିଜ ଖେଳିଥିଲା । କିନ୍ତୁ ଦିନିକିଆ ସିରିଜ ପାଇଁ ଦ୍ରାବିଡ କୋଚ ରହିବେ ନାହିଁ । ଏହାପରେ ଟେଷ୍ଟ ସିରିଜରେ କୋଚ ଭାବେ ଫେରିବେ ଦ୍ରାବିଡ ।

ଖବର ମୁତାବକ, ରାହୁଲ ଦ୍ରାବିଡ ନିଜର ସମସ୍ତ ଧ୍ୟାନ ଟେଷ୍ଟ ସିରିଜରେ ଦେବାକୁ ଚାହୁଁଛନ୍ତି, ତେଣୁ ଦିନିକିଆ ସିରିଜରୁ ଦୂରେଇ ରହିବାକୁ ନିଷ୍ପତ୍ତି ନେଇଛନ୍ତି । ବିସିସିଆଇ ମଧ୍ୟ ଦ୍ରାବିଡଙ୍କ ଆଗ୍ରହ୍ୟଙ୍କୁ ମାନିନେଇଛି । କିନ୍ତୁ ଦ୍ରାବିଡଙ୍କ ସ୍ଥାନରେ ଭିଭିଏସ ଲକ୍ଷ୍ମଣ ନୁହେଁ ସିତାଂଶୁ କୋଟାକ୍‌ କୋଚ୍‌ ଦାୟିତ୍ୱରେ ରହିବେ । କୋଚିଂ ଷ୍ଟାଫ ମଧ୍ୟରେ ଭାରତୀୟ ଟିମର ପୂର୍ବତନ ଓ୍ଵିକେଟ କିପର ଅଜୟ ରାତ୍ରା ଫିଲ୍ଡିଂ କୋଚ ଭାବେ ରାଜୀବ ଦତ୍ତ ବୋଲିଂ କୋଚ ଭାବେ ରହିଛନ୍ତି ।
ଭାରତ ଏବଂ ସାଉଥ ଆଫ୍ରିକା ମଧ୍ୟରେ ୩ଟି ମ୍ୟାଚ ବିଶିଷ୍ଟ ଦିନିକିଆ ମ୍ୟାଚ ଖେଳାଯିବ । ଆସନ୍ତାକାଲିରୁ ଦ ଓ୍ଵାଣ୍ଡରର୍ସ ଜୋହାନ୍ସବର୍ଗରେ ମ୍ୟାଚ ଖେଳାଯିବ । ଦିନିକିଆ ସିରିଜ ପାଇଁ କେଏଲ ରାହୁଲଙ୍କୁ ଦାୟିତ୍ୱ ଦିଆଯାଇଛି । ଏଥିରେ ଅନେକ ଯୁବ ଖେଳାଳିଙ୍କୁ ସୁଯୋଗ ମିଳିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.