STF କବଜାରେ ଓଡ଼ିଶାରେ ରହୁଥିବା କାଶ୍ମୀର ଆତଙ୍କୀ, ବିଭିନ୍ନ ଛଦ୍ମ ରୂପ ଧରି କରୁଥିଲା ଠକେଇ

ଦୀର୍ଘ ୫ ବର୍ଷ ଧରିି ଓଡ଼ିଶାରେ ରହୁଥିଲା କାଶ୍ମୀର ଆତଙ୍କୀ । ବିଭିନ୍ନ ଛଦ୍ମ ରୂପ ଧରି ଲୋକଙ୍କ ଠକୁ ଥିଲା କାଶ୍ମୀରର ସନ୍ଦିଗ୍ଧ ଯୁବକ । କିନ୍ତୁ ଚୋର ଯେତେ ଲୁଚିଲେ ବି ଦିନେ ନା ଦିନେ ତ ଧରା ପଡ଼େ । ସମାନ ଭାବେ ଏହି ସନ୍ଦିଗ୍ଧ ଆତଙ୍କୀକୁ ଯାଯପୁର ଅଞ୍ଚଳରୁ ମାଡ଼ି ବସିଲେ ଏସଟିଏଫ ଅଧିକାରୀ ।

ଯାଯପୁର (କେନ୍ୟୁଜ): ଦୀର୍ଘ ୫ ବର୍ଷ ଧରିି ଓଡ଼ିଶାରେ ରହୁଥିଲା କାଶ୍ମୀର ଆତଙ୍କୀ । ବିଭିନ୍ନ ଛଦ୍ମ ରୂପ ଧରି ଲୋକଙ୍କ ଠକୁ ଥିଲା କାଶ୍ମୀରର ସନ୍ଦିଗ୍ଧ ଯୁବକ । କିନ୍ତୁ ଚୋର ଯେତେ ଲୁଚିଲେ ବି ଦିନେ ନା ଦିନେ ତ ଧରା ପଡ଼େ । ସମାନ ଭାବେ ଏହି ସନ୍ଦିଗ୍ଧ ଆତଙ୍କୀକୁ ଯାଯପୁର ଅଞ୍ଚଳରୁ ମାଡ଼ି ବସିଲେ ଏସଟିଏଫ ଅଧିକାରୀ । କାଶ୍ମୀରର ସନ୍ଦିଗ୍ଧ ଆତଙ୍କୀ ସୟଦ ଇସାନ ବୁଖାରି ଏବେ ଏସଟିଏଫ କବଜାରେ । ସେ ନିଜକୁ ନ୍ୟୁରୋ ଡକ୍ଟର, PMO ଅଧିକାରୀ କହି ଅନେକ ଲୋକଙ୍କୁ ଠକିଥିବା ଜଣା ପଡ଼ିଛି । ଏହି ସନ୍ଦିଗ୍ଧ ଯୁବକ, ଆତଙ୍କବାଦୀ ଓ ଦେଶ ବିରୋଧୀ କାର୍ଯ୍ୟ କଳାପରେ ଲିପ୍ତ ଥିବା ଅନେକ ଲୋକଙ୍କ ସହ ସଂପୃକ୍ତି ରଖିଥିବା ପ୍ରାଥମିକ ତଦନ୍ତରୁ ଜଣା ପଡିଛି । ଉକ୍ତ ଯୁବକର ପାକିସ୍ତାନ ଓ ଦେଶ ବିରୋଧୀଙ୍କ ସହ ସମ୍ପର୍କ ଥିଲା । କିନ୍ତୁ ବର୍ତ୍ତମାନ ଯାଜପୁର ନେଉଳପୁର ଅଞ୍ଚଳରୁ କାଶ୍ମୀର ଆଣ୍ଟି ସୋସିଆଲ ବ୍ୟକ୍ତିକୁ ଗିରଫ କରିଛି କ୍ରାଇମବ୍ରାଞ୍ଚ STF । ତେବେ ଠକେଇ ଓ ଦେଶ ବିରୋଧୀ ତତ୍ତ୍ୱ ସହ ଲିଙ୍କ ଥିବା ଅଭିଯୋଗରେ ଏହି ସନ୍ଦିଗ୍ଧ ଆତଙ୍କୀକୁ ଗିରଫ କରାଯାଇଛି ।

