Below header

ଭଂଜନଗର ଜେଲରେ ପୁଣି ଜଣେ କଏଦୀଙ୍କ ମୃତ୍ୟୁ, କୋଠରୀ ଭିତରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର

ଗଂଜାମ ଜିଲ୍ଲା ଭଂଜନଗର ଜେଲରେ ପୁଣି ଜଣେ କଏଦୀ ଙ୍କ ମୃତ୍ୟୁ । ମୃତକ ଜଣକ ଦୀପକ୍ ବାରିକ । ଜେଲରେ ଥିବା ଏକ କୋଠରୀ ଭିତରୁ ତାଙ୍କୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଥିଲା ।

ଗଂଜାମ ଜିଲ୍ଲା ଭଂଜନଗର ଜେଲରେ ପୁଣି ଜଣେ କଏଦୀ ଙ୍କ ମୃତ୍ୟୁ । ମୃତକ ଜଣକ ଦୀପକ୍ ବାରିକ । ଜେଲରେ ଥିବା ଏକ କୋଠରୀ ଭିତରୁ ତାଙ୍କୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ଭଂଜନଗର ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରାଯାଇଥିଲା । ଗତ କିଛି ଦିନ ପୂର୍ବରୁ ତାରାସିଙ୍ଗି ଥାନା ପୋଲିସ ତାଙ୍କୁ ଗିରଫ କରିଥିଲା । ତେବେ କଏଦୀ ଜଣକର କେଉଁ କାରଣରୁ ଏବଂ କାହିଁକି ମୃତ୍ୟୁ ହେଲା ସେନେଇ ଜେଲ୍ କର୍ତ୍ତୃୃପକ୍ଷ ପ୍ରତିକ୍ରିୟା ଦେବାକୁ ମନା କରିଥିବା କରିଦେଇଛନ୍ତି । ଏହାକୁ ମିଶାଇ ଗତ କିଛି ଦିନରେ ଭଂଜନଗର ଜେଲରେ ୩ ଜଣ କଏଦୀଙ୍କ ମୃତ୍ୟୁ ହେଲାଣି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.