ସୟଦ ଇସାନ ବୁଖାରି ନିକଟରୁ ଅନେକ ଜାଲି ଦସ୍ତାବିଜ ମଧ୍ୟ ଜବତ କରାଯାଇଛି । ଜବତ ହୋଇଥିବା ଡକ୍ୟୁମେଣ୍ଟରେ ବିଦେଶୀ ମେଡିକାଲ ଡିଗ୍ରୀ ସାର୍ଟିଫିକେଟ, ସାଧା କାଗଜରେ ଦସ୍ତଖତ ଥିବା ଡକ୍ୟୁମେଣ୍ଟ, କିଛି ପରିଚୟ ପତ୍ର ଏବଂ ବଣ୍ଡ ଥିବା ଜଣା ପଡ଼ିଛି । ଅଭିଯୁକ୍ତ ଜଣକ କାଶ୍ମୀର ବାସିନ୍ଦା ବୋଲି ପ୍ରାଥମିକ ତଦନ୍ତରୁ ସୂଚନା ମିଳିିଛି । କାଶ୍ମୀର ଠାରେ ବିଭିନ୍ନ ଅପରାଧିକ ମାମଲାରେ ଯୋଡ଼ି ହୋଇଥିବା ଏହି ଅଭିଯୁକ୍ତ ସେଠାରୁ ଫେରାର ହୋଇ ଗୁତ ୫ ବର୍ଷ ହେବ ଓଡ଼ିଶାରେ ରହୁଥିଲା ।

କେତେବେଳେ ନିଜକୁ ଡାକ୍ତର ତ ଆଉ କେତେବେଳେ ନିଜକୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ଅଧିକାରୀ ତ ଆଉ କେତେବେଳେ ଆର୍ମି ଡାକ୍ତର, NIA ଅଧିକାରୀର ପରିଚୟ ଦେଉଥିଲା ଏହି ଦୁବୃର୍ତ୍ତ । ତା ନିକଟରୁ ଅନେକ ନକଲି ବିଦେଶୀ କାଗଜପତ୍ର ମଧ୍ୟ ଜବତ ହୋଇଛି । ଏହି ଅଭିଯୁକ୍ତର ୬ ରୁ ୭ ଜଣ ସ୍ତ୍ରୀ ଥିବା ମଧ୍ୟ ତଦନ୍ତ ବେଳେ ଜଣା ପଡିଛି । ପାକିସ୍ତାନ ଲୋକଙ୍କ ସହ ଲିଙ୍କ ଥିବା ମଧ୍ୟ ସାମ୍ନା କୁ ଆସିଛି । କାଶ୍ମୀର ପୋଲିସର ଓ୍ଵାଣ୍ଟେଡ ତାଲିକାରେ ମଧ୍ୟ ଅଭିଯୁକ୍ତର ନାଁ ଥିବା ଜଣା ପଡ଼ିଛି । ବୁଖାରି ପାକିସ୍ତାନର ISI ଓ କେରଳର କିଛି ଦେଶ ବିରୋଧୀ ସଂଗଠନ ସହ ଲିଙ୍କ ରଖିଥିବା STF କୁ ସୂଚନା ମିଳିଛି । ଏନେଇ NIA ଓ IB ସହ ଯୋଗାଯୋଗରେ ଅଛି STF । ବୁଖାରୀ ପାଖରୁ ମିଳିଥିବା ୪ଟି ମୋବାଇଲକୁ SFSL କୁ ପଠାଯିବ । ସେହିପରି ତାକୁ ରିମାଣ୍ଡରେ ଆଣି ଅଧିକ ପଚରା ଉଚୁରା କରାଯିବ । କେଉଁ ଦେଶ ବିରୋଧୀ ଆତଙ୍କବାଦୀ ସଂଗଠନ ସହ ସମ୍ପର୍କ ରହିଛି ତାର ରହସ୍ୟର ଖୋଳତାଡ଼ ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